ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଓଜନକୁ ନିୟନ୍ତ୍ରଣ କରିଥାଏ ପିଆଜ ଷଣ୍ଢା, ଜାଣନ୍ତୁ ଏହାକୁ ଖାଇବାର ପାଞ୍ଚଟି ଲାଭ

ପିଆଜ ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମେ ସାଲାଡ ଆକାରରେ ଏବଂ ରାନ୍ଧିବାରେ ପିଆଜ ବ୍ୟବହାର କରୁ। ପିଆଜ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, ଏହାର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ପିଆଜ ପରି ପିଆଜ ଷଣ୍ଢା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ । ପିଆଜ ଷଣ୍ଢାରେ କାର୍ବୋହାଇଡ୍ରେଟ୍, ଭିଟାମିନ୍ ସି, ପ୍ରୋଟିନ୍, ଫସଫରସ୍, ସଲଫର୍ ଏବଂ କ୍ୟାଲସିୟମ୍ ମିଳିଥାଏ । ପିଆଜ ଷଣ୍ଢାର ପତ୍ର ଗୁଡିକ ପୋଷକତତ୍ୱରେ ଭରପୁର ଅଟେ । ଆସନ୍ତୁ ଜାଣିବା କଣ ରହିଛି ପିଆଜ ଷଣ୍ଢାରେ ।

ପିଆଜ ଷଣ୍ଢାରେ ଭିଟାମିନ୍ C ଏବଂA ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏଥିରେ ମିଳୁଥିବା ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ।

ପିଆଜ ଷଣ୍ଢା ମୁଖର ଦୁର୍ଗନ୍ଧକୁ ଦୂର କରିଥାଏ । କିନ୍ତୁ କଞ୍ଚା ପିଆଜ ଖାଇବା ଦ୍ୱାରା ପାଟିରୁ ଗନ୍ଧ ବାହାରିଥାଏ । କୋଷ୍ଠକାଠିନ୍ୟ ସମସ୍ୟା ଓ ଏସିଡ଼ିଟି ଇତ୍ୟାଦିରୁ ପିଆଜ ଷଣ୍ଢା ଆରମ୍ଭ ଦେଇଥାଏ । ଯଦି ଆପଣଙ୍କ ପେଟରେ ଗ୍ୟାସ କାରଣରୁ ପୋଡା ହେଉଛି ତେବେ ପିଆଜ ଷଣ୍ଢାକୁ ସାଲାଡ଼ ପ୍ରସ୍ତୁତ କରି ଖାଆନ୍ତୁ । ଏହା ଗ୍ୟାସ ଏସିଡ଼ିଟି ସମସ୍ୟାକୁ ଦୂର କରିବ ।

ପିଆଜ ଷଣ୍ଢାରେ ରହିଥିବା ସଲଫର ଆପଣଙ୍କ ରକ୍ତଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ସଲଫର କାରଣରୁ ଶରୀରରେ ଇନ୍ସୁଲିନ ମାତ୍ରା ନିୟନ୍ତ୍ରିତ ରହିଥାଏ ,ଯାହା ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

କ୍ୟାନ୍ସରର ବିପଦକୁ ଦୂର କରିଥାଏ ,କାରଣ ପିଆଜ ଷଣ୍ଢାରେ ଭରପୁର ମାତ୍ରାରେ ସଲଫର ରହିଛି । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଅଟେ । ଏଥିରେ ଏଲୀଲ ସଲଫାଇଟ ଓ ଫ୍ଲେବନଏଡ ଯୌଗିକ ରହିଛି ,ଯାହା କ୍ୟାନ୍ସର ପ୍ରତିରୋଧକ ଅଟେ ।

ପିଆଜ ଷଣ୍ଢାରେ ଭରପୁର ମାତ୍ରାରେ ଫାଇବର ରହିଛି ,ଯାହା ପାଚନ ତନ୍ତ୍ରକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଆପଣ ଏହାକୁ କୌଣସି ପ୍ରକାରେ ନିଜ ଖାଦ୍ୟରେ ବ୍ୟବହାର କରି ପାରିବେ ।