Below header

ପତଳା ଫେସ୍‌ ପାଇଁ ଆପଣାନ୍ତୁ ଏହି ଖାସ ଟିପ୍ସ, ଚମକି ଉଠିବ ତ୍ୱଚା

ଚେହେରାରେ ଅଳ୍ପ ଚର୍ବି ଆପଣଙ୍କ ସୁନ୍ଦରତାକୁ ବଢ଼ାଇଥାଏ । କିନ୍ତୁ ଏହି ଚର୍ବି ଅଧିକ ମାତ୍ରାରେ ବଢ଼ିଲେ ଏହା ଆପଣଙ୍କ ସୁନ୍ଦରତାକୁ ଖରାପ କରିଥାଏ । ଆପଣ ନିଜ ଡାଏଟରେ ଏଭଳି ଖାଦ୍ୟକୁ ସାମିଲ କରନ୍ତୁ ଯେଉଁଥିରେ କ୍ୟାଲୋରୀର ମାତ୍ରା କମ ଥିବ । ଏହା ଦ୍ୱାରା ଆପଣଙ୍କ ଓଜନ ମଧ୍ୟ ବଢ଼ିନଥାଏ ଫଳରେ ଚେହେରାର ଚର୍ବି କମିଥାଏ ।

ଶରୀରରେ ଜମିଥିବା ଚର୍ବି ହଟାଇବା ପାଇଁ ଅନେକ ଲୋକ କଠିନ ପରିଶ୍ରମ କରିଥାନ୍ତି । ହାତ ଏବଂ ଗୋଡ଼ର ଚର୍ବି କମିଯାଏ କିନ୍ତୁ ପେଟ ଚର୍ବି ଏବଂ ଚେହେରାର ଚର୍ବି କମାଇବା ମୁସ୍କିଲ ହୋଇପଡ଼େ । ଚେହେରାରେ ଅଳ୍ପ ଚର୍ବି ଆପଣଙ୍କ ସୁନ୍ଦରତାକୁ ବଢ଼ାଇଥାଏ । କିନ୍ତୁ ଏହି ଚର୍ବି ଅଧିକ ମାତ୍ରାରେ ବଢ଼ିଲେ ଏହା ଆପଣଙ୍କୁ ସୁନ୍ଦରତାକୁ ଖରାପ କରିଥାଏ । ଚେହେରାର ଚର୍ବି କମାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଖାସ ଟିପ୍ସ ବିଷୟରେ ଜଣାଇବୁ ଯାହା ଆପଣଙ୍କ ଚେହେରାର ଚର୍ବିକୁ କମାଇବାରେ ସାହାଯ୍ୟ କରିବ ।

ଦିନରେ ଅଧିକରୁ ଅଧିକ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆପଣ ହାଇଡ୍ରେଟେଡ ରହିବେ, ତେବେ ଆପଣଙ୍କ ଖାଇବାର ଇଚ୍ଛା ଉପରେ କଣ୍ଟ୍ରୋଲ ରହିବ । ଏହା ସହିତ ଶରୀରର ଟକ୍ସିକ ପଦାର୍ଥ ମଧ୍ୟ ବାହାରି ଯିବ, ଯାହା ଦ୍ୱାରା ଆପଣଙ୍କ ଓଜନ କମ ହେବ । ଏହା ସହିତ ଚେହେରାର ଚର୍ବି ମଧ୍ୟ କମ ହେବ ।

ଆପଣ ନିଜ ଡାଏଟରେ ଏଭଳି ଖାଦ୍ୟକୁ ସାମିଲ କରନ୍ତୁ ଯେଉଁଥିରେ କ୍ୟାଲୋରୀର ମାତ୍ରା କମ ଥିବ । ଏହା ଦ୍ୱାରା ଆପଣ ସହଜରେ ଓଜନ କମ କରି ପାରିବେ । ଏହା ସହିତ ଏକ୍ସରସାଇଜ କରି ମଧ୍ୟ ଆପଣ ନିଜ ଚର୍ବିକୁ କମାଇ ପାରିବେ । ଚେହେରାରୁ ଚର୍ବି କମାଇବା ପାଇଁ ସବୁଠାରୁ ଜରୁରୀ ହେଉଛି ଆପଣ ଚିନି ଏବଂ ଲୁଣର ବ୍ୟବହାର କମ କରନ୍ତୁ । ଆରୋବିକ ଏକ୍ସରସାଇଜ ଯଥା ସାଇକିଲିଙ୍ଗ ଏବଂ ସ୍ୱିମିଂ ଭଳି ଏକ୍ସରସାଇଜକୁ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ । ଏହା ଦ୍ୱାରାଶରୀରର ଓଜନ କମ ହେବାରେ ସାହାଯ୍ୟ ମିଳିଥାଏ ।

ଚେହେରାର ଚର୍ବି କମ କରିବା ପାଇଁ ଚେହେରାର ଏକ୍ସରସାଇଜ କରିବା ଜରୁରୀ ହୋଇଥାଏ । ଏହା କରିବା ଦ୍ୱାରା ଚେହେରାର ମାଂସପେଶୀ ମଜବୁତ ଏବଂ ଟୋନ ହୋଇଥାଏ । ଏହା ଦ୍ୱାରା ଚେହେରାର ରକ୍ତ ସଞ୍ଚାଳନ ବଢ଼ିଥାଏ । ପ୍ରତିଦିନ ଅତି କମରେ ୭ ଘଣ୍ଟା ଶୋଇବା ଜରୁରୀ । ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହା ଦ୍ୱାରା ଆପଣଙ୍କ ଓଜନ ମଧ୍ୟ ବଢ଼ିନଥାଏ ଫଳରେ ଚେହେରାର ଚର୍ବି କମିଥାଏ ।

ମଦ୍ୟପାନ ଏବଂ ସ୍ମୋକିଙ୍ଗ ଛାଡ଼ିବା ଦ୍ୱାରା ଚେହେରାରେ ଉଜ୍ଜ୍ୱଳତା ଆସିଥାଏ । ଏହା ସହିତ ଚେହେରାର ଚର୍ବି ମଧ୍ୟ ବଢ଼ିନଥାଏ । ମସାଜ କରିବା ଦ୍ୱାରା ଚେହେରାର ଚର୍ବି ସହଜରେ କମିଯାଏ । ଏହା ଚେହେରାର ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ , ଯାହା ଦ୍ୱାରା ତ୍ୱଚା ଗ୍ଲୋ କରିଥାଏ । ମସାଜରେ ଚେହେରାର ଚର୍ବି କମ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.