ନିଜକୁ ଠିକ୍‌ ବୋଲି ପ୍ରମାଣ କରିବାକୁ ଆତ୍ମବିଶ୍ୱାସର ସହ ମିଛ କହିପାରନ୍ତି ଏହି ଝିଅମାନେ

ଝିଅ ହୁଅନ୍ତୁ ବା ପୁଅ, ସ୍ୱଭାବରେ ଜଣେ ଅନ୍ୟଜଣଙ୍କ ଠାରୁ ଭିନ୍ନ । କାହା ପାଖରେ କିଛି ଭଲ ଗୁଣ ଥିଲାବେଳେ କିଛି ଖରାପ ଗୁଣ ମଧ୍ୟ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବ୍ୟକ୍ତିର ଗୁଣ ଓ ସ୍ୱଭାବ ପଛରେ ତା’ର ରାଶିର ପ୍ରଭାବ ପଡ଼ିଥାଏ । କେହି କେହି ମିଛ କହିବାକୁ ପସନ୍ଦ କରି ନଥାନ୍ତି ତ ଆଉ କେହି ମିଛକୁ ଆତ୍ମବିଶ୍ୱାସର ସହ କହିପାରନ୍ତି । ଆଜି ଆମେ ଏପରି ୪ ରାଶିର ଝିଅଙ୍କ ବିଷୟରେ କହିବୁ ଯିଏ ନଜକୁ ଠିକ୍‌ ପ୍ରମାଣ କରିବା ପାଇଁ ବଡ଼ ଆତ୍ମବିଶ୍ୱାସର ସହ ମିଛ କହିବାକୁ ପଛାନ୍ତି ନାହିଁ ।

partner
photo credit: punjabkesari.in

ମେଷ ରାଶି :

ଏମିତିରେ ତ ଝିଅମାନେ ମିଛ କହିନଥାନ୍ତି । ଯଦି କଥା ଏମାନଙ୍କର ଇଗୋ ଉପରେ ଚାଲିଆସେ ତେବେ ମିଛ କହିବାକୁ ପଛାନ୍ତି ନାହିଁ । ଏହାଛଡ଼ା ନିଜ ପରିବାର ଓ ବନ୍ଧୁଙ୍କ ସମ୍ପର୍କୀତ କଥା ହେଲେ କେବେ କେବେ ମିଛର ସାହାଯ୍ୟ ନେଇଥାନ୍ତି । ସେତେବେଳେ ଏମାନେ ଏତେ ଦୃଢ଼ତାର ସହ ମିଛ କୁହନ୍ତି ଯେ ସାମ୍‌ନା ଲୋକକୁ ଏହା ତିଳେମାତ୍ର ଜଣାପଡ଼େ ନାହିଁ ।

ବୃଷ ରାଶି :

ଏହି ରାଶିର ଝିଅମାନେ ମୁଡ଼ି ଓ ଖୋଲା ବିଚାରର ହୋଇଥାନ୍ତି । ଏମାନେ ଜଲ୍‌ଦି କିଛି ସମ୍ପର୍କରେ ପଡ଼ନ୍ତି ନାହିଁ । କିନ୍ତୁ ଯଦି ଥରେ କାହାର ହାତ ଧରନ୍ତି । ତେବେ ପୁରା ଇମାନଦାରରେ ସମ୍ପର୍କ ରଖିଥାନ୍ତି । ଏମାନେ ନିଜର ସମ୍ପର୍କ ବଞ୍ଚାଇବା ପାଇଁ ମିଛର ସାହାଯ୍ୟ ନେଇଥାନ୍ତି । ଏହି ଝିଅମାନେ ବଡ଼ ଆତ୍ମ ବିଶ୍ୱାସର ସହ ମିଛ କହି ପାରନ୍ତି ।

ମିଥୁନ ରାଶି :

ଏହି ରାଶିର ଝିଅ ଟିକେ ଜିଦିବାଲି ହୋଇଥାନ୍ତି । ଏମାନେ ନିଜ କଥାକୁ କାୟମ ରଖିବା ପାଇଁ ଅଡିଯାଆନ୍ତି । ଯଦି ନିଜର କଥାକୁ ରଖିବା ପାଇଁ ମିଛ କହିବାକୁ ପଡେ ତ ଏମାନେ ପଛାନ୍ତି ନାହିଁ । ଏମାନେ ଏତେ କନ୍‌ଫିଡାନ୍ସର ସହ ମିଛ କୁହନ୍ତି ସାମନା ବାଲା ଧରି ପାରନ୍ତି ନାହିଁ ।

କର୍କଟ ରାଶି :

ଏହି ରାଶିର ଝିଅ ସାଧାରଣତଃ ମିଛ କୁହନ୍ତ ନାହିଁ । କିନ୍ତୁ କଥାକ ଏମିତି ବୁଲେଇ ଦିଅନ୍ତି ଏମାନଙ୍କ କଥାର ମତଲବ ବଦଳି ଯାଏ । ପୁଣି ନିଜର କଥା ରଖିବା ପାଇଁ କିଛି ବି କରିପାରନ୍ତି । ଆତ୍ମବିଶ୍ୱାସର ସହ ମିଛ କହିବାକୁ ବି ପଛାନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.