Below header

ଏଠାରେ ଏକ ଟଙ୍କାରୁ କମରେ ବି ମିଳୁଛି ପେଟ୍ରୋଲ୍, ଲୋକ ଉଠାଉଛନ୍ତି ଜବରଦସ୍ତ ଲାଭ

ଦେଶରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ଆକାଶ ଛୁଆଁ । ଏଭଳି ମହଙ୍ଗା ମସୟରେ ଅନେକ ଲୋକ ଏପରି ଅଛନ୍ତି ଯିଏ ନିଜ ବାହନରେ ଯିବା ଆସିବା ମଧ୍ୟ କରୁନାହାଁନ୍ତି । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ କହିବୁ ଯେଉଁଠି ଗୋଟିଏ ଲିଟର ପେଟ୍ରୋଲର ଦାମ୍ ମାତ୍ର ୧ ଟଙ୍କା । ଭାରତରେ ଯେଉଁଠି ପେଟ୍ରୋଲ ଏବଂ ଡିଜେଲର ଦର କମ୍ ହେବା ନାଁ ନେଉନାହିଁ ସେଠି ଆଉ ଏକ ସ୍ଥାନ ଅଛି ଯେଉଁଠି ଟଙ୍କାଟାରେ ମିଳୁଛି ଗୋଟିଏ ଲିଟର ତେଲ । ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ ଯେଉଁଟି ସବୁଠୁ ଶସ୍ତାରେ ମିଳେ ପେଟ୍ରୋଲ୍ ଏବଂ ଡିଜେଲ୍ ।

ଭେନେଜୁଆଲା :

ଦକ୍ଷିଣ ଆମେରିକା ମହାଦୀପରେ ସ୍ଥିତ ଏକ ଦେଶ ହେଉଛି ଭେନେଜୁଆଲା । ଯାହାର ରାଜଧାନୀ ହେଉଛି କାରାକାସ । ଭେନେଜୁଆଲାରେ ସବୁଠୁ ଶସ୍ତାରେ ମିଳେ ପେଟ୍ରୋଲ୍ । ଏଠାରେ ଗୋଟିଏ ଲିଟର ତେଲର ଦାମ ହେଉଛି ୫୯ ପଇସା । ଆଜ୍ଞା ହଁ ଏକଥା ସମ୍ପୂର୍ଣ୍ଣ ସତ ।

ସୁଡାନ୍ :

ଭେନେଜୁଆଲା ପରେ ସୁଡାନରେ ମିଳେ ସବୁଠାରୁ ଶସ୍ତା ପେଟ୍ରୋଲ୍ । ସୁଡାନ ଉତ୍ତର – ପୂର୍ବ ଆଫ୍ରିକାରେ ସ୍ଥିତ ଏକ ଦେଶ ଯାହାର ରାଜଧାନୀ ଜୁବା । ସୁଡାନର ଲୋକ ଏକ ଲିଟର ପେଟ୍ରୋଲ୍ ପାଇଁ ଦେଇଥାନ୍ତି ମାତ୍ର ୯.୧୯ ଟଙ୍କାରେ ମିଳେ।

ଇରାନ୍ :

ଏସିଆର ଦକ୍ଷିଣ – ପଶ୍ଚିମ ଖଣ୍ଡରେ ଉପସ୍ଥିତ ଦେଶ ହେଉଛି ଇରାନ୍ । ଏଠାରେ ପେଟ୍ରୋଲ୍ ଦର ହେଉଛି ୨୦.୨୧ ଟଙ୍କା ପ୍ରତି ଲିଟର । ସୂଚନାଯୋଗ୍ୟ, ଭାରତ ସହ ଅନେକ ଦେଶକୁ ପେଟ୍ରୋଲ୍ ରପ୍ତାନୀ କରିଥାଏ ଇରାନ୍ ।

କୁବେତ୍ :

ଭେନେଜୁଆଲା, ସୁଡାନ୍ ଏବଂ ଇରାନ୍ ପରେ କୁବେତରେ ମିଳେ ସବୁଠାରୁ ଶସ୍ତା ପେଟ୍ରୋଲ୍ । ଏଠାରେ ଗୋଟିଏ ଲିଟର ପେଟ୍ରୋଲର ଦାମ ହେଉଛି ୨୪.୪୬ ଟଙ୍କା । ଇରାନ୍ ପରି କୁବେତ୍ ମଧ୍ୟ ଅନେକ ଦେଶକୁ ପଠାଇଥାଏ ତେଲ ।

ଅଲଜେରିଆ :

ବିଶ୍ବର ସବୁଠାରୁ ଶସ୍ତା ପେଟ୍ରୋଲ୍ ମାମଲାରେ ୫ମ ସ୍ଥାନରେ ଅଛି ଅଲଜେରିଆ । ଏଠାରେ ଗୋଟିଏ ଲିଟର ପେଟ୍ରୋଲର ଦାମ ହେଉଛି ୨୫.୦୪ ଟଙ୍କା ।

ନାଇଜେରିଆ :

ସେହିପରି ନାଇଜେରିଆରେ ପେଟ୍ରୋଲ୍ ଦାମ୍ ହେଉଛି ୨୮.୩୪ ଟଙ୍କା ପ୍ରତି ଲିଟର । ପଶ୍ଚିମ ଆଫ୍ରିକାର ଏକ ପ୍ରମୁଖ ଦେଶ ହେଉଛି ନାଇଜେରିଆ ।

ତୁର୍କମେନିସ୍ତାନ :

ସେହିପରି ତୁର୍କିରେ ଏକ ଲିଟର ତେଲର ଦାମ ହେଉଛି ୩୦.୪୧ ଟଙ୍କା ।

ମିଶର :

ଏହା ଏକ ପ୍ରାଚୀନ ଦେଶ । ଏଠାରେ ତେଲ ଲିଟର ଦାମ ହେଉଛି ୩୦.୬୪ ଟଙ୍କା । ଯାହା ଭାରତ ଅନୁସାରେ ଅଧାରୁ ବି କମ୍ ।

କାଜାକିସ୍ତାନ :

ୟୁରେସିଆରେ ଅବସ୍ଥିତ ଏକ ଦେଶ ହେଉଛି କାଜାକିସ୍ତାନ । କ୍ଷେତ୍ରଫଳ ହିସାବରେ ଏହା ବିଶ୍ବର ୯ମ ସବୁଠାରୁ ବଡ ଦେଶ । ଏଠାରେ ଏକ ଲିଟର ତେଲର ଦାମ୍ ହେଉଛି ୩୩.୦୯ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.