ମାହିଙ୍କ ନିଷ୍ପତ୍ତିରେ ପ୍ରଶଂସକ ନିରାଶ, କ୍ରିକେଟ ପାଇଁ ଧୋନୀଙ୍କ ଅବଦାନ କଣ ?

ଚେନ୍ନାଇ ସୁପର କିଙ୍ଗସକୁ ଶୀର୍ଷରେ ପହଞ୍ଚାଇ ହାତ ଛାଡିଲେ ଶୀର୍ଷ ତାରକା ତଥା ଭେଟେରାନ ମହେନ୍ଦ୍ର ସିଂ ଧୋନି । ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଲ ପର୍ବରୁ ନିଜ ପଦବୀ ଛାଡିଲେ ଏହି ଲିଜେଣ୍ଡ କ୍ରିକେଟର । ଆଇପିଏଲ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ପଦରେ ଥିବା ଧୋନୀ ନିଜ କାର୍ଯ୍ୟଭାର ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କୁ ଲାଗିଛି ବଡ ଝଟକା । ଏପଟେ ସିଏସକେ ତରଫରୁ ଏକ ସଂକ୍ଷିପ୍ତ ବିବୃତ୍ତିରେ କୁହାଯାଇଛି କି ଧୋନୀ ଏ ଋତୁରେ କଣ ଆଗକୁ ବି ଫ୍ରାଞ୍ଚାଇଜ ପ୍ରତିନିଧିତ୍ୱ କରିବେ ।

୨୦୦୮ରେ ଟୁର୍ଣ୍ମାମେଣ୍ଟ ଆରମ୍ଭରୁ ଧୋନୀ ସିଏସକେରେ ଅଧିନାୟକ ରହିଆସିଛନ୍ତି । ଏହି ସମୟ ମଧ୍ୟରେ କେବଳ ୨ବର୍ଷ ପାଇଁ ଧୋନୀ ନେତୃତ୍ୱ ନେଇନଥିଲେ । କାରଣ ସ୍ପଟ ଫିକ୍ସିଂ ହେତୁ ଦଳକୁ ଦୁଇ ବର୍ଷ ପାଇଁ ବାରଣ କରାଯାଇଥିଲା । ବର୍ତ୍ତମାନ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକତ୍ୱକୁ ଅନ୍ୟ ଜଣେ ଖେଳାଳୀ ଯିଏ କି ତାଙ୍କ ବିଶ୍ୱସନୀୟ ଖେଳାଳୀ ତଥା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିବାକୁ ଧୋନୀ ନିଷ୍ପତ୍ତି ନେଇଥିବା ସିଏସକେ ତରଫରୁ କୁହାଯାଇଛି । କହିରଖୁଛୁ ୨୦୧୨ ମସିହାରୁ ଜାଡେଜା ଦଳରେ ରହିଆସିଛନ୍ତି । ଏବଂ ଜାଡେଜା ସିଏସକେର ନେତୃତ୍ୱ ନେଉଥିବା ତୃତୀୟ ଖେଳାଳୀ ହେବେ । ଧୋନୀଙ୍କ ବ୍ୟତୀତ ସୁରେଶ ରାଇନା ପୂର୍ବରୁ ସିଏସକେରେ ଅଧିନାୟକତ୍ୱ କରିଛନ୍ତି ।

ଅଧିନାୟକତ୍ୱରୁ ଅବସର ହେଉ କିମ୍ବା ସନ୍ୟାସ ନେବା, ବିଶ୍ୱକପ ଜିଡେତା ଅଧିନାୟକ ଧୋନୀ ସବୁବେଳେ ନିଜ ମନକଥା ଶୁଣିଥାନ୍ତି । ପୂର୍ବରୁ ଲମ୍ବା ଫର୍ମାଟରେ ଅବସର ନେଇଥିଲେ ମାହି । ୨୦୧୪ରେ ଅଷ୍ଟ୍ରେଲିଆରେ ସିରିଜର ମଧ୍ୟଭାଗରେ ଟେଷ୍ଟ ଅଧିନାୟକତ୍ୱ ଛାଡିଥିଲେ । ୨୦୧୭ରେ ବିରାଟଙ୍କ ପାଇଁ ନିଜ ସ୍ଥାନ ଖାଲି କରିଥିଲେ ଏହି କ୍ୟାପଟେନ କୁଲ । ଏହି ପ୍ରେରଣାଦାୟୀ ଅଧିନାୟକ ଏକ ସ୍ୱତନ୍ତ୍ର ଶୈଳିରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଆଇପିଏଲରେ ଖେଳିବା ଜାରି ରଖିଥିଲେ । ଧୋନୀ ୨୧୩ଟି ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି ଯେଉିଁଥିରେ ୧୩୦ଟି ଜିତାଇଛନ୍ତି ।

ଧୋନୀଙ୍କ ଘୋଷଣାକୁ ନେଇ ସିଏସକେ ସିଇଓ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି କିନ୍ତୁ ସେ ଏକଥା ମଦ୍ୟ କହିଛନ୍ତି କି ଯଦି ଧୋନୀ ଏହି ନିଷ୍ପତ୍ତି ନେଇଛନ୍ତି ତେବେ ଏହା ଦଳର ହିତ ପାଇଁ ହେବ । ସେ ଏକଥା ମଧ୍ୟ କହିଛନ୍ତି ଧୋନୀ ଯେତେବେଳେ ବି କିଛି ନିଷ୍ପତ୍ତି ନିଅନ୍ତି ତାହା ଦଳର ହିତ ପାଇଁ ଥାଏ । ତେଣୁ ଆମ ପାଇଁ ଚିନ୍ତା କରିବାର କିଛି ନାହଁ । ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛୁ । ସେ ସବୁବେଳେ ଆମର ମାର୍ଗଦର୍ଶନ କରି ଆସିଛନ୍ତି ତେଣୁ ସେ ସବୁବେଳେ ମାର୍ଗଦର୍ଶକ ରହିଛନ୍ତି ଆଉ ଆଗକୁ ମଧ୍ୟ ରହିବେ ।

୨୦୨୨ ଧୋନୀଙ୍କ ଶେଷ ସିଜିନ ହେବ କି ବୋଲି ପଚାରଯାଇଥିବା ବେଳେ ସିଏସକେ ସିଇଓ କାଶି ବିଶ୍ୱନାଥନ କହିଛନ୍ତି ମୁଁ ଭାବୁନାହିଁ । ଏ ନିଷ୍ପତ୍ତି ସେତେବେଳେ ଶେଷ ହେବ ଯେତେବେଳ ଯାଏଁ ସେ ଫିଟ ଅଛନ୍ତି । ଆମେ ଚାହୁଁ ସେ ଖେଳନ୍ତୁ । କିନ୍ତୁ ସେ କଣ ଭାବନ୍ତି ତାହା ଆମେ ଜେଣିନାହୁଁ । ଏପଟେ ଅଧିନାୟକ ହିସାବରେ ଜାଡେଜାଙ୍କ ନିଯୁକ୍ତି ପରେ ଅଲରାଉଣ୍ଡରଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ବିଶ୍ୱନାଥନ ।

କହିରଖୁଛୁ, ବିଶ୍ୱକପ ୨୦୧୯ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନୀଙ୍କ ଅଧିନରେ ସିଏସକେ ଗତବର୍ଷ ଚତୁର୍ଥ ଟାଇଟଲ ଜିତିଥିଲା । ଚଳିତବର୍ଷ ଆଇପିଏଲ ପାଇଁ ଜାଡେଜାଙ୍କୁ ୧୬କୋଟିରେ ରିଟେନ କରିଥିଲା ଚେନ୍ନାଇ ସୁପରକିଙ୍ଗସ । ଧୋନୀଙ୍କୁ ୧୨କୋଟିରେ ରିଟେନ କରାଯାଇଥିଲା । ଶନିବାର ଆଇପିଏଲର ପ୍ରଥମ ମ୍ୟାଚରେ ସିଏସକେ କୋଲକତା ନାଇଟ ରାଇଡର୍ସକୁ ଭେଟିବ । ତେବେ ଆଗକୁ ଜଣାପଡିବ ଧୋନୀଙ୍କ ଏ ନିଷ୍ପତ୍ତି ଦଳ ପାଇଁ କିଭଳି ସାବ୍ୟସ୍ତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.