Below header

ଇରାନରେ ୟୁକ୍ରେନ ଏୟାର ଲାଇନ୍‌ସର ବୋଇଂ ୭୩୭ ବିମାନ ଦୁର୍ଘଟଣା: ସମସ୍ତ ୧୭୬ ଜଣ ଯାତ୍ରୀ ଓ ବିମାନ କର୍ମଚାରୀ ମୃତ

ଇରାନ: ଇରାନରେ ୟୁକ୍ରେନ ଏୟାର ଲାଇନ୍‌ସର ବିମାନ ଦୁର୍ଘଟଣା । ସମସ୍ତ ୧୭୬ ଜଣ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ମୃତ୍ୟୁ । ଆଜି ସକାଳ ପ୍ରାୟ ୫ଟା ୧୫ରେ ୟୁକ୍ରେନ ଏୟାର ଲାଇନ୍‌ସର ବୋଇଂ ୭୩୭ ବିମାନ ତେହେରାନର ଇମାମୀ ଖୋମେନି ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । କିଛି ସମୟ ମଧ୍ୟରେ ଏହା ତେହେରାନର ଦକ୍ଷିଣ-ପଶ୍ଚିମ ପାରାନ୍ଦ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା। ନିଆଁ ଏତେ ତୀବ୍ର ଥିଲା ଯେ ଏଥିରୁ କାହାରିକୁ ରକ୍ଷା କରାଯାଇପାରିନଥିବା ଇରାନର ଜରୁରୀକାଳିନ ସେବା ମୁଖ୍ୟ କହିଛନ୍ତି। ବିମାନ ଦୁର୍ଘଟଣା ନେଇ ଇରାନର ଜାତୀୟ ବିମାନ ଚଳାଚଳ ମନ୍ତ୍ରାଳୟ ତଦନ୍ତ ନିର୍ଦ୍ଦେଶ ଦେଇଛି। ଯାନ୍ତ୍ରିକ ତ୍ରୁଟି ନେଇ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଥିବା ବେଳେ ତଦନ୍ତ ରିପୋର୍ଟ ଆସିବା ପରେ ଘଟଣା ସଂପର୍କରେ ଜଣାପଡ଼ିବ ବୋଲି ଇରାନ ବିମାନ ଚଳାଚଳ ସଂସ୍ଥା ମୁଖପାତ୍ର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.