ସୁଟିଂ ସମୟରେ ଜଳିଲା ହିନା ଖାନଙ୍କ ହାତ, ଜାଣନ୍ତୁ କାହିଁକି

ମୁମ୍ବାଇ : ଷ୍ଟାରପ୍ଳସରେ ପ୍ରସାରିତ ହେଉଥିବା କସୋଟି ଜିନ୍ଦେଗୀ ଧାରାବାହିକରେ କମୋଲିକା ଚରିତ୍ରରେ ଅଭିନୟ କରୁଥିବା ହିନା ଖାନ ନିଜର ଦମଦାର ଅଭିନୟ ପାଇଁ ଖୁବ ଲୋକପ୍ରିୟତା ସାଉଁଟୁଛନ୍ତି। ହିନା ଯେକୌଣସି ଚରିତ୍ରରେ ଅଭିନୟ କରନ୍ତି ସେଥିରେ ମଧ୍ୟ ନିଜର ଶତପ୍ରତିଶତ ଦେଇଥାନ୍ତି।

hinaa

ନିକଟରେ କସୋଟି ଜିନ୍ଦେଗୀର ଏକ ସିନ୍ ସୁଟିଂ ସମୟରେ ନିଜ ଅଭିନୟରେ ଏତେ ବ୍ୟସ୍ତ ହୋଇଯାଇଥିଲେ ହିନା ତାଙ୍କର ହାତ ଜଳାଇ ଦେଇଥିଲେ। ତାଙ୍କ ହାତ କେତେ ବେଳେ ଜଳିଗଲା ତାହା ସେ ମଧ୍ୟ ଜାଣିପାରି ନଥିଲେ। ଏହା ବିଷୟରେ ହିନା ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ସୂଚନା ଦେଇଥିଲେ। ସେ ଲେଖିଥିଲେ, ସୁଟିଂର ଏକ ସିନ କରିବାରେ ସେ ଏତେ ମଗ୍ନ ହୋଇଯାଇଥିଲେ ତାଙ୍କ ହାତ କେତେବେଳେ ଜଳି ଗଲା ତାହା ସେ ଜାଣିପାରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.