ଚମକଦାର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଅଣ୍ଡାର ଏହି ଫେସ୍‌ପ୍ୟାକ୍‌, ଦୂର ହେବ ପୁରୁଣାରୁ ପୁରୁଣା ଦାଗ

ତ୍ୱଚା ସମ୍ବନ୍ଧୀୟ ପ୍ରତ୍ୟେକ ପ୍ରଡକ୍ଟ ବ୍ୟବହାର କରିବା ପୂର୍ବରୁ ମହିଳାମାନେ ପ୍ରଥମ ତାହାର କିଛି ସାଇଡ୍‌ ଇଫେକ୍ଟ ଅଛି କି ନାହିଁ ଚେକ୍‌ କରିଥାନ୍ତି। ଯଦି ପ୍ରଡକ୍ଟ ଯୋଗୁ କୌଣସି ସମସ୍ୟା ଉପୁଜୁଥାଏ, ତେବେ ସେମାନେ ପୁଣିଥରେ ଉକ୍ତ ସାମଗ୍ରୀ କିଣିନଥାନ୍ତି। କାରଣ ତ୍ୱଚା ଖୁବ୍‌ ସେନ୍‌ସେଟିଭ୍‌ ହୋଇଥାଏ। ଏଥିରେ ଯଦି ଥରେ କୌଣସି ଭୁଲ ପ୍ରଡକ୍ଟ ବ୍ୟବହାର କରାଯାଏ ତେବେ ତାହା ଯୋଗୁ ଦେଖାଦେଉଥିବା ସ୍କିନ୍‌ ଆଲର୍ଜି ସବୁ ଦିନ ପାଇଁ ମୁହଁରେ ଦାଗ ସୃଷ୍ଟି କରେ। ତେବେ ବର୍ତ୍ତମାନ ଶୀତଦିନ ଆରମ୍ଭ ହୋଇଛି। ଏହି ସମୟରେ ସାଧାରଣତଃ ତ୍ୱଚା ଶୁଷ୍କ ହୋଇଯାଏ। ଯଦି ଆପଣ ଶୀତଦିନେ ସବୁବେଳେ କେମିକାଲ ପ୍ରଡକ୍ଟ ବ୍ୟବହାର କରିବେ ତେବେ ଆପଣଙ୍କ ତ୍ୱଚା ଖରାପ ହେବା ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଆପଣ ଘରୋଇ ଉପାୟରେ ତ୍ୱଚାକୁ ମୁଲାୟମ କରିପାରିବେ। ଏସବୁ ସାମଗ୍ରୀର କୌଣସି ସାଇଡ୍‌ ଇଫେକ୍ଟ ମଧ୍ୟ ନଥାଏ। ତେବେ ଆସନ୍ତୁ ଜାଣିବା ତ୍ୱଚାକୁ ମୁଲାୟମ କରିବା ପାଇଁ କେମିତି ତିଆରି କରିବେ ଫେସ୍‌ ପ୍ୟାକ୍‌:

ଫେସ୍‌ପ୍ୟାକ୍‌ ବନାଇବା ସାମଗ୍ରୀ:

୩ ଚାମଚ ଟମାଟୋ ଜୁସ, ୧ ଚାମଚ ବେସନ ଓ ଗୋଟିଏ ଅଣ୍ଡାର ହଳଦିଆ ଅଂଶ

ଏମିତି ତିଆରି କରନ୍ତୁ:

ଫେସ୍‌ପ୍ୟାକ୍‌ ତିଆରି କରିବା ପାଇଁ ଏକ ପାତ୍ରରେ ସମସ୍ତ ସାମଗ୍ରୀକୁ ମିଶାଇ ଏକ ମୋଟା ପେଷ୍ଟ ବନାନ୍ତୁ। ଏହାକୁ ଆଙ୍ଗୁଠିରେ ନେଇ ଧୀରେ ଧୀରେ ତ୍ୱଚାରେ ଲଗାନ୍ତୁ। ୧୫-୨୦ ମିନିଟ୍‌ ପରେ ଏହା ଶୁଖିଗଲେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏମିତି କିଛି ଦିନ କଲେ ମାର୍କ କରିବେ ଯେ ସ୍କିନ୍‌ ଗ୍ଲୋ କରୁଛି।

ତ୍ୱଚାରେ କେମିତି କାମ କରେ ଏହି ଫେସ୍‌ପ୍ୟାକ୍‌?

ଅଣ୍ଡା:

ସ୍ୱାସ୍ଥ୍ୟ ସମେତ ତ୍ୱଚା ପାଇଁ ମଧ୍ୟ ଅଣ୍ଡା ବେଶ୍‌ ଲାଭଦାୟକ ହୋଇଥାଏ। ଏହାକୁ ବ୍ୟବହାର କଲେ ଆପଣ କୋମଳ ତ୍ୱଚା ପାଇପାରିବେ। ଏଥିରେ ଥିବା ପ୍ରୋଟିନ୍‌ ତ୍ୱଚାକୁ ହେଲଦି ରଖିବା ସହ ଦାଗ ବି ଦୂର କରିବାରେ ସାହାଯ୍ୟ କରେ।

ଟମାଟୋ ଜୁସ୍‌:

ଟମାଟୋ ଜୁସ୍‌ରେ ଭିଟାମିନ୍‌ ସି, ପୋଟାସିୟମ୍‌, ଲାଇକୋପେନ୍‌ ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି, ଯାହା ତ୍ୱଚାକୁ ସୁନ୍ଦର କରିଥାଏ। ଏହା ତ୍ୱଚାର ଲୋଚାକୋଚା ହେବା ସମସ୍ୟା ବି ଦୂର କରେ।

ବେସନ:

ତ୍ୱଚା ପାଇଁ ବେସନ ଏକ ପାଓ୍ଵାରପ୍ୟାକ୍‌ ଭାବେ କାମ କରେ। ଏହା ତ୍ୱଚାକୁ ନରମ କରିବା ସହ ମୁଲାୟମ ମଧ୍ୟ କରେ। ତ୍ୱଚାରୁ ଅତିରିକ୍ତ ତୈଳାଂଶ ଦୂର କରିବାରେ ମଧ୍ୟ ବେସନ ସାହାଯ୍ୟ କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.