Below header

ନିଆଁ ଲାଗି ଜଳିଗଲା ସଜେଇ ହୋଇ ରହିଥିବା ବିବାହ ମଣ୍ଡପ

ମାତ୍ର କିଛି ମୁହୂର୍ତ୍ତ ଭିତରେ ନିଆଁରେ ଜଳିଗଲା ବିବାହ ମଣ୍ଡପ। ବିବାହ ମଣ୍ଡପ ସାଙ୍ଗକୁ ଆଖ ପାଖରେ ଥିବା ଗାଡି ମଟର ମଧ୍ୟ ଜଳି ପୋଡି ପାଉଁଶ ହୋଇଗଲା। ଅତ୍ୟଧିକ ନିଆଁ ଯୋଗୁଁ ଆଖପାଖ ଅଞ୍ଚଳରେ ପ୍ରବଳ ଧୂଆଁ ମଧ୍ୟ ବ୍ୟାପିଯାଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଦେଶର ରାଜଧାନୀ ଦିଲ୍ଲୀରେ।

ଖାବରରୁ ଜଣାଯାଇଛିଯେ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ ସଜେଇ ହୋଇ ରହିଥିବା ବିବାହ ମଣ୍ଡପରେ ହଠାତ୍‌ ନିଆଁ ଲାଗିଯାଇଛି। ସୂଚନା ମୁତବାକ, ଆଜି ମଧ୍ୟାହ୍ଣ ସମୟରେ ଏହି ଘଟଣାଟି ଘଟିଛି। ନିଆଁ ଲାଗିବା ଯୋଗୁଁ ଆଖପାଖରେ ଥିବା ଶହ ଶହ ସଂଖ୍ୟାର ଗାଡିଗୁଡିକ ମଧ୍ୟ ପୋଡିଯାଇଛି। ଖବର ପାଇ ଘଟଣାସ୍ଥଳରେ ୧୨ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏପରିକି ଏହି ଅଗ୍ନିକାଣ୍ଡରେ କେତେ ଜଣ ମୃତାହତ ହୋଇଛନ୍ତି ଓ କ’ଣ କ୍ଷୟକ୍ଷତି ହୋଇଛି ସେ ନେଇ ମଧ୍ୟ କିଛି ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.