VIDEO: ଲୋକଙ୍କ ହାଲଚାଲ ବୁଝିବାକୁ ଯାଇଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ବ୍ୟକ୍ତି ମାରିଲେ ଶକ୍ତ ଚାପୁଡ଼ା, ୨ ଗିରଫ

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଜଣେ ବ୍ୟକ୍ତି ଶକ୍ତ ଚାପୁଡ଼ା ମାରିଛନ୍ତି। ଦକ୍ଷିଣ ପୂର୍ବ ଫ୍ରାନ୍ସର ଦ୍ରୋମ ଅଞ୍ଚଳରେ ରାଷ୍ଟ୍ରପତି ଜନତାଙ୍କୁ ଭେଟିବା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରିଥିଲେ। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି।

ଖବରରୁ ଜଣାପଡିଛି, ରାଷ୍ଟ୍ରପତି ମାକ୍ରୋନ ଫ୍ରାନ୍ସର ଦ୍ରୋମ ଅଞ୍ଚଳ ଗସ୍ତରେ ଯାଇଥିଲେ। ସେ ସେଠାକାର ଲୋକଙ୍କୁ ଭେଟି ଏହା କଥା ହେବାକୁ ଚାହୁଁଥିଲେ କି, କୋଭିଡ ମହାମାରୀ ପରେ ଏବେ ସେମାନଙ୍କ ଜୀବନ କେମିତି ନର୍ମାଲ ଚାଲିଛି। ଏହି ସମୟରେ ବ୍ୟକ୍ତି ଜଣକ ଏଭଳି କାଣ୍ଡ ଘଟାଇଥିଲେ।

ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଭିଡିଓରେ ବ୍ୟକ୍ତି ଏହା କହୁଥିବାର ଶୁଣାଯାଉଛି କି, ‘ଡାଉନ ଉଇଦ ମାକ୍ରୋନିଆ’, ଯାହାର ତୁରନ୍ତ ପରେ ସେ ମାକ୍ରୋନଙ୍କ ମୁହଁରେ ଚାପୁଡ଼ା ପକାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.