ନାକରେ ପ୍ରତିଦିନ ୨ ବୁନ୍ଦା ବାଦାମ ତେଲ ପକାଇଲେ ଆପଣଙ୍କୁ ମିଳିପାରିବ ଏହି ସବୁ ଚମକଦାର ଫାଇଦା

ପେସ୍ତାବାଦାମ ବିଭିନ୍ନ ପୋଷାକ ତତ୍ତ୍ୱରେ ଭରପୁର । ଏମିତିରେ ବାଦାମ ବ୍ରେନର କ୍ଷମତା ବଢାଇବା ସହ ଶରୀରର ଇମ୍ୟୁନିଟିକୁ ମଧ୍ୟ ଷ୍ଟ୍ରଙ୍ଗ କରିଥାଏ । ଏହାବାଦ ଶରୀରର କୋଲେଷ୍ଟେରଲକୁ ମଧ୍ୟ ଏହା କମ କରିବାରେ ସାହାଯ୍ୟ କରିଥାଏ । କେତେଜଣ ପ୍ରତିଦିନ ବାଦାମକୁ ଭିଜେଇକି ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଜଣ ଏହାର ତେଲ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି । ବାଦାମ ତେଲ ଏତେ ଫାଇଦା ଦାୟକ ଯେ ଏହାଦ୍ୱାରା ଶରୀରକୁ ଜରୁରୀ ତତ୍ତ୍ୱ ଯେମିତିକି ଭିଟାମିନ-ଏ, ଭିଟାମିନ -ଡ଼ି, ଭିଟାମିନ- ଇ ମିଳିପାରିଥାଏ ।

ଏହାର ଆଉ ଏକ ଖାସ କଥା ହେଉଛି ଯେ ଏହାକୁ ଯେକୌଣସି ବୟସର ଲୋକେ ବ୍ୟବହାର କରିପାରିବେ । ନବଜାତକ ଶିଶୁ ମାନଙ୍କ ଶରୀରକୁ ଏହି ତେଲରେ ମାଲିସ କଲେ ସେମାନଙ୍କ ହାଡ ମଜବୂତ ହୋଇଥାଏ । ଛୋଟ ପିଲା ମାନଙ୍କୁ କ୍ଷୀରରେ ଏହି ତେଲର କିଛି ବୁନ୍ଦା ମିଶେଇ ପିଆଇଲେ ସେମାନଙ୍କ ବୁଦ୍ଧି ତୀକ୍ଷ୍ନ ହୋଇଥାଏ । କିନ୍ତୁ ହୁଏତ ଖୁବ କମ ଲୋକ କାଣିଥିବେ ଏହି ତେଲକୁ ନାକରେ ପକାଇଲେ ମଧ୍ୟ ଅନେକ ଫାଇଦା ମିଳିଥାଏ ।

badam oil

ପ୍ରତିଦିନ ୨ ବୁନ୍ଦା ବାଦାମ ତେଲ ନାକରେ ପକାଇଲେ ଶରୀରର ଯୁବାବସ୍ଥା ଅକ୍ଷୁର୍ଣ ରହିବା ସହ କେତେ ଗୁଡିଏ ରୋଗରୁ ମଧ୍ୟ ମୁକ୍ତି ମିଳିପାରିବ । ତେବେ ଆସନ୍ତୁ ଜାଣିବା ନାକରେ ଏହି ତେଲର କିଛି ବୁନ୍ଦା ପକାଇଲେ କଣ କଣ ଫାଇଦା ମିଳିପାରିବ ।

– ମୁଣ୍ଡ ବ୍ୟଥାରୁ ଆରାମ ମିଳିବ

– କେଶ ଝଡ଼ିବା କମ ହେବ

– ସାଇନସ ସମସ୍ୟାରୁ ମୁକ୍ତି ମିଳିବ

– ଦାନ୍ତ ମଜବୁତ ହେବ

– ଆଖି ପାଇଁ ଖୁବ ଲାଭଦାୟକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.