Below header

ପାଇରିଆଠୁ ନେଇ ପେଟଯନ୍ତ୍ରଣା ପର୍ଯ୍ୟନ୍ତ ଅନେକ ବଡ଼ ବଡ ରୋଗରୁ ମୁକ୍ତିଦିଏ ସୋରିଷ

ସାଧାରଣତଃ ସୋରିଷର ବ୍ୟବହାର ପ୍ରତିଘରେ କରାଯାଇଥାଏ । ଅନେକ ଲୋକ ଏହାର ବ୍ୟବହାର ଆଚାର ପାଇଁ କରୁଥିବା ବେଳେ ଅନେକ ଲୋକ ଏହାକୁ ତରକାରୀରେ ଛୁଙ୍କ ଲଗାଇବା ପାଇଁ ବ୍ୟବହାର କରିଥାନ୍ତି । ଯଦିଓ ପ୍ରତିଘରେ ସୋରିଷର ବ୍ୟବହାର ଭିନ୍ନ ଭିନ୍ନ ରୂପରେ କରାଯାଇଥାଏ କିନ୍ତୁ ଅନେକ ଲୋକଙ୍କୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଜଣାନଥାଏ । ତାହେଲେ ଆସନ୍ତୁ ଆଜି ଜାଣିବା ଏକ ଛୋଟ ସୋରିଷ ଦାନା ମଧ୍ୟରେ କେତେ ବଡ଼ ବଡ ଫାଇଦା ଲୁଚି ରହିଥାଏ ।

Image result for mustard

  • ସୋରିଷ ଖାଇବା ଦ୍ଵାରା ପାଚନ କ୍ରିୟା ଉନ୍ନତ ହୋଇଥାଏ ଏବଂ ସୋରିଷର ପାଣିରେ ପେଟ ଭିତରେ ଥିବା ଜୀବାଣୁ ଓ କୃମି ମରିଯାଇଥାନ୍ତି । କାରଣ ଏହା ପେଟପାଇଁ ବହୁତ ଲାଭକାରୀ ହୋଇଥାଏ । ଏହାର ଲାଭ ଆପଣଙ୍କୁ ତୁରନ୍ତ ମିଳିଥାଏ ।
  • କଲେରା ରୋଗୀପାଇଁ ମଧ୍ୟ ଏହା ବହୁତ ଉପକାରୀ । ଏହି ରୋଗରେ ରୋଗୀକୁ ହେଉଥିବା ସମସ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ ସୋରିଷ । ସୋରିଷ ପାଣି ପିଇବା ଦ୍ୱାରା ଆପଣ ପେଟ ଯନ୍ତ୍ରଣା ଓ ଏହି ରୋଗରୁ ସମ୍ପୂର୍ଣ ଭାବେ ମୁକ୍ତି ପାଇଥାନ୍ତି ।

Related image

  • ମହୁରେ ସୋରିଷ ଗୁଣ୍ଡ ମିଶାଇ ଶୁଙ୍ଘିବା ଦ୍ୱାରା ଥଣ୍ଡା ସର୍ଦ୍ଦି ସମ୍ପୂର୍ଣ୍ଣ ଭାବେ ଠିକ ହୋଇଯାଇଥାଏ ।
  • ଷୋରିଷତେଲରେ ଲୁଣ ପକାଇ ଦାନ୍ତ ଘଷିବା ଦ୍ୱାରା ପାଇରିଆ ରୋଗ ସମ୍ପୂର୍ଣ୍ଣଭାବେ ଭଲ ହୋଇଯାଇଥାଏ ।
  • Related image
  • ଶୋରିସକୁ ପେଷି ହାତ ଓ ଗୋଡ଼ରେ ଲଗାଇବା ଦ୍ୱାରା ନର୍ଭସନେସ ଦୂର ହେବା ସହିତ ଏହି ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିଥାଏ ।
  • ଶୋରିସରେ ମାୟରୋସିନ, ସିନୀଗ୍ରୀନ, ଭଳି ତତ୍ତ୍ୱ ରହିଥାଏ ଯେଉଁ କାରଣରୁ ଏହା ସ୍କିନ ପାଇଁ ବହୁତ ଲାଭଦାୟକ ହୋଇଥାଏ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.