ଏମାନେ ହେଉଛନ୍ତି ଚଳିତ ବିଶ୍ବ କପର ୫ ଘାତକ ବୋଲର, ନାଁ ଶୁଣିବା ମାତ୍ରେ ଶୁଖିଯାଏ ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କ ଗଳା

ଆଉ ମାତ୍ର କିଛି ଦିନ ରହିଲା ବିଶ୍ବକପ୍ । ୱେଷ୍ଟଇଣ୍ଡିଜ୍ ଏବଂ ଆଫଗାନିସ୍ତାନକୁ ଛାଡି ବାକି ସବୁଦେଶ ନିଜ ଯୋଦ୍ଧାଙ୍କ ନାଁ ଘୋଷଣା କରିସାରିଲାଣି । ତେବେ ବିଶ୍ବବିଜେତା ହେବା ପାଇଁ କେବଳ ବ୍ୟାଟ୍ସମ୍ୟାନ ନୁହଁନ୍ତି ବୋଲରଙ୍କ ମଧ୍ୟ ସମାନ ଭୂମିକା ରହିଛି । ତେଣୁ ସମସ୍ତ ଦଳ ନିଜ ଟିମରେ ସାମିଲ୍ କରିଛନ୍ତି ଜବରଦସ୍ତ ବୋଲର । ତେବେ ଆସନ୍ତୁ ଜାଣିବା ୨୦୧୯ ବିଶ୍ବକପରେ ସ୍ଥାନ ପାଇଥିବା ୫ ବେଷ୍ଟ ବୋଲରଙ୍କ ବିଷୟରେ ।

ବୁମରାହ :

Jasprit Bumrahଟିମ୍ ଇଣ୍ଡିଆର ଡେଥ୍ ଓଭର୍ସ ସ୍ପେଶାଲିଷ୍ଟ ବୋଲର୍ ଜସପ୍ରିତ୍ ବୁମରାହ ବିଶ୍ବର କୌଣସି ବ୍ୟାଟ୍ସମ୍ୟାନଙ୍କ ଆକ୍ରମଣକୁ କରିପାରିବେ ବିଧ୍ବସ୍ତ । ୧୪୦ ଘଂଟା ପ୍ରତି ବେଗରେ ବୋଲିଂ କରୁଥିବା ଏହି ଚାଲାକ୍ ବୋଲର୍ ଭାରତର ବିଶ୍ବକପ୍ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ।

କୁଲଦୀପ ଯାଦବ :

yadavଏହି ମାମଲାରେ ପଛରେ ନାହାଁନ୍ତି ଟିମ୍ ଇଣ୍ଡିଆର ଚାଇନାମ୍ୟାନ୍ କୁଲଦୀପ ଯାଦବ । ଟିମ୍ ଇଣ୍ଡିଆର ସବୁଠାରୁ ପ୍ରମୁଖ ହତିୟାର୍ ହେଉଛି କୁଲଦୀପଙ୍କ ଆକ୍ରମଣାତ୍ମକ ବୋଲିଂ । କ୍ରିକେଟର ତିନିଟି ଯାକ ଫର୍ମାଟରେ ଅନେକ ପ୍ରଭାବିତ କରପାରିଛନ୍ତି କୁଲଦୀପ । ଇଂଲଣ୍ଡ ମାଟିରେ ନିଜ ହାତର କମାଲ ଦେଖାଇସାରିଛନ୍ତି କୁଲଦୀପ ।

କାଗିସୋ ରାବଡା :

rabdaଡେନ୍ ଷ୍ଟେନ୍ ଯିବା ପରେ ଦକ୍ଷିଣ ଆଫ୍ରିକାକୁ କାଗିସୋ ରାବଡାଙ୍କ ରୂପରେ ମିଳିଛି ଜବରଦସ୍ତ ବୋଲର୍ । ଅଳ୍ପ ସମୟ ମଧ୍ୟରେ ଟିମକୁ ବହୁତ ଉପରକୁ ନେଇଯିବାରେ ସଫଳ ହୋଇଛନ୍ତି ରାବଡା । ବିଶ୍ବ କପ୍ ପୂର୍ବରୁ ରାବଡା ଇଣ୍ଡିଆନ୍ ଟି – ୨୦ ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ବୋଲିଂର କମାଣ ସମ୍ଭାଳୁଛନ୍ତି ।

ଟ୍ରେଟ୍ ବୋଲ୍ଟ :

boltନ୍ୟୁଜିଲାଣ୍ଡର ଏହି ଘାତକ ବୋଲର ଇଣ୍ଡିଆନ୍ ଟି – ୨୦ ଲିଗରେ ଯଦିଓ ବେଶି କିଛି କରିପାରିନାହାଁନ୍ତି, କିନ୍ତୁ ଆଜି ବି ତାଙ୍କର ଆକ୍ରମଣାତ୍ମକ ବୋଲିଂ ଅନ୍ଦାଜରେ ବିଶ୍ବର ବଡ଼ ବଡ଼ ବ୍ୟାଟ୍ସମ୍ୟାନ୍ ଭୟ କରନ୍ତି । ବିଶ୍ବ କପ୍ ୨୦୧୯ରେ ଇଂଲଣ୍ଡ ପିଚରେ ବ୍ୟାଟ୍ସମ୍ୟାନଙ୍କ ବଡ଼ ଚ୍ୟାଲେଞ୍ଜ ହୋଇପାରନ୍ତି ବୋଲ୍ଟ ।

ହସନ ଅଲ୍ଲୀ :

Hassan Aliପାକିସ୍ତାନର ଘାତକ ବୋଲରଙ୍କ ଇତିହାସ ପୁରା ବିଶ୍ବ ଦେଖିଛି । ଚଳିତ ବିଶ୍ବ କପରେ ସେହିପରି ଟିମକୁ ବିଜୟ ସ୍ବାଦ ଚଖାଇବାକୁ ମୈଦାନ ଓହ୍ଲାଇଛି ଜଣେ ବୋଲର୍ । ଏହି ବୋଲରଙ୍କ ନାଁ ହେଉଛି ହସନ ଅଲ୍ଲୀ । କୌଣସି ବି ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଇପାରନ୍ତି ହସନ୍ ଅଲ୍ଲୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.