କରୋନା ସଂକ୍ରମିତ ହେବା ପରେ କ’ଣ ଖାଇବା ଅନୁଚିତ୍‌, ଶୀଘ୍ର ସୁସ୍ଥ ହେବାକୁ ଚାହୁଁଥିଲେ ଏସବୁ ଖାଦ୍ୟକୁ କୁହନ୍ତୁ ଗୁଡ୍‌ ବାଏ

ଅସୁସ୍ଥ ଥିବା ବେଳେ ମନ ପସନ୍ଦର ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼େ। କିନ୍ତୁ ବେଳେବେଳେ ରୋଗରେ ପଡ଼ିଥିବା ବେଳେ କିଛି ଖାଦ୍ୟ ଖାଇବାକୁ ବାରଣ କରାଯାଏ। ଖାସ୍‌ କରି ଜଙ୍କ୍‌ଫୁଡ୍‌ ଓ ଅଧିକ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବାକୁ ରୋଗୀଙ୍କୁ ମନା କରାଯାଏ। କାରଣ ଏସବୁ ଖାଦ୍ୟ ହଜମ ହେବାକୁ ଦୀର୍ଘ ସମୟ ଲାଗେ। ବେଳେବେଳେ ଏହି ଖାଦ୍ୟ ଯୋଗୁ ବଦହଜମି ଭଳି ସମସ୍ୟା ମଧ୍ୟ ଦେଖାଯାଏ ।
ତେବେ କେବଳ ସାଧାରଣ ରୋଗ ନୁହେଁ, ବରଂ କରୋନା ରୋଗୀଙ୍କୁ ମଧ୍ୟ କେତେକ ଖାଦ୍ୟ ଖାଇବାକୁ ବାରଣ କରାଯାଇଛି। ଏସବୁ ଖାଦ୍ୟ ଖାଇବା ଦ୍ୱାରା ସୁସ୍ଥ ହେବା ପରିବର୍ତ୍ତେ ଦେହ ଆହୁରି ଖରାପ ହେବା ଆଶଙ୍କା ରହିଛି ବୋଲି ଡାକ୍ତର ମତ ଦିଅନ୍ତି। ତେବେ ଆସନ୍ତୁ ଜାଣିବା କରୋନା ରୋଗୀଙ୍କୁ କେଉଁ କେଉଁ ଖାଦ୍ୟ ଖାଇବା ମନା…

covid

  • କରୋନା ରୋଗୀଙ୍କୁ ପ୍ରୋସେସ୍‌ଡ୍‌ ତଥା ଫାଷ୍ଟଫୁଡ୍‌ ଖାଇବା ମନା। କାରଣ ଏସବୁ ଖାଦ୍ୟରେ ସୋଡିୟମ୍‌, ସୁଗାର ଓ ପ୍ରିଜରଭେଟିଭ୍‌ ମିଶିଥାଏ, ଯାହା ଶରୀରକୁ ସୁସ୍ଥ କରିବା ପରିବର୍ତ୍ତେ ଆହୁରି ଅଧିକ ଅସୁସ୍ଥ କରିଦିଏ।
  • କରୋନା ସଂକ୍ରମିତଙ୍କୁ ରେଡ୍‌ ମିଟ୍‌ ଖାଇବାକୁ ବାରଣ କରାଯାଇଛି। ଏଥିରେ ଅଧିକ ମାତ୍ରାରେ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ରହିଥାଏ, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
  • କୋଭିଡ୍‌ ସଂକ୍ରମିତଙ୍କୁ ଛଣାଛଣି ଖାଦ୍ୟ ଖାଇବାକୁ ବାରଣ କରାଯାଇଛି। କାରଣ ତେଲଛଣା ଖାଦ୍ୟ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ୍‌କୁ ଦୁର୍ବଳ କରିଦିଏ। ଫଳରେ ସୁସ୍ଥ ହେବାକୁ ଦୀର୍ଘଦିନ ଲାଗେ।
  • କରୋନା ରୋଗୀଙ୍କୁ ସୋଡ଼ାର ଡ୍ରିଙ୍କସ୍‌ ପିଇବା ମନା।
  • କରୋନା ସଂକ୍ରମିତ ହୋଇଥିଲେ ମସଲାଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ଏହି ଖାଦ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ।
Leave A Reply

Your email address will not be published.