ଜାଣିଛନ୍ତି କି ସୋରିଷ ଶାଗ ଖାଇବାର ଫାଇଦା, ଓଜନ କମ ହେବା ସହ ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି

ଭାରତୀୟଙ୍କ ଖାଦ୍ୟ ଥାଳୀରେ ଶାଗ ରହିବା ନିହାତୀ ଜରୁରୀ।ଏପରିକି ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ଶାଗ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ଏହା ପାଟିକୁ ଯେତେ ସୁଆଦିଆ ଲାଗିଥାଏ ଶରୀର ପାଇଁ ମଧ୍ୟ ସେତେ ଉପକାରୀ ହୋଇଥାଏ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶାଗ ଖୁବ୍ ଉପକାରୀ। ଏଥିରେ ଭିଟାମିନ, ମିନେରାଲସ୍ ଓ ଫାଇବର ପରି ପୋଷକ ତତ୍ତ୍ବ ରହିଛି। ସୋରିଷ ଶାଗ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ଏଥିରେ କାର୍ବୋହାଇଡ୍ରେଟ, ଫାଇବର, ଶର୍କରା, ପୋଟସିୟମ, ଭିଟାମିନ୍‌ –ଏ, ସି, ଡି, ବି-୧୨, ମ୍ୟାଗ୍ନେସିୟମ, ଆଇରନ ଓ କ୍ୟାଲସିୟମ ସହ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଆଜି ଆମେ ଆପଣଙ୍କୁ ସୋରିଷ ଶାଗ ଖାଇବାର ଫାଇଦା ବିଷୟରେ କହିବାକୁ ଯାଉଛୁ।

mustard-greens

 

-ସୋରିଷ ଶାଗ ଖାଇବା ଦ୍ବାରା କୋଲେଷ୍ଟ୍ରଲର ସ୍ତର କମ ରହିଥାଏ। ଯାହାଦ୍ବାରା ହୃଦଘାତର ଆଶଙ୍କା ହ୍ରାସ ପାଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

-ସୋରିଷ ଶାଗ ଖାଇବା ଦ୍ବାରା ପାଚନକ୍ରିୟା ସକ୍ରିୟ ହୋଇଥାଏ। ଏଥିରେ ଫାଇବରର ମାତ୍ରା ଅଧିକ ରହିଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ। ଏହା ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ।

mustard

-ସୋରିଷ ଶାଗରେ ଫାଇବରର ମାତ୍ରା ଅଧିକ ରହିଛି। ଏହା ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

-ସୋରିଷ ଶାଗରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ପୋଟାସିୟମ ରହିଛି। ଏହାକୁ ନିୟମିତ ଖାଇବା ଦ୍ବାରା ହାଡ ଶକ୍ତ ହୋଇଥାଏ। ଏହାସହ ହାଡ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

-ସୋରିଷ ଶାଗରେ ଭିଟାମିନ-ଏ ରହିଛି। ଏହା ଖାଇବା ଦ୍ବାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.