Below header

ଶରୀର ଭିତରେ ଚିପ ଇମପ୍ଲାଣ୍ଟ କରାଇଲେ ମହିଳା, ଜୀବନକୁ କରିଦେଲେ ଆହୁରି ସହଜ

ସାଧାରଣତଃ ଆପଣ ଜାଣିଥିବେ ଯେ ଚିପ ଗୁଡିକ କେବଳ ଫୋନ ଅଥବା କମ୍ପ୍ୟୁଟରରେ ବ୍ୟବହାର କରାଯାଇଥାଏ । ଏହା ବ୍ୟତୀତ ଆମେ ରୋବୋର୍ଟରେ ମଧ୍ୟ ଚିପ ର ବ୍ୟବହାର କରିଥାଉ ଯାହାଦ୍ୱାରା ସେ ମଣିଷର ଆୟତରେ ରହିପାରିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ମହିଳା ନିଜ ଶରୀରରେ ଚିପ ଟ୍ରାନ୍ସପ୍ଲାଣ୍ଟ କରାଇଛନ୍ତି ଏବଂ ତାଙ୍କୁ ‘ବାୟୋନିକ ଓମେନ’ ବୋଲି କୁହାଯାଉଛି। 31 ବର୍ଷୀୟ ୱିଣ୍ଟର ମ୍ରାଜ ଏକ ଟିଭି ପ୍ରୋଗ୍ରାମରେ କହିଥିଲେ ଯେ ତାଙ୍କ ହାତରେ ୨ଟି ଚିପ ଇମ୍ପ୍ଲାଣ୍ଟ କରାଯାଇଛି । ଯେଉଁଥିରୁ ଗୋଟିଏ ତାଙ୍କ ଘରର କବାଟ ଖୋଲିଥାଏ ଏବଂ ଦ୍ଵିତୀୟ ଚାବିର ବ୍ୟବହାର ସେ ବିଜନେସ କାର୍ଡ ଭଳି କରିଥାନ୍ତି । କେବଳ ସେତିକି ନୁହେଁ ତାଙ୍କ ହାତର ଆଙ୍ଗୁଳିରେ ମ୍ୟାଗନେଟ ଏବଂ ଫ୍ଲାଶ ଲାଇଟ ମଧ୍ୟ ଇମ୍ପ୍ଲାଣ୍ଟ କରାଯାଇଛି । ତେବେ ଏହି ସବୁ କରିବା ପଛର କାରଣ ଜୀବନକୁ ଆହୁରି ସହଜ କରିବା ବୋଲି ସେ କହିଛନ୍ତି ।

 

Image result for bionic-woman-31-year-old-american-engineer-got-microchip-implants-in-her-body-

ସୂଚନା ଅନୁଯାୟୀ ୱିଣ୍ଟର ମ୍ରାଜଙ୍କ ‘ବାୟୋନିକ ଓମେନ’ ହେବାର ଆରମ୍ଭ ଏକ କାର ଦୁର୍ଘଟଣାରୁ ହୋଇଥିଲା । ତାଙ୍କର କହିବା ଅନୁଯାୟୀ ଏହି ଦୁର୍ଘଟଣାରେ ତାଙ୍କର ବେକ, ଆଣ୍ଠୁ ଏବଂ ପଞ୍ଜରାରେ ଗଭୀରଭାବେ ଆଘାତ ଲାଗିଥିଲା ଏବଂ ଏହି ସମୟରେ ତାଙ୍କର ଅନେକ ସର୍ଜରୀ ମଧ୍ୟ କରାଯାଇଥିଲା । ତାଙ୍କର ଏକ ଆଣ୍ଠୁର କ୍ୟାପ 3D ପ୍ରିଣ୍ଟେଡ ଅଟେ । ଅନେକ ବର୍ଷର ସର୍ଜରୀ ପରେ ସେ ଭାବିଲେ ନିଜ ଜୀବନକୁ ଆଉଟିକେ ସହଜ କରିବାପାଇଁ ଶରୀରରେ କିଛି ଇମ୍ପ୍ଲାଣ୍ଟ କରାଇବା । ତେବେ ତାଙ୍କ ହାତରେ ଲାଗିଥିବା ମାଇକ୍ରୋଚିପ ଘରର ମୁଖ୍ୟ କବାଟ ଖୋଲିଥାଏ । ଏହାସହିତ ୱାର୍କପ୍ଲେସରେ ସିକ୍ୟୁରିଟି କାର୍ଡ ଭଳି କାମ କରିଥାଏ । ଅନ୍ୟ ଏକ ଚିପରେ ବିଜନେସ କାର୍ଡର କମ୍ପ୍ୟୁଟରାଇଜଡ଼ ଭର୍ସନ ଷ୍ଟୋର ହୋଇ ରହିଛି ଯାହାକୁ ସେ ଲୋକଙ୍କ ଫୋନକୁ ପଠାଇଥାନ୍ତି ।

 

 

Life 3

ତାଙ୍କର ଫିଙ୍ଗରପ୍ରିଣ୍ଟରେ ମଧ୍ୟ ମ୍ୟାଗନେଟ ଇମ୍ପ୍ଲାଣ୍ଟ କରାଯାଇଛି । ଏଥିରେ ୱିଣ୍ଟର ମ୍ରାଜଙ୍କୁ ଇଲେକ୍ଟ୍ରୋମ୍ୟାଗନେଟିକ ଫିଲଡର ଅନୁଭବ ହୋଇଥାଏ ଯାହା ତାଙ୍କୁ ୱୟାର ଛୁଇଁବାରୁ ଦୁରେଇ ରଖିଥାଏ । ତେବେ ୱିଣ୍ଟର ମ୍ରାଜ କହିଛନ୍ତି ଯେ ‘ବାୟୋନିକ ଓମେନ’ ହେବାଦ୍ବାରା ତାଙ୍କର ଜୀବନ ଆଉଟିକେ ସହଜ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.