ଦୀର୍ଘ ଆୟୁ ଓ ସୁସ୍ଥ ରହିବାକୁ ହେଲେ ଦୈନିକ ଖାଆନ୍ତୁ ଏହି ଫଳ ଓ ପରିବା

ଜୀବନ କେବଳ ବଞ୍ଚିବା ପାଇଁ ନୁହେଁ । ସୁସ୍ଥ ସହିତ ଦୀର୍ଘାୟୁ ହେବାକୁ ସମସ୍ତେ ଚାହାଁନ୍ତି । ଏଥିପାଇଁ ଉପଯୁକ୍ତ ଖାଦ୍ୟ ସହ ଜୀବନ ଶୈଳୀରେ ପରିବର୍ତ୍ତନ ଆବଶ୍ୟକ । ଆମେ ବେଳେ ବେଳେ ଅଜାଣତରେ ଏମିତି କିଛି ଫଳ ଓ ପରିବା ଖାଇଦେଇ ଥାଉ ଯାହା ଆମ ଶରୀର ପାଇଁ ବହୁତ ହାନୀକାରକ ହୋଇଥାଏ । ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ରହିବା ପାଇଁ ଗବେଷକମାନେ ଏମିତି କିଛି ଫଳ ଖାଇବାକୁ କହିଛନ୍ତି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ଆମେ କେଉଁ ଫଳ ଓ ପରିବା ଖାଇବା ଉଚିତ ଓ କ’ଣ ନୁହେଁ

ଗବେଷଣା ଅନୁଯାୟୀ, କିଛି ଫଳ ଓ ପରିବାରେ ପୋଟାସିୟମ ଭରପୁର ମାତ୍ରରେ ରହିଥାଏ । ଯାହା ହାଇ ବ୍ଲଡ୍‌ ପ୍ରେସର କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହି ଫଳରେ ଫାଇବର ପଲିଫେନଲସ୍‌ କମ୍ପାଉଣ୍ଡ ମଧ୍ୟ ରହିଥାଏ । ଯାହାକି ବହୁତ ମାରାତ୍ମକ ହୋଇଥାଏ । ତେଣୁ ଆପଣ କିଛି ବି ଫଳ ଓ ପରିବା ଖାଇବା ନିରାପଦ ନୁହେଁ ।

ଆପଣଙ୍କୁ ସବୁଜ ପତ୍ର ଥିବା ପରିବା, ଗାଜର, କୋଳି ଓ ଖଟା ଫଳ ଖାଇବା ଜରୁରୀ । ଖଟା ଫଳ ମଧ୍ୟରେ କମଳା, ଲେମ୍ବୁ, ସନ୍ତରା ଆଦି ସାମିଲ । ସବୁଜ ପତ୍ର ପରିବା ମଧ୍ୟରେ ପାଳଙ୍ଗ, ଛୁଇଁ, ସାରୁ, ଶୋରିଷ ଶାଗ ଆଦି ଅନ୍ତର୍ଭୁକ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.