ଖାଲି ପେଟରେ ଖାଆନ୍ତୁ ଏହି ଗୋଟିଏ ଜିନିଷ, ଡାଇବେଟିସ୍‌ ହେବ ନିୟନ୍ତ୍ରିତ ଏବଂ କ୍ୟାନ୍‌ସର ରହିବ ଦୂରରେ

ରସୁଣ ଏପରି ଏକ ଜିନିଷ ଯେଉଁଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌, ଏଣ୍ଟି ଅକ୍ସିଡାଣ୍ଟ ଓ ଏଣ୍ଟି ବ୍ୟାକ୍ଟେରିଆ ଭଳି ଗୁଣ ରହିଥାଏ । ଏହାକୁ ତରକାରୀ ଓ ଡାଲିରେ ବ୍ୟବହାର କରିବା ସହ କଞ୍ଚା ମଧ୍ୟ ଖାଇପାରିବେ । ଯଦି ସକାଳେ ଖାଲି ପେଟରେ ଖିଆଯାଏ ତେବେ ହଜମ ଶକ୍ତି ବୃଦ୍ଧି ପାଇବା ସହ ମାନସିକ ଚାପ ମଧ୍ୟ ନିୟନ୍ତ୍ରିତ କରିଥାଏ । ଆସନ୍ତୁ ଜାଣିବା ରସୁଣରେ ରହିଛି କ’ଣ ସବୁ ଫାଇଦା ।

ଡାଇବେଟିସ୍‌ : ରସୁଣର ସେବନ ଦ୍ୱାରା ଶରୀରରେ ଶୁଗାର ମାତ୍ରା କମିବା ସହ କ୍ୟାନ୍‌ସର, ବ୍ଲଡ୍‌ ପ୍ରେସର, ଆଜ୍‌ମା ଭଳି ଅନେକ ରୋଗ ଭଲ ହୋଇଥାଏ ।

garlic-2

କ୍ୟାନ୍‌ସର : ରସୁଣରେ ଏଣ୍ଟି ଅକ୍ସିଡାଣ୍ଟ, ଏଣ୍ଟି ଭାଇରାଲ, ଏଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ ଭରପୁର ଥିବାରୁ ରସୁଣ ଖାଇବା ଦ୍ୱାରା ଶରୀରରେ କ୍ୟାନ୍‌ସର କୋଷ ବୃଦ୍ଧିକୁ ରୋକିଥାଏ । ଫଳରେ କ୍ୟାନ୍‌ସର ଆଶଙ୍କା କମ୍‌ କରିଥାଏ ।

ବ୍ଲଡ୍‌ ପ୍ରେସର : କଞ୍ଚା ରସୁଣ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟରାଲ୍‌ ମାତ୍ରା କମିଥାଏ । ଫଳରେ ବ୍ଲଡ୍‌ ପ୍ରେସର ନିୟନ୍ତ୍ରଣ କରିବା ସହ ହାର୍ଟ ସୁସ୍ଥ ରଖିଥାଏ । ତେଣୁ ହାର୍ଟ ଆଟାକ୍‌ ଆଶଙ୍କା କମ୍‌ କରିଥାଏ ।

garlic-3

ଆଜ୍‌ମା : ରସୁଣ ଖାଇବା ଦ୍ୱାରା ଫୁସ୍‌ଫୁସ୍‌ ଜନିତ ରୋଗ ଦୂର କରିବା ସହ ଆଜ୍‌ମା ରୋଗକୁ ବି ନିୟନ୍ତ୍ରଣ କରିଥାଏ ।

ଓଜନ ମଧ୍ୟ ହ୍ରାସ କରିଥାଏ : ଯେଉଁମାନେ ମୋଟା କାରଣରୁ ଚିନ୍ତିତ ଅଛନ୍ତି ସେମାନେ ଦୈନିକ କଞ୍ଚା ରସୁଣ ଖାଇବା ଦରକାର । ରସୁଣ ଖାଇବା ଦ୍ୱାରା କମର ପାଖରେ ଥିବା ଅତିରିକ୍ତ ଚର୍ବିକୁ କମ୍‌ କରିଥାଏ ।

garlic-4

ଶରୀରରୁ ଟକ୍ସିକ୍‌ ପଦାର୍ଥ କମ୍‌ କରିଥାଏ : ରସୁଣ ଶରୀରରୁ ଟକ୍ସିକ ପଦାର୍ଥ କମ୍‌ କରିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ସଫା କରିବା ସହ ପେଟରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.