ଯାଜପୁରରୁ ୧୩ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ସହ ୩ ପ୍ରିଣ୍ଟର ମେସିନ୍‌ ଜବତ

ଯାଜପୁର ଟାଉନ(କେନ୍ୟୁଜ୍): ୧୩ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌  ଜବତ । ଯାଜପୁର ଟାଉନ ଥାନା ପୋଲିସ ସନ୍ଥ ମାଧବ ଗାଁର ଏକ ଭଡାଘରୁ ୧୩ଲକ୍ଷ ୧୭ ହଜାର ୫୦୦ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି। ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।

fake currency2

ଗିରଫ ଯୁବକ ହେଉଛନ୍ତି ଚନ୍ଦ୍ରମଣି ବଳ। ତାଙ୍କ ଘର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳରେ। ଜାଲ୍‌ ନୋଟ୍‌ ସହ ପ୍ରିଣ୍ଟର ମେସିନ୍‌ ମଧ୍ୟ ଜବତ ହୋଇଛି। ଜାଲ୍‌ ନୋଟ୍‌ କାରବାରର ଚେର କେଉଁଠୁ କେଉଁଠିକୁ ଲମ୍ବିଛି, ସେନେଇ ତଦନ୍ତ କରୁଛି ପୋଲିସ।