ମା’ଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇ ଜଗନ୍ନାଥ ମନ୍ଦିରକୁ ୧ କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ପରିବାର ଲୋକେ

ମା’ଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇ ୧ କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ପରିବାର ଲୋକେ। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ବର୍ତ୍ତମାନ ଯୁଗରେ ପିଲାମାନେ ମା’ ବାପାଙ୍କୁ ଅନାଉନଥିବା ବେଳେ ନବରଙ୍ଗପୁରର ଏହି ପରିବାର ମା’ ଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ପାଖାପାଖି ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତିକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି।

ନବରଙ୍ଗପୁରର ଭଗବତୀ ସାହିରେ ରହୁଥିବା ଭବାନୀ ସାହୁ ଓ ବୈଜୟନ୍ତୀମାଳା ସାହୁଙ୍କ ତିନି ଝିଅ ମାଆଙ୍କ ଶେଷ ଇଚ୍ଛାକୁ ପୂରଣ କରିବାକୁ ଯାଇ ବୈଜୟନ୍ତୀମାଳାଙ୍କ ନାମରେ ଥିବା ୩ ମହଲା କୋଠା ଘରକୁ ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି। ଏଥିସହ କିଛି ଗହଣା
ମଧ୍ୟ ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି। ମାଆ ବୈଜୟନ୍ତୀମାଳାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଚାହିଁଥିବା ଏହି ଶେଷ ଇଚ୍ଛାକୁ ନେଇ ଗର୍ବ କରିଛନ୍ତି ପରିବାର ଲୋକେ।

nabarangpur

ବୈଜୟନ୍ତୀମାଳା ସାହୁଙ୍କର ଚଳିତମାସ ୨ ତାରିଖ ଦିନ ପରଲୋକ ଘଟିଥିଲା। ତାଙ୍କ ସ୍ୱାମୀ ଭବାନୀ ସାହୁ ମଧ୍ୟ ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡି ରହିଛନ୍ତି। ଭବାନୀ ସାହୁ ଓ ବୈଜୟନ୍ତୀମାଳା ସାହୁ ୩ ଝିଅ ପୁଷ୍ପାଞ୍ଜଳି ସାହୁ, ଗୀତାଞ୍ଜଳି ଶତପଥୀ, ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ବାହାଘର ଦାୟିତ୍ୱ ସମ୍ପନ୍ନ କରିସାରିଛନ୍ତି। କିନ୍ତୁ ବୈଜୟନ୍ତୀମାଳାଙ୍କର କୌଣସି ପୁଅ ନ ଥିବାରୁ ସେ ପ୍ରଭୁ ଜଗନ୍ନାଥଙ୍କୁ ପୁଅ ଭାବେ ଗ୍ରହଣ କରି ଭକ୍ତି ଓ ଶ୍ରଦ୍ଧା କରୁଥିଲେ। ଏହି କାରଣରୁ ଶେଷ ସମୟରେ ବୈଜୟନ୍ତୀମାଳା ତାଙ୍କ ସମ୍ପତ୍ତିର ପୁଅର ଭାଗକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିବାକୁ ଚାହିଁଥିଲେ।

nabarangpur2

ମାଆଙ୍କର ଏହି ଶେଷ ଇଚ୍ଛାକୁ ପୂରଣ କରିବାକୁ ୩ ଝିଅ ମାଆଙ୍କ ମୃତ୍ୟୁର ୧୪ ଦିନ ତାଙ୍କ ସମ୍ପତ୍ତି ନବରଙ୍ଗପୁର ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗରେ ଦାନ କରିଛନ୍ତି। ଦାନ କରାଯାଇଥିବା କୋଠା ଘରେ ୯ଟି ପରିବାର ଭଡାସୂତ୍ରରେ ରହିପାରିବେ, ତେଣୁ ଏହାକୁ ଭଡାରେ ଦେଇ ଯାହା ଅର୍ଥ ଆସିବ ସେଥିରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଦିନର ନୀତିକାନ୍ତିରେ ଟଙ୍କାକୁ ବିନିଯୋଗ କରାଯିବ ବୋଲି ରାଜପୁରୋହିତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.