Below header

ଏହି ଋତୁରେ ଜାମୁକୋଳି, ଯାହା ଡାଇବେଟିଜ୍ ସହ ଆହୁରି ଅନେକ ରୋଗକୁ କରିଥାଏ ଦୂର

ବର୍ତ୍ତମାନ ଆରମ୍ଭ ହୋଇଛି ମୌସୁମୀ। ଏହି ଋତୁରେ ବଜାରରେ  ତାଜା ଏବଂ ସତେଜ ଫଳ ଜାମୁକୋଳି ବିକ୍ରି ହୋଇଥାଏ। ଏହି ଫଳ ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ଖାଇବାକୁ ମଧ୍ଯ ସେତିକି ସ୍ବାଦିଷ୍ଟ ଲାଗିଥାଏ।  ଖଠା ମିଠା ଲାଗୁଥିବା ଏହି ଫଳ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଅନେକ ଲୋକଙ୍କ ମତରେ ଏହି ଫଳର ଫାଇଦା କେବଳ ଡାଇବେଟିସ ରୋଗୀଙ୍କୁ ହୋଇଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାଁହୁଛୁ ଯେ ଜାମୁକୋଳି ସେବନ କରିବା ପ୍ରତ୍ୟକ ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହି ଫଳ କେଉଁ କେଉଁ ରୋଗ ପାଇଁ ଲାଭଦାୟକ ହୋଇଥାଏ

ହାର୍ଟକୁ ସୁସ୍ଥ ରଖେ

ସୁସ୍ଥ ରହିବା ପାଇଁ ପ୍ରତ୍ୟକ ଦିନ ଏକ ଫଳର ସେବନ କରିବା ନିହାତି ଜରୁରୀ ଏବଂ ଏହା ଆହୁରି ଲାଭଦାୟକ ହୋଇଥାଏ ଯଦି ଏହି ଫଳ ଋତୁକାଳୀନ ହୋଇଥାଏ। ବର୍ଷା ଋତୁରେ ଯଦି ନିୟମିତ ଭାବରେ ଜାମୁକୋଳିର ସେବନ କରିବା ଦ୍ୱାରା ତାହେଲେ ଏଥିରେ ଥିବା anthocinidines ,ଏଲେଜିଏକ ଏସିଡ ଏବଂ ଏଂଥୋସାୟାନିଂସ ଭଳି ତତ୍ତ୍ୱ ହୃତପିଣ୍ଡକୁ ବହୁତ ପ୍ରକାର ରୋଗଠୁ ଦୂରେଇ ରଖିଥାଏ। ଏହା ବ୍ୟତୀତ ଏଥିରେ ପ୍ରଚୁର ମାତ୍ରାରେ ପୋଟାସିୟମ ରହିଥାଏ ଯାହାକି ମାନସିକ ଚାପ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟାଠୁ ଦୁରେଇ ରଖିଥାଏ।

jamunଦାନ୍ତର ସମସ୍ୟା ଦୂର କରେ

କେବଳ ଜାମୁକୋଳି ନୁହେଁ ଏହାର ପତ୍ରରେ ମଧ୍ୟ ଗୁଣକାରୀ ତତ୍ତ୍ୱ ରହିଥାଏ ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଜାମୁକୋଳି ପତ୍ରରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଥାଏ ଯାହା ଦାନ୍ତ ମାଢିରେ ହେଉଥିବା ରୋଗ ପାଇଁ ଔଷଧି ଭଳି କାମକରିଥାଏ। ଏହାର ପତ୍ରକୁ ଜଳାଇ ପାଉଡ଼ର ପ୍ରସ୍ତୁତ କରି ଦାନ୍ତ ଘସିବା ଦ୍ବାରା ସମସ୍ତ ପ୍ରକାର ରୋଗ ଭଲ ହୋଇଥାଏ। ଏଥିସହ ଜାମୁକୋଳି ଗଛର ଛେଲିକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ମୁଁହରୁ ଦୁର୍ଗନ୍ଧ ଦୂର ହୋଇଥାଏ।

ଏହା ସହ ପଢନ୍ତୁ: ‘‘ ସିଝା ବାଦାମ କେବଳ ଟାଇମ ପାସ୍ ଖାଦ୍ୟ ନୁହେଁ, ବରଂ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା ’’

ପେଟ ସମସ୍ୟା ଦୂର ହୋଇଥାଏ

ଜାମୁକୋଳି ଖାଇବା ଦ୍ୱାରା ପେଟରେ ହେଉଥିବା ଅନେକ ପ୍ରକାର ରୋଗଠାରୁ ଉପଶମ ମିଳିଥାଏ। ଯେଉଁ ମାନଙ୍କୁ ଭୋକ ନଲାଗିବାର ସମସ୍ୟା ଥିବ ସେମାନେ ଲୁଣ ସହିତ ଜାମୁକୋଳି ମିଶାଇ ଖାଇବା ଦ୍ୱାରା ଏହି ସମସ୍ୟାରୁ ଉପଶମ ପାଇଥାନ୍ତି। କୋଷ୍ଠକାଠିନ୍ୟ ଏବଂ ପେଟ ସମସ୍ୟା ଦୂର କରିବା ପାଇଁ ଏହି ଲାଭଦାୟକ ହୋଇଥାଏ।

jamunଗୁଣକାରୀ ଜାମୁକୋଳି ଦ୍ୱାରା ହେଉଥିବା କ୍ଷତି

ଜାମୁକୋଳି ଖାଇବା ଦେହ ପାଇଁ ହିତକର ହୋଇଥାଏ କିନ୍ତୁ ଏହାକୁ ଖାଇବା ସହ କିଛି କଥାକୁ ଧ୍ୟାନ ରଖିବା ମଧ୍ୟ ନିହାତି ଜରୁରୀ। ଯେପରି ଜାମୁକୋଳିକୁ କେବେବି ଖାଲିପେଟରେ ଖାଇବା ଉଚିତ ନୁହେଁ ଏବଂ ଜାମୁକୋଳି ଖାଇସାରିବା ପରେ ସଂଗେ ସଂଗେ କ୍ଷୀର ପିଇବା ଅନୁଚିତ। କାରଣ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏଥିସହ ମନେରଖନ୍ତୁ ଦିନକ ଭିତରେ 200ଗ୍ରାମରୁ ଅଧିକ ଜାମୁକୋଳି ଖାଇବା ଅନୁଚିତ। ଯଦି ଏହି ସବୁ ସାବଧାନତା ସହିତ ଜାମୁକୋଳି ସେବନ କରିବେ ତେବେ ଏହା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.