କେବଳ କ୍ୟାଲସିୟମ୍ ହାଡକୁ ମଜବୁତ୍ କରିନଥାଏ, ଏହି ୪ଟି ଜିନିଷ ବି ଜରୁରୀ

ଅଧିକାଂଶ ଲୋକ ସେମାନଙ୍କର ହାଡର ମଜବୁତ ଉପରେ ଧ୍ୟାନ ଦିଅନ୍ତି ନାହିଁ । ସେହିପରି କିଛଇ ଭାବନ୍ତି ଶରୀରର ହାଡକୁ କେବଳ କ୍ୟାଲସିୟମ୍ ଆବଶ୍ୟକ । ଏମିତିକି ହାଡ ଦୁର୍ବଳ ଯେପରି ନହେବ ସେଥିପାଇଁ କ୍ୟାଲସିୟମ ସପ୍ଲିମେଣ୍ଟ୍ ନେବା ଆରମ୍ଭ କରିଦିଅନ୍ତି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ, କ୍ୟାଲସିୟମ ସପ୍ଲିମେଣ୍ଟ ସ୍ୱାସ୍ଥ୍ୟ ଆଦୌ ଉଚିତ୍ ନୁହେଁ । ଏହା କିଡନୀ ଓ ହାର୍ଟକୁ କ୍ଷତି ପହଞ୍ଚାଇଥାଏ । କ୍ୟାଲସିୟମ୍ ହାଡ ପାଇଁ ଜରୁରୀ କିନ୍ତୁ ହାଡ ପାଇଁ କେବଳ କ୍ୟାଲସିୟମ୍ ନୁହେଁ ଏହାସହିତ ଅନେକ ଜିନିଷର ସଠିକ୍ ଭାବରେ ସେବନ କରିବା ଦରକାର । କ୍ୟାଲସିୟମ କେବଳ ହାଡକୁ ମଜବୁତ୍ କରିବା ପାଇଁ ବ୍ୟବହାର କରାଯାଉଥିବା ଏକ ଅଂଶ ମାତ୍ର । ତେବେ ବୋନ୍ ଡେନସିଟି ପାଇଁ କ୍ୟାଲସିୟମ୍ ବ୍ୟତୀତ ଏହି ୫ଟି ଜିନିଷର ଆବଶ୍ୟକତା ରହିଛି ।

ଭିଡାମିନ୍ ଡି୩ : ଶରୀରରେ ଅଧିକ ମାତ୍ରାରେ କ୍ୟାଲସିୟମ୍ ଅବଶୋଷିତ ହୋଇ ପାରିନଥାଏ । ତେଣୁ କ୍ୟାଲସିୟମ୍ ର ଅଧିକ ଡୋଜ୍ ନେବାର କୌଣସି ଫାଇଦା ନାହିଁ । ତେଣୁ କ୍ୟାଲସିୟମ୍ ସହିତ ଭିଟାମିନ୍ ଡି୩ ମଧ୍ୟ ନିଅନ୍ତୁ । ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଆପଣ ଶରୀରରେ ଭିଟାମିନ୍ ଡି୩ର ସ୍ତର କମ୍ ରହିଛି ତେବେ ଆପଣ କ୍ୟାଲସିୟମ୍ କୁ ସଠିକ୍ ରୂପେ ଗ୍ରହଣ କରିପାରିବେ ନାହିଁ । ଏହି ଭିଟାମିନ୍ ସୂର୍ଯ୍ୟ କିରଣରୁ ଶରୀରରୁ ଆସିଥାଏ ।

ମ୍ୟାଗନେସିୟମ୍, ଜିଙ୍କ୍ ଏବଂ ଭିଟାମିନ୍ କେ୨: ହାଡକୁ ମଜବୁତ୍ କରିବା ପାଇଁ କ୍ୟାଲସିୟମ୍ ସହିତ ମ୍ୟାଗନେସିୟମ୍, ଜିଙ୍କ୍ ଏବଂ ଭିଟାମିନ୍ କେ୨ର ଆବଶ୍ୟକତା ରହିଥାଏ । ଭିଟାମିନ୍ କେ୨ ହାଡର ଘନତ୍ୱ ବା ବୋନ୍ ଡେନସିଟି ତିଆରି କରିବାରେ ସହାୟକ ହୋଇଥାଏ । ଯଦି ଆପଣ ସନ୍ତୁଳିତ ଡାଇଟ୍ କରୁଛନ୍ତି ତେବେ ଆପଣଙ୍କୁ ଏହିସବୁ ତତ୍ତ୍ୱ ମିଳିପାରିବ ।

ପ୍ରୋଟିନ୍: ହାଡର ୫୦ ପ୍ରତିଶତ ଭାଗ ପ୍ରୋଟିନ୍ ରୁ ମିଳିଥାଏ । ତେଣୁ ସବୁଜ ପନିପରିବା, ମାଛ ଓ କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ ଆପଣ ନିଜ ଡାଇଟ୍ ରେ ସାମିଲ କରନ୍ତୁ । କିଛି ଲୋକ ଓଜନ କମ୍ କରିବା ପାଇଁ ପ୍ରୋଟିନ୍ ଥିବା ଖାଦ୍ୟକୁ ଖାଆନ୍ତି ନାହିଁ । ତେଣୁ ଏହିସବୁ ଖାଦ୍ୟକୁ ଆପଣ ନିଜ ଡାଇଟ୍ ରେ ସାମିଲ କରିପାରିବେ ।

ଭିଟାମିନ୍ ସି: ଶରୀର ପାଇଁ ଭିଟାମିନ୍ ସି ଅନେକ ଫାଇଦା ଦେଇଥାଏ । ଏହା କେବଳ ଇମ୍ୟୁନିଟି ବଢ଼ାଇ ନଥାଏ ବରଂ ହାଡର କୋଷିକାରେ ବି ଅନେକ ସୁଧାର ଆଣିଥାଏ । ଆପଣ ନିଜ ଡାଇଟ୍ ରେ ଲେମ୍ବୁ ପାଣି, ଶିମଲା ଲଙ୍କା, ଷ୍ଟ୍ରବେରୀ ଏବଂ ବ୍ରୋକଲୀ ମିଶାନ୍ତୁ । ଏହା ଭିଟାମିନ୍ ସି ଯୋଗଇବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.