Below header

ଟ୍ୟୁନିସିୟାରେ ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା ଓଲଟିଲା, ୮୦ରୁ ଅଧିକ ଯାତ୍ରୀ ମୃତ୍ୟୁବରଣ କରିଥିବା ଆଶଙ୍କା

ଟ୍ୟୁନିସିୟା: ଟ୍ୟୁନିସିୟା ପାଖରେ ଥିବା ସମୁଦ୍ରରେ ଏକ ଡଙ୍ଗା ବୁଡି ଯିବା ଫଳରେ ୮୦ ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ଦିଆଯାଇଥିବାବେଳେ ପରେ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁବାର ଏହି ଦୁର୍ଘଟଣାର ଖବର ସମ୍ପର୍କରେ ସଂୟୁକ୍ତ ରାଷ୍ଟ୍ର ସରଣାର୍ଥୀ ଏଜେନ୍ସୀ(UNHCR)ପକ୍ଷରୁ ସୂଚନା ମିଳିଥିଲା ।

boat accident(UNHCR) ମୁତାବକ ପ୍ରବାସୀମାନେ ଏକ ଡଙ୍ଗାରେ ଭର୍ତ୍ତୀ ହୋଇ ଭୂମଧ୍ୟ ସାଗର ପାର ହୋଇ ଇଟାଲୀ ଆଡକୁ ପଳାୟନ କରୁଥିଲେ । ଏହି ସମୟରେ ଏଭଳି ଦୁଃଖଦ ଅଘଟଣ ଘଟିଥିଲା । ଟ୍ୟୁନିସିୟାର ଅଧିକାରୀମାନେ କହିଛନ୍ତି କି, ଯେତେବେଳେ ଡଙ୍ଗାଟି ଲିବିୟାର ଜୁବାରା ନଗର ଦେଇ ଯାଉଥିଲେ ସେତେବେଳେ ସେଥିରେ ୮୬ ଜଣ ଯାତ୍ରୀ ଥିଲେ । ଏହି ଅଘଟଣ ପରେ ସ୍ଥାନୀୟ ମାଛ ଧରାଳୀମାନେ ୪ଜଣଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ୩ଜଣ ମାଲୀ ର ଏବଂ ଜଣେ ଆଇବରୀ କୋଷ୍ଟର ବ୍ୟକ୍ତି ଅଟନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଯାଇଛି।

boat-sinksଅଧିକାରୀଙ୍କ ସୂଚନା ମୁତାବକ, ଡଙ୍ଗାରେ ଗୁନିୟା,ଆବରୀ କୋଷ୍ଟ,ମାଲି ଏବଂ ବୁର୍କିନା ଫାସୋ ର ନାଗରିକ ମାନେ ଯାତ୍ରା କରୁଥିଲେ । ସେମାନେ କହିଛନ୍ତି କି, ଡଙ୍ଗାରେ ଚାରି ଜଣ ମହିଳା ମଧ୍ୟ ଥିଲେ ଯେଉଁମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ଥିଲେ ଏବଂ ଅନ୍ୟ ଜଣଙ୍କର ଗୋଟେ ଛୁଆ ଥିଲା। ଭୂମଧ୍ୟସାଗର କୁ ନେଇ UNHCRର ବିଶେଷ ରାଜଦୂତ ବିନସେଣ୍ଟ କୋଚଟେଲ କହିଛନ୍ତି କି, ଏଠାରେ ବଡ ସଂଖ୍ୟାରେ ଲୋକ ମାନେ ଡଙ୍ଗାରେ ବସି ଯାଉଛନ୍ତି। ସେମାନେ ନିଜ ପରିବାର ସହିତ ଜୀବନକୁ ବାଜି ଲଗାଉଛନ୍ତି । ଆମମାନେ ଏହାର ନିହାତୀ ଭାବେ ବିକଳ୍ପ କରିବାକୁ ଚେଷ୍ଟା କରୁଛୁ । ଫଳରେ ଏଭଳି ଅଘଟଣ ଯେପରି ଆଉ ନହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.