ସନବର୍ଣ୍ଣରୁ ରକ୍ଷା ପାଇବା ପାଇଁ ଫଲୋ କରନ୍ତୁ ଏହି ସବୁ ଟିପ୍ସ, ଆକର୍ଷଣୀୟ ଦେଖାଯିବ ସ୍କିନ

ଗରମ ଦିନରେ ପ୍ରାୟ ସମସ୍ତଙ୍କ ଠାରେ ତ୍ୱଚା ସମସ୍ୟା ଦେଖାଦେଇଥାଏ । ସେ ସନବର୍ଣ୍ଣ ହେଉ ଅବା ଟ୍ୟାନିଙ୍ଗ ହେଉ ଏଗୁଡିକ ଖରା ଦିନରେ ଦେଖାଦେଉଥିବା ଅତି ସାଧାରଣ ସମସ୍ୟା । ଲମ୍ବା ସମୟ ଧରି ଖରାରେ ରହିଲେ ମଧ୍ୟ ଟ୍ୟାନିଙ୍ଗ ହୋଇଥାଏ | ଆଉ ଏହି କାରଣରୁ ସନବର୍ଣ୍ଣ ହେବାର ଆଶଙ୍କା ଅନେକ ଗୁଣା ବଢିଯାଏ । ଆଉ ଏହି କାରଣରୁ ସ୍କିନ କ୍ୟାନ୍ସର ପରି ସମସ୍ୟା ବି ଦେଖାଦିଏ | ଏମିତିରେ ଟ୍ୟାନିଙ୍ଗ କିମ୍ବା ସନବର୍ଣ୍ଣରୁ ରକ୍ଷା ପାଇବା ପାଇଁ ଆପଣ କେତେ ଗୁଡିଏ ଟିପ୍ସ ଫଲୋ କରିପାରିବେ । ନଚେତ କିଛି ହୋମମେଡ଼ ପ୍ୟାକ ବ୍ୟବହାର କରି ତ୍ୱଚା ଜନିତ ସମସ୍ୟାରୁ ରକ୍ଷା ପାଇପାରିବେ ।

ସନ ଟ୍ୟାନ କାରଣରୁ ସ୍କିନର ଉପର ସ୍ତର ମୋଟା ଓ ରଦଡ଼ ହୋଇଯାଏ । ଏହା ଦ୍ୱାରା ଇନଫେକ୍ସନ, ରିଙ୍କଲସ ପରି ସମସ୍ୟା ବି ବଢିଯାଏ । ଯେବେକି ସନବର୍ଣ୍ଣ କାରଣରୁ ତ୍ୱଚା ଜଳାପୋଡ଼ା ହେବା ସହିତ ଲାଲ ଲାଲ ଦାଗ ପଡ଼ିଯାଏ | ଯାହାକି ଆଗକୁ କ୍ୟାନ୍ସରର କାରଣ ହୋଇପାରେ ।

କେମିତି ରକ୍ଷା ପାଇବେ ସନବର୍ଣ୍ଣରୁ:

୧. ଖରା ରୁ ରକ୍ଷା ପାଇବା ପାଇଁ ଘରୁ ବାହାରିବା ପୂର୍ବରୁ ସନ ସ୍କ୍ରିନ ଲଗାନ୍ତୁ ।

୨. ଚେହେରାକୁ ସ୍କ୍ରାପ କିମ୍ବା କଟନ ଓଢଣୀରେ ଗୁଡ଼ାଇ ରଖନ୍ତୁ । ଏହାଦ୍ୱାରା ପ୍ରଦୂଷଣରୁ ମଧ୍ୟ ମୁକ୍ତି ମିଳିପାରିବ ।

୩. ଲାଇକୋପିନ ଯୁକ୍ତ ଖାଦ୍ୟ ଯେମିତିକି ଟମାଟୋ, ବେଦନା, ତରଭୁଜ ପ୍ରଚୁର ପରିମାଣରେ ଖାଆନ୍ତୁ । ଲାଇକୋପିନ ପ୍ରାକୃତିକ ଭାବରେ ୟୁଭି କିରଣରୁ ତ୍ୱଚାକୁ ସୁରକ୍ଷା ଦେଇଥାଏ ।

୪. ଘରକୁ ଫେରିବା ପରେ ଚେହେରାକୁ ଧୋଇ ଦିଅନ୍ତୁ । ମଇଶ୍ଚରାଇଜର ଲଗାଇବା ପାଇଁ କ୍ରିମ ଆଦି ଲଗାନ୍ତୁ ।

୫. ସପ୍ତାହକୁ ଅତି କମରେ 3 ରୁ 4 ଥର ପ୍ୟାକ ବ୍ୟାବହାର କରନ୍ତୁ । ଯାହା ଫଳରେ ସ୍କିନ କ୍ଷୟକ୍ଷତିରୁ ତ୍ୱଚାକୁ ସୁରକ୍ଷା ଦେଇହେବ ।

୬ . ଆପଣ ଚାହିଁଲେ ଘରେ କାକୁଡି ପ୍ୟାକ, କଦଳୀ ପ୍ୟାକ, ଟମାଟୋ ପ୍ୟାକ, ଏଲୋଭେରା ପ୍ୟାକ, ଭଣ୍ଡା ପ୍ୟାକ ଆଦିକୁ ନିଜ ସ୍କିନରେ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.