ଗୁରୁବାର ଭୁଲ୍‌ରେ ବି ଏହି ବସ୍ତୁ କରନ୍ତୁ ନାହିଁ ଦାନ, ନହେଲେ ହୋଇଯିବ ଅନର୍ଥ

ଗୁରୁବାରକୁ ଭଗବାନ ବିଷ୍ଣୁଙ୍କର ଦିନ ବୋଲି ମନାଯାଏ । ଏହି ଦିନ ତାଙ୍କର ପୂଜା କରି ଦାନ ପୁଣ୍ୟ କରାଯାଏ । ଏମିତି କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କ ସୁଖ-ସମୃଦ୍ଧି ଏବଂ ଧନ ବୃଦ୍ଧି ହୋଇଥାଏ ।

ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଅତି ପ୍ରଶନ୍ନ ହୋଇଥାନ୍ତି । ଏହି ଦିନ ମଧ୍ୟ ଗୁରୁ ବା ବୃହସ୍ପତିଙ୍କ ପୂଜା କରାଯାଇଥାଏ । ଭଗବାନ ବିଷ୍ଣୁଙ୍କୁ ପୂଜା କରିବାକୁ ହେଲେ ହଳଦିଆ ବସ୍ତ୍ର ପିନ୍ଧି ପୂଜା କରାଯାଇଥାଏ । ହଳଦିଆ ବସ୍ତୁ ଦାନ କରିବା ଦ୍ୱାରା ମନର ଶାନ୍ତି ଏବଂ ଘରେ ସୁଖ ଆସିଥାଏ ।

ଗୁରୁବାର ଏହି ସବୁ ଦ୍ରବ୍ୟ କରନ୍ତୁ ନାହିଁ ଦାନ

. ଗୁରୁବାର କଳା କିମ୍ବା ଧୁଷର ରଙ୍ଗର ଜିନିଷ ଦାନ କରନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ପୂଜା ନିଷ୍ଫଳ ହୋଇଯାଇଥାଏ । ତେବେ କେଉଁ ଦ୍ରବ୍ୟ ଦାନ କଲେ ଆପଣଙ୍କ ବିଗିଡି ଯାଇଥିବା କାମ ପୂର୍ଣ୍ଣ ହେବ ।

ଏହି ବସ୍ତୁ ଦାନ କଲେ ପୁଣ୍ୟ ଅର୍ଜନ କରିବେ

. ଗୁରୁବାର ହଳଦିଆ ରଙ୍ଗର ବସ୍ତ୍ର ଦାନ କରିବା ଉଚିତ୍‌ ।

. ଯଦି ବିବାହରେ ବାଧା ଆସୁଥାଏ ତେବେ ହଳଦୀ ଦାନ କରନ୍ତୁ । ଅସୁବିଧା ଦୂର ହୋଇଯିବ ।

. ଗୁରୁବାର ହଳଦିଆ ରଙ୍ଗର ଅନ୍ନ ଦାନ କଲେ ଭାଗ୍ୟ ଉଦୟ ହୋଇଥାଏ ।

. ବ୍ୟବସାୟ ଭଲ ଭାବରେ ଚଳାଇବାକୁ ହେଲେ ଗୁରୁବାର ପାନ ପତ୍ର ଭିତରେ ହଳଦୀର ଦୁଇଟି ବଣ୍ଡଲ ରଖି ଚଢ଼ାନ୍ତୁ ।

. ଗୁରୁବାର ଦିନ ଭଗବାନ ବିଷ୍ଣୁ ମନ୍ଦିରରେ ଆମ୍ବ ଦାନ କଲେ ଜୀବନରେ ଖୁସି ଆସିଥାଏ ।

ଏହି ଲେଖା ଶାସ୍ତ୍ର ଆଧାରରେ କରାଯାଇଛି । ଅଧିକ ଜାଣିବା ପାଇଁ ପରାମର୍ଶ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.