ଗରମ ଦିନେ ପାଖରେ ରଖନ୍ତୁ କଟା ଲେମ୍ବୁ, ପାଇବେ ଏହି ସବୁ ସମସ୍ୟାରୁ ମୁକ୍ତି

ଲେମ୍ବୁ ଏକ ଏମିତି ଫଳ ଯାହା ମଣିଷ ପାଇଁ ଏକ ଔଷଧୀୟ ବରଦାନ ଭାବେ ପ୍ରକୃତି ଦେଇଛି । ଲେମ୍ବୁର ଉପକାରିତା ଆପଣ ମାନେ ବହୁତ ମାତ୍ରରେ ଜାଣିଥିବେ ।ହେଲେ କଟା ଲେମ୍ବୁ ଖଣ୍ଡେ ଯଦି ଆପଣଙ୍କ ପାଖରେ ଥାଏ ତେବେ ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଚାଲନ୍ତୁ ଜାଣିବା ଏହି କଟା ଲେମ୍ବୁର କଣ ଉପାଦେୟ ଗୁଣ ରହିଛି ।

୧-ଗରମରେ ଯଦି ଦେହରୁ ଜଳୀୟ ଅଂଶ କ୍ଷୟ ହୋଇ ନିସ୍ତେଜ ଲାଗେ ତେବେ ଏହି କଟା ଲେମ୍ବୁକୁ ପାଣିରେ ଚିପୁଡି ପିଇ ପାରିବେ । ଏହା ଆପଣଙ୍କୁ ରିଫ୍ରେସ କରିବା ସହ ଶରୀରକୁ ସତେଜ ଅନୁଭବ କରିଥାଏ ।

୨- ଯଦି କଟା ଲେମ୍ବୁ ପାଖରେ ରଖିଛନ୍ତି ତେବେ ଆପଣଙ୍କ ଆଖ ପାଖରେ ଏହାର ସୁଗନ୍ଧ ସେମିତି ରହିଥିବ ଓ ଆପଣଙ୍କୁ ଅନେକ ପ୍ରକାର ଦୁର୍ଗନ୍ଧରୁ ମୁକ୍ତି ଦେବାରେ ସହାୟକ ହେବ ।

୩-ଆପଣଙ୍କୁ ଯଦି  ବାନ୍ତି ଲାଗୁଛି କିମ୍ବା ହେଉଛି ତେବେ ଏହି କଟା ଲେମ୍ବୁ କିଛି ସମୟ ପାଇଁ ଶୁଙ୍ଘି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ବିଶେଷ କରି ଯଦି ଆପଣ କେଉଁ ଆଡେ ଯାତ୍ରା କରୁଛନ୍ତି ତେବେ ଏହି କଟା ଲେମ୍ବୁକୁ ସାଙ୍ଗରେ ନେଇ ଯିବାକୁ ଭୁଲନ୍ତୁ ନାହିଁ ।

୪- ଚା, କଫି,କୋଲ୍ଡ ଡ୍ରିଙ୍କ୍ସ କିମ୍ବା ଅନ୍ୟ କୌଣସି ଖାଦ୍ୟ ଖାଇସାରିବା ପରେ ଯଦି ଆପଣଙ୍କ ଦାନ୍ତ ହଳଦିଆ ଦେଖା ଯାଉଛି ,ତେବେ କଟା ଲେମ୍ବୁକୁ ଦାନ୍ତରେ କିଛି ସମୟ ଘସିଦେଲେ ଦାନ୍ତ ଧଳା ହୋଇଯିବ ।

୫-କଟା ଲେମ୍ବୁକୁ ଯଦି ଆପଣ ଘରର କୌଣସି କଣରେ ରଖିଦିଅନ୍ତି ତେବେ ଆପଣଙ୍କୁ କୌଣସି ରୁମ ଫ୍ରେସନରର ଆବଶ୍ୟକ ପଡିବନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.