MBBS ଓ BDS ପାଠ୍ୟକ୍ରମ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମଲେଖା

କେନ୍ୟୁଜ୍: MBBS ଓ BDS ପାଠ୍ୟକ୍ରମ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମଲେଖା। OJEE କର୍ଯ୍ୟାଳୟରେ ନାମଲେଖା ଚାଲିଛି। ପ୍ରଥମ ଦିନରେ କଟକ ଏସସିବି ମେଡିକାଲ୍‌ କଲେଜ ଓ ହସ୍ପିଟାଲ ପାଇଁ ଚାଲିଛି ଆଡମିସନ୍‌। ସାରା ରାଜ୍ୟରେ ଥିବା ୧ ହଜାର ୨୧୯ ସିଟ୍‌ ପାଇଁ ନାମଲେଖା ହେବ। ତା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧ ହଜାର ୧୬୪ ଜଣ ଛାତ୍ରଛାତ୍ରୀଙ୍କୁ ଆଲଟମେଣ୍ଟ ହୋଇଛି। ୧୦ ତାରିଖ ଭିତରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଭୁବନେଶ୍ୱର ଗଣ୍ଡମୁଣ୍ଡା ସ୍ଥିତ OJEE CELLରେ ପ୍ରୋଭିଜିନାଲ ଆଡମିସନ କରିବେ। ଏହାପରେ ଛାତ୍ରଛାତ୍ରୀ ନିଜ କଲେଜରେ ନାମଲେଖାଇବେ।

Leave A Reply

Your email address will not be published.