ରଣବୀର ସିଂହ ନିଜ ଜନ୍ମଦିନରେ ଦେଲେ ଷ୍ପେଶାଲ ଉପହାର, କପିଲ ଦେବଙ୍କ ଲୁକରେ ନିଜର ପ୍ରଥମ ଫଟୋ କଲେ ସେୟାର

ରଣବୀର ସିଂହ ନିଜର ଜନ୍ମଦିନରେ ଫ୍ୟାନ୍ସଙ୍କୁ ଏକ ବହୁତ ବଡ ଖାସ୍ ଉପହାର ଦେଇଛନ୍ତି। ସେହି ଉପହାରଟି ହେଉଛି ରରବୀର ନିଜର ଆଗାମୀ ଫିଲ୍ମ ‘୮୩’ର ଫାଷ୍ଟ ଲୁକ୍ ରିଲିଜ୍ କରିଛନ୍ତି। ଏହି ଲୁକରେ ରଣବୀର ସିଂହ ଅବିକଳ କପିଲ ଦେବଙ୍କ ଭଳି ଦେଖାଯାଉଛନ୍ତି। ଏହି ଫିଲ୍ମ ୧୯୮୩ରେ ହୋଇଥିବା ବିଶ୍ବକପ ଉପରେ ଆଧାରିତ। ଏଥିରେ ରଣବୀର କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ।

ଏହି ଲୁକରେ ରଣବୀର ଧଳା ରଙ୍ଗର ଜର୍ସି ପିନ୍ଧିଛନ୍ତି ଏବଂ ତାଙ୍କ ହାତରେ ବଲ୍ ଅଛି। ଲୁକକୁ ସେୟାର କରି ରଣବୀର ଲେଖିଛନ୍ତି ‘ମୁଁ ମୋର ଷ୍ପେଶାଲ ଦିନରେ ପ୍ରେଜେଣ୍ଟ କରୁଛି ହରିୟାଣାର ଗୌରବ କପିଲଦେବଙ୍କୁ।’ ଫ୍ୟାନ୍ସଙ୍କୁ ରଣବୀରଙ୍କର ଏହି ଲୁକ ବହୁତ ପସନ୍ଦ ଆସୁଛି। ସମସ୍ତେ ରଣବୀରଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

kapilଜଣାଇବାକୁ ଚାହିଁବୁ ଯେ ୧୯୮୩ ମସିହାରେ କ୍ରିକେଟ ବିଶ୍ବକପରେ ଭାରତ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ଐତିହାସିକ ବିଜୟ ହାସଲ କରିଥିଲା। ଏହି ଫିଲ୍ମ ପାଇଁ ରଣବୀର ବହୁତ କଠିନ ପରିଶ୍ରମ କରିଛନ୍ତି। କପିଲ ଦେବ ନିଜେ ରଣବୀରଙ୍କୁ କ୍ରିକେଟର ଟ୍ରେନିଂ ଦେଉଛନ୍ତି। ରଣବୀର କପିଲ ଦେବଙ୍କ ଭଳି ଦେଖାଯିବା ପାଇଁ ତାଙ୍କ ସହିତ ସମୟ ବିତାଇଲେ ଏବଂ ତାଙ୍କ ସହ ଜଡିତ ଛୋଟ ଛୋଟ କଥାକୁ ଶିକ୍ଷା କରିବାକୁ ଚେଷ୍ଟା କରିଥିଲେ।

ଏହା ସହ ପଢ଼ନ୍ତୁ : ଟିମ୍ ଇଣ୍ଡିଆ ପାଇଁ ନିଜର ବୋଲ୍ଡ ରୂପ ଦେଖାଇଲେ ପୁନମ୍ ପାଣ୍ଡେ, ଶେୟାର କଲେ ଏପରି ଭିଡିଓ

ରଣବୀର ପୂର୍ବରୁ ମଧ୍ୟ କପିଲଦେବଙ୍କ ସହିତ ବହୁତ ଫଟୋ ସେୟାର କରିସାରିଛନ୍ତି। ଜଣାଇବାକୁ ଚାହିଁବୁ ତାଙ୍କ ସ୍ତ୍ରୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏଥିରେ ନଜର ଆସିବେ। ଦୀପିକା ଏଥିରେ କପିଲଦେବଙ୍କ ସ୍ତ୍ରୀ ରିମା ଭାଟିୟାଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି କବିର ଖାନ୍। ଫିଲ୍ମଟି ୧୦ ଏପ୍ରିଲ ୨୦୨୦ ରିଲିଜ୍ ହେବ। ଏହି ଫିଲ୍ମକୁ ହିନ୍ଦୀ ବ୍ୟତୀତ ଆହୁରି ଅନେକ ଭାଷାରେ ରିଲିଜ୍ କରାଯିବ।

‘୮୩’ ରଣବୀର ସିଂହଙ୍କର ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ହେଉଥିବା ପ୍ରଥମ ତ୍ରିଭାଷୀ ଫିଲ୍ମ ଅଟେ। ଫିଲ୍ମର ପ୍ରଯୋଜକ ହେଉଛନ୍ତି ମଧୁ ମଣ୍ଟେନା। ସେ କହିଛନ୍ତି ଆମେ ଆଇକନିକ ୧୯୮୩ର ବିଜୟ ଉପରେ ଫିଲ୍ମ ପ୍ରସ୍ତୁତ କରୁଛୁ। ‘୮୩’ ପରେ ଯଦି ଭାରତ ଚଳିତ ବର୍ଷରେ ବିଶ୍ବକପ ଜିତିଯାଏ ତେବେ ଆମେ ଏହି ବିଜୟ ଉପରେ ମଧ୍ୟ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହିଁବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.