ଶୀତ ଦିନରେ ଏମିତି ନିଅନ୍ତୁ ତ୍ବଚାର ଯତ୍ନ, ଆପଣାନ୍ତୁ ଏହି ସହଜ ଟିପ୍ସ ଆଉ ପାଆନ୍ତୁ କୋମଳ ତ୍ବଚା

ଶୀତ ଦିନ ଆସିବା ମାତ୍ରେ ତ୍ବଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ। ଗରମ ପାଣି ସ୍ନାନ କରିବା , ହିଟର ଓ ବ୍ଲୋଏରର ଅଧିକ ବ୍ୟବହାର ଠାରୁ ମଧ୍ୟ ସ୍କିନ୍ ଧିରେ ଧିରେ ଖରାପ ଓ ଶୁଖିଲା ଦେଖାଯାଏ। ଥଣ୍ଡା ପାଗରେ ତ୍ୱଚାର ଖାସ୍ ଯତ୍ନ ନେବାକୁ ପଡ଼ିଥାଏ । ଏମିତି କିଛି ଖାସ୍ ଟିପ୍ସ ରହିଛି, ଯାହାକୁ ଆପଣାଇ ଶୀତ ଦିନରେ କୋମଳ ଓ ଚମକ ତ୍ୱଚା ପାଇପାରିବେ ।

ଥଣ୍ଡା ସମୟରେ ଚମକ ତ୍ୱଚା ପାଇବା ପାଇଁ ଏହାକୁ ମଇସ୍ଚରାଇଜ୍ ରଖିବା ବହୁତ ଆବଶ୍ୟକ । ଏଥିରେ ସ୍କିନ୍ର ପ୍ରାକୃତିକ କୋମଳ ଗୁଣ ରହିଥାଏ । ଏଥିପାଇଁ ଆପଣ ନଡ଼ିଆ ତେଲ , କ୍ୟାଷ୍ଟର ଅଏଲ୍ , ଅଲିଭ୍ ଅଏଲ୍ , ବଟରମିଲ୍କ ଓ କାକୁଡ଼ିକୁ ନ୍ୟାଚୁରାଲ ମସ୍ଚରାଇଜର ଭାବେ ବ୍ୟବହାର କରିପାରିବେ ।

iol

ପ୍ରଚୁର ପାଣି ପିଅନ୍ତୁ: ସାଧାରଣ ଭାବେ ଲୋକେ ଥଣ୍ଡା ସମୟରେ କମ୍ ପାଣି ପିଇଥାନ୍ତି । ଶରୀରରେ ପାଣିର ମାତ୍ରା କମ୍ କାରଣରୁ ମଧ୍ୟ ତ୍ୱଚା ଶୁଖିଲା ହୋଇଯାଏ । ଏଥିପାଇଁ ଥଣ୍ଡା ପାଗରେ ମଧ୍ୟ ଶରୀରରେ ପାଣିର କମ୍ ହେବାକୁ ଦିଅନ୍ତୁ ନାହିଁ । ପାଣିର ମାତ୍ରା ବୃଦ୍ଧି କରିବା ପାଇଁ ଆପଣ ଅଳ୍ପ ଉଷୁମ ପାଣି ମଧ୍ୟ ପିଇପାରିବେ ।

ମୁହଁକୁ ଉଷୁମ ପାଣିରେ ଧୁଅନ୍ତୁ : ଥଣ୍ଡା ପାଗରେ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ମାଂସପେଶୀକୁ ଆରାମ ମିଳିଥାଏ , କିନ୍ତୁ ଏହି ସ୍କିନ୍ ପାଇଁ ଭଲ ନୁହେଁ । ମୁହଁକୁ ଗରମ ବା ଥଣ୍ଡା ପାଣି ବଦଳରେ ନଖ ଉଷୁମ ପାଣିରେ ଧୁଅନ୍ତୁ ।

skin tips

ଶୋଇବା ପୂର୍ବରୁ ମାଲିସ୍ : ଯଦି ଆପଣ ସୁସ୍ଥ ତ୍ୱଚା ଚାହାନ୍ତି, ତ ଶୋଇବା ପୂର୍ବରୁ କୌଣସି ଭଲ ମସ୍ଚରାଇଜରେ ତ୍ୱଚାକୁ ମାଲିସ୍ କରନ୍ତୁ । ଏଥିରେ ଆପଣଙ୍କର ତ୍ୱଚା କୋମଳ ହେବ ଓ ଚମକ ବଢ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.