ଚେହେରା ପରି ଚମକାନ୍ତୁ ପାଦ, ଚିନାବାଦାମରେ ନିୟମିତ କରନ୍ତୁ ଫୁଟ ସ୍କ୍ରବ

ସାଧାରଣତଃ ଆମେ ନିଜ ଚେହେରାର ଯେତିକି ଯତ୍ନ ନେଉ ସେହି ପରିମାଣର ଧ୍ୟାନ ନିଜ ହାତ, ପାଦ ପ୍ରତି ଦେଇ ନଥାଉ । ଆମେ ଭୁଲିଯାଉକି ଆମ ହାତ, ପାଦ ମଧ୍ୟ ସମାନ ପରିମାଣର ଯତ୍ନ ଆବଶ୍ୟକ କରେ । ଚେହେରା ଯେତେ ଚମକି ଉଠିଲେ ବି ଯଦି ହାତ, ପାଦ ଆଦି ମଳିନ ଦେଖାଯାଏ । ତେବେ ଜଣଙ୍କର ପୁରା ଲୁକସ ଖରାପ ହୋଇଯାଏ । କାରଣ ଚେହେରା ପରି ଆମ ପାଦ ମଧ୍ୟ ଧୂଳି, ମାଟି, ସୂର୍ଯ୍ୟ କିରଣ ଆଦିର ସାମ୍ନା କରି ଦାଗ ପଡି କଳା ହୋଇଯାଏ । ତେଣୁ ତାହାର ସଠିକ ଭାବରେ ଯତ୍ନ ନିଆଗଲେ ଏହା ଆକର୍ଷଣୀୟ ଦେଖାଯିବା ସହ ଲୁକସ ମଧ୍ୟ ଭଲ ରହିବ । ଏଥିପାଇଁ ପାର୍ଲର ଯାଇ ହଜାର ହହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ସାଧାରଣ ଘରୋଇ ଉପାୟରେ ଖୁବ ଭଲ ଭାବେ ଏହାର ଧ୍ୟାନ ରଖା ଯାଇପାରିବ । ନିୟମିତ ଭାବେ ବାହାରକୁ ଯିବା ପୂର୍ବରୁ ପାଦରେ ଏକ ଲୋସନ ବ୍ୟବହାର କରନ୍ତୁ । ସପ୍ତାହକୁ ଅନ୍ତତଃ ଥରେ ସ୍କ୍ରବ କରନ୍ତୁ । ଚିନା ବାଦାମ ଓ ମହୁରେ ପ୍ରସ୍ତୁତ ସ୍କ୍ରବ ଏଥିପାଇଁ ସର୍ବୋତ୍ତମ । ଏହାକୁ ନିୟମିତ ବ୍ୟବହାର କଲେ ପାଦର କଳାପଣ କିଛି ଦିନ ଭିତରେ ଦୂର ହେବା ସହ ଚମକି ଉଠିଥାଏ ।

ତେବେ ଜାଣିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

– ଚିନାବାଦାମ ଗୁଣ୍ଡ – ୩ରୁ ୪ଚାମଚ
– ମହୁ- ୨ଚାମଚ
– ଗୋଲାପ ଜଳ- ୨ ଚାମଚ

ପ୍ରଥମେ ବାଦାମକୁ ମିକ୍ଚରରେ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ । ଏବେ ଏହାକୁ ଏକ ପାତ୍ରରେ ନେଇ ସେଥିରେ ମହୁ, ଗୋଲାପ ଜଳ ମିଶାନ୍ତୁ । ଏହାକୁ ଭଲଭାବରେ ମିଶାଇ ନିଜ ହାତ, ପାଦକୁ ସଫା କରି ଭଲ ଭାବରେ ଲଗାଇ ଦିଅନ୍ତୁ । ୨୦ ମିନିଟ ଛାଡ଼ିଦେବା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।ଏହି ପ୍ରକ୍ରିୟା ନିୟମିତ କଲେ ପାଦର ରଙ୍ଗ ବଦଳିବା ସହ ଚମକି ଉଠିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.