ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ବେଲ୍‌, ୨୫ ହଜାର ଟଙ୍କା ଓ ଦୁଇ ଜୁଇଣ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର

ଭୁବନେଶ୍ୱର(କେନ୍ୟୁଜ୍): ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ବେଲ୍‌। କନିଷ୍ଠ ଯନ୍ତ୍ରୀଙ୍କୁ ରାସ୍ତା ଉପରେ ଉଠ୍‌ ବସ୍‌ କରାଇବା ମାମଲାରେ ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱର ଏଡିଜେ କୋର୍ଟ। ୨୫ ହଜାର ଟଙ୍କା ଓ ଦୁଇ ଜୁଇଣ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର ହୋଇଛି। ସରୋଜ ମେହେର ଏବେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି। ଜୁନ୍‌ ୫ ତାରିଖରେ ନିମ୍ନମାନର ରାସ୍ତା କାମ ଅଭିଯୋଗରେ ପାଟଣାଗଡ଼ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ରାସ୍ତା ଉପରେ ଉଠ୍‌ ବସ୍‌ କରାଇଥିବା ଅଭିଯୋଗ ହୋଇଥିଲା। ଭିଜୁଆଲ୍‌ ଭାଇରାଲ୍‌ ହେବା ପରେ ବିଧାୟକଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କ ପତ୍ନୀ। ଏହାପରେ ଗତ ୨୪ ତାରିଖରେ ନୂଆପଡ଼ାରୁ ସରୋଜ ମେହେରଙ୍କୁ ଗିରଫ କରିଥିଲା ପୋଲିସ।

Leave A Reply

Your email address will not be published.