ଯଦି ଅନ୍ୟ ମାନଙ୍କ ଆଗରେ ଆପଣ ମଧ୍ୟ ହାଣ୍ଡସମ ଦେଖାଯିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି ଟିପ୍ସ

ଆଜିକା ସମୟରେ ସମୟରେ ତ ସମସ୍ତେ ନିଜକୁ ସୁନ୍ଦର କରିବାକୁ ଚେଷ୍ଟା କରନ୍ତି । କାରଣ ଏହା ପ୍ରତ୍ୟକ୍ଷରେ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଥାଏ । ତେଣୁ ମହିଳା ହୁଅନ୍ତୁ ବା ପୁରୁଷ ସମସ୍ତେ ଅନ୍ୟ ମାନଙ୍କ ସାମ୍ନାରେ କେମିତି ଅଧିକ ସୁନ୍ଦର ଦେଖାଯିବେ ସେହି ଦୌଡରେ ଅଛନ୍ତି । ମହିଳା ମାନେ ତ ସାଧାରଣ ଭାବେ କେମିତି ଆକର୍ଷଣୀୟ ଦେଖାଯିବେ ସେ ବିଷୟରେ ଜାଣିଥାନ୍ତି । କିନ୍ତୁ ପୁରୁଷ ଏ ବିଷୟରେ କିଛିଟା ପଛରେ ପଡିଯାନ୍ତି । ତେଣୁ ଆଜି ପୁରୁଷ ମାନଙ୍କ ପାଇଁ କିଛିଟା ଟିପ୍ସ ଯାହା ଦ୍ୱାରା ସେମାନେ ମଧ୍ୟ ବେଶ ଆକର୍ଷଣୀୟ ଦେଖାଯିବା ସହ ନିଜର ଲୁକକୁ ଉନ୍ନତ କରିପାରିବେ ।

handsome

ହେୟାରକଟ:

ପୁରୁଷ ମାନଙ୍କ ବ୍ୟକ୍ତିତ୍ୱରେ ସବୁଠୁ ଅଧିକ ପ୍ରଭାବ ପକାଇଥାଏ ସେମାନଙ୍କ ହେୟାର କଟ । ସବୁବେଳେ ନିଜ ଚୁଟି କଟା ଷ୍ଟାଇଲକୁ ସିମ୍ପଲ ଓ ଆକର୍ଷଣୀୟ ରଖିବା ଉଚିତ । ବହୁ ଜଣ ସେଲିବ୍ରିଟିଙ୍କ ଦ୍ୱାରା ପ୍ରଭାବିତ ହୋଇ ସେହି ଅନୁଯାୟୀ ହେୟାର କଟ କରିଥାନ୍ତି । କିନ୍ତୁ ଏହା ଆପଣଙ୍କ ମୁହଁକୁ ସୁହାଇବା ଉଚିତ । ନଚେତ ଏହା ଏକ ଫନି ଲୁକ ଦେଇଥାଏ ।

କଲର:

ଆପଣ ମାନନ୍ତୁ ବା ନମାନନ୍ତୁ କିନ୍ତୁ କଲରର ଆପଣଙ୍କ ବ୍ୟକ୍ତିତ୍ୱ ସହ ସିଧା ସମ୍ପର୍କ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣ ଯେଉଁ ଡ୍ରେସ ପିନ୍ଧୁଛନ୍ତି ତାହା ଆପଣଙ୍କୁ ଶତ ପ୍ରତିଶତ ମାନିବା ନିହାତି ଆବଶ୍ୟକ । ଯଦି ଆପଣ ଯେଉଁ ପରିଧାନ ପିନ୍ଧୁଛନ୍ତି ତାହା ଆପଣଙ୍କ ରଙ୍ଗକୁ ନ ସୁହେଇଲା ତେବେ ଏହା ଆପଣଙ୍କୁ ଏକ ଫନି ଲୁକ ଦେବ ।

handsome

ଦାଢ଼ି:

ଯଦି ଆପଣଙ୍କର ବଡ ଦାଢ଼ି ଅଛି ତେବେ ତାକୁ ଭଲ ଭାବରେ ସେଟ କରାଇଦିଅନ୍ତୁ । ଯଦି ଛୋଟ ଦାଢ଼ି ଅଛି ତେବେ ତାକୁ ଏକ କ୍ଲିନ ସେଭ ଦିଅନ୍ତୁ । ହଁ ମନେ ରଖିବେ କେବେ ମଧ୍ୟ ନିଜ ଦାଢ଼ି ସହ କୌଣସି ଏକ୍ସପେରିମେଣ୍ଟ ବା ପରୀକ୍ଷା ନିରୀକ୍ଷା କରିବେ ନାହିଁ ।

ଡ଼ିଓ:

ଋତୁ ଅନୁଯାୟୀ ହିଁ ନିଜ ଡ଼ିଓର ଚୟନ କରନ୍ତୁ । କୌଣସି ଜନ ଗହଳି ପୂର୍ଣ୍ଣ ସ୍ଥାନକୁ ଯାଉଥିଲେ କେବେ ବି ଅତି କଡା ମହକ ଵାଲା ଡ଼ିଓ ର ବ୍ୟବହାର କରିବେ ନାହିଁ । କାରଣ ଏହା ଅନ୍ୟ ମାନଙ୍କ ଉପରେ ପ୍ରଭାବ ପକାଇବ ।

 

ଏହା ସହ ପଢନ୍ତୁ: କଣ ଆପଙ୍କ ହାତରେ ମଧ୍ୟ ରହିଛି ଏହିଭଳି ରେଖା, ଜାଣନ୍ତୁ କେଉଁ ଲୋକମାନଙ୍କୁ ହୋଇଥାଏ ଅଚାନକ ଧନପ୍ରାପ୍ତି ଏବଂ ମିଳିଥାଏ ସମ୍ମାନ

ସାର୍ଟ ସ୍ଲୀଭସ :

ବହୁ ଜଣ ନିଜ ସାର୍ଟର ସ୍ଲୀଭକୁ ମୋଡି ନଥାନ୍ତି । ସେମାନଙ୍କର ଧାରଣା ଥାଏ ହୁଏତ ସାର୍ଟର ସ୍ଲୀଭକୁ ମୋଡି ଦେଲେ ତାଙ୍କ ଲୁକ ଖରାପ ହୋଇଯିବ । କିନ୍ତୁ ଏହା ଏକ ଭୁଲ ଧାରଣା । ସାର୍ଟର ସ୍ଲୀଭକୁ ମୋଡିଲେ ମଧ୍ୟ ଆପଣ ବେଶ ଆକର୍ଷଣୀୟ ଦେଖାଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.