ଅଦାରେ ବନାନ୍ତୁ ଚଟପଟା ଜିଞ୍ଜର ସୁପ

‘ସୁପ’ ଏହା ଏକ ଏଭଳି ଜିନିଷ ଯାହା ତୁରନ୍ତ ଆପଣଙ୍କ ମୁଡ଼ ଠିକ କରିବାରେ ସାହାଯ୍ୟ କରିଥାଏ । ଏଭଳି ଏକ ଡ଼ିସ ହେଉଛି ଜିଞ୍ଜର ସୁପ । ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଟିକେ ଖରାପ ଲାଗୁଛି ତାହେଲେ ଏହି ସମୟରେ ଆପଣ ଏକ ସୁପ ପିଇବା ଦ୍ୱାରା ସମ୍ପୂର୍ଣ ଭାବେ ଫ୍ରେସ ଅନୁଭବ କରନ୍ତି । ସାଧାରଣତଃ ଋତୁ ଅନୁଯାୟୀ ଅନେକ ପ୍ରକାର ସୁପ ପ୍ରସ୍ତୁତ କରାଯାଇଥାଏ । କାରଣ ଭିନ୍ନ ଭିନ୍ନ ଋତୁରେ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ସୁପ ପିଇବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ବର୍ଷା ଋତୁରେ ଭିଜି ଯାଇଛନ୍ତି ଏବଂ ଆପଣ ଟିକେ ଥଣ୍ଡା ଅନୁଭବ କରୁଛନ୍ତି ତାହେଲେ ଏହି ସୁପ ଆପଣଙ୍କ ପାଇଁ ବହୁତ ଲାଭଦାୟକ । ଏଥିରେ ଅଦା, ରସୁଣ ଓ ଟମାଟୋର ଏକ ୟୁନିକ ଟେଷ୍ଟ ଆସିଥାଏ ଏବଂ ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ ସହଜ ଅଟେ । ସାଧାରଣତଃ ଅଦା ଓ ରସୁଣର ଫାଇଦା ବିଷୟରେ ତ ସମସ୍ତେ ଜାଣିଥିବେ । ଏହା ଡାଇବେଟିସ ବ୍ୟତୀତ ବ୍ଲଡ଼ ପ୍ରେସର ପାଇଁ ମଧ୍ୟ ଲାଭଦାୟକ ଅଟେ । ସେଥିପାଇଁ ନିଶ୍ଚୟ ଭାବେ ଏହାକୁ ବନାଇବା ପ୍ରଣାଳୀ ବିଷୟରେ ଜାଣିନିଅନ୍ତୁ ଯାହାଦ୍ୱାରା ଆପଣ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ ।

Image result for ginger-soup-recipe

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ

ଏକ ବଡ ଚାମଚ ଅଦା, ଦୁଇ ବଡ ଚାମଚ କର୍ଣଫ୍ଲୋର, ଦୁଇଟି ଲଙ୍କା, ଅଧା ଚାମଚ ରସୁଣ,ଅଧା ଚାମଚ ଟମାଟୋ ପ୍ୟୁରି, ଅଧା ଚାମଚ ବଟର, ଦୁଇ କପ ପାଣି , ଲୁଣ ଏବଂ କଳାଲୁଣ ।

ଏହାସହ ପଢନ୍ତୁ ହି ଲୋକମାନଙ୍କୁ କଳାଲୁଣ ଠାରୁ ଦୂରେଇ ରହିବା ଆବଶ୍ୟକ ନହେଲେ ହୋଇପାରେ ଏହିସବୁ ସମସ୍ୟା

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅଦା, ରସୁଣ ଏବଂ ଲଙ୍କାକୁ ଭଲଭାବେ କୁଟି ରଖିଦିଅନ୍ତୁ । ଏହାପରେ ଏକ ପ୍ୟାନକୁ କମ ଆଞ୍ଚରେ ବସାଇ ସେଥିରେ କିଛି ବଟର ପକାନ୍ତୁ । ଏହା ଗରମ ହୋଇଯିବା ପରେ ସେଥିରେ କୁଟି ରଖିଥିବା ଅଦା, ରସୁଣ ଏବଂ କଞ୍ଚାଲଙ୍କାକୁ ପକାଇ ଗୋଳାଇ ଦିଅନ୍ତୁ । ପାଖାପାଖି ଏକ ମିନିଟ ପରେ ଏଥିରେ କର୍ଣ୍ଣଫ୍ଲୋର ପକାଇ ଭଲଭାବେ ଗୋଳାଇ କିଛି ସମୟ ପର୍ଯ୍ୟନ୍ତ କମ ଆଞ୍ଚରେ ଛାଡି ଦିଅନ୍ତୁ ।

Image result for ginger-soup-recipe

ଏହି ସବୁ ଇନଗ୍ରୀଡେଣ୍ଟ ଭଲଭାବେ ସିଝି ଗଲା ପରେ ଏଥିରେ ଟମାଟୋ ପ୍ୟୁରୀ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ଏବଂ ପୁଣି ଏହାକୁ କିଛି ସମୟ କମ ଆଁଚରେ ବସାଇ ତାପରେ ବାହାର କରିଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଜିଞ୍ଜର ସୁପ । ଏହାପରେ ଏଥିରେ ଲୁଣ ଏବଂ କଳାଲୁଣ ପକାଇ ଗୋଳାଇ ଦିଅନ୍ତୁ । ଶେଷରେ ଏହାକୁ ଏକ ପାତ୍ରରେ କାଢି ଗ୍ରିଲ୍ଡ଼ ବ୍ରେଡ କିମ୍ବା ଗାର୍ଲିକ ବ୍ରେଡ ସହିତ ସର୍ବ କରନ୍ତୁ । ଏହା ଉପରେ ଆପଣ ନିଜ ମନ ପସନ୍ଦର ଗାର୍ନିସ ମଧ୍ୟ କରିପାରିବେ ।

 रेसिपी

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.