ଅକ୍ଷୟ, ଶାହିଦ୍‌ ଏବଂ ରଣବୀରଙ୍କୁ ପଛରେ ପକାଇ ଭାଇଜାନଙ୍କ ‘ଦବଙ୍ଗ ୩’ କଲା ଏହି ନୂଆ ରେକର୍ଡ

ବଲିଉଡର ସୁପରଷ୍ଟାର ସଲମାନ ଖାନ୍‌ ଙ୍କ ଫିଲ୍ମ ‘ଦବଙ୍ଗ ୩’ ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ଭାଇଜାନ ଟିକେଟ କାଉଣ୍ଟରରେ ନିଜର କମାଲ ଦେଖାଇଛନ୍ତି। ଲୋକପ୍ରିୟ ‘ଦବଙ୍ଗ’ ର ତୃତୀୟ ଫିଲ୍ମ ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ୨୩ କୋଟି ଟଙ୍କା କଲେକ୍ସନ କରିଛି। ରିପୋର୍ଟ ଅନୁଯାୟୀ ସଲମାନଙ୍କ ଏହି ଫିଲ୍ମ ପ୍ରଥମ ଦିନରେ ହିଁ ଅକ୍ଷୟ କୁମାର, ଶାହିଦ୍‌ କପୁର ଏବଂ ରଣବୀର ସିଂହଙ୍କ ଫିଲ୍ମକୁ ଡୋମେଷ୍ଟିକ୍‌ ସର୍କିଟରେ ପଛରେ ପକାଇଦେଇଛି। ଅନେକ ରାଜ୍ୟରେ ସିଏଏ ଏବଂ ଏନଆରସିର ବିରୋଧରେ ପ୍ରଭାବିତ ‘ଦବଙ୍ଗ ୩’ ର ଡୋମେଷ୍ଟିକ ସର୍କିଟରେ ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇପାରିଛି।

film-ରିପୋର୍ଟ ଅନୁଯାୟୀ ‘ଦବଙ୍ଗ ୩’ର ପ୍ରଥମ ଦିନର କଲେକ୍ସନ ‘ଓ୍ଵାର’ (୫୦, ୬୧ କୋଟି), ‘ଭାରତ’ (୪୧, ୬୨ କୋଟି), ‘ମିଶନ ମଙ୍ଗଲ’ (୨୮, ୪୫ କୋଟି) ଏବଂ ‘ସାହୋ’ (୨୫, ୮୨ କୋଟି) ଟଙ୍କାର କଲେକ୍ସନକୁ ପାର୍‌ କରିବାରେ ଅସଫଳ ହୋଇଥିଲା। ଏହାବ୍ୟତୀତ ଅକ୍ଷୟକୁମାରଙ୍କ ‘କେସରୀ’ (୫୦, ୬୧ କୋଟି), ସାହିଦ୍‌ କପୁରଙ୍କ ‘କବିର ସିଂହ’ (୫୦, ୬୧ କୋଟି) ଏବଂ ରଣବୀର ସିଂହଙ୍କ ‘ଗଲୀ ବୟ’ (୫୦, ୬୧ କୋଟି) ଟଙ୍କାକୁ ପଛରେ ପକାଇବାରେ ସଫଳ ହୋଇପାରିଛି। କିନ୍ତୁ ବର୍ତ୍ତମାନ ସଲମାନଙ୍କ ‘ଦବଙ୍ଗ ୩’ ୨୦୧୯ର ସବୁଠାରୁ ଅଧିକ ଓପନର୍ସ ଲିଷ୍ଟରେ ୫ ନମ୍ବରରେ ରହିଛି।

bangg2ଷ୍ଟାର-ପାଓ୍ଵାର ଏବଂ ଫ୍ରେଚାଇଜ୍‌ ର ଲୋକପ୍ରିୟତା କାରଣରୁ ଫିଲ୍ମର କଲେକ୍ସନ ଓ୍ଵିକେଣ୍ଡ ସହ ଆହୁରି ବଢିବାର ଆଶା ରହିଛି। ରିପୋର୍ଟ ଅନୁଯାୟୀ ଯଦି ଦେଶରେ ସବୁକିଛି ସାମାନ୍ୟ ସ୍ଥିତି ଥାନ୍ତା ତେବେ ‘ଦବଙ୍ଗ ୩’ ସହଜରେ ୩୦ କୋଟି ଟଙ୍କା ଆୟ କରିପାରିଥାନ୍ତା। ନାଗରିକତା ଅଧିନିୟମ ବିପକ୍ଷରେ ଲୋକମାନଙ୍କ ହିଂସା କାରଣରୁ ଫିଲ୍ମର କଲେକ୍ସନ ସହରର ସ୍ଥିତି ଉପରେ ନିର୍ଭର କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.