Below header

ପୁରୀ : ସାତପଡ଼ା ଅଞ୍ଚଳରୁ ୧୪ ଲକ୍ଷ ଟଙ୍କା ଧରିଲା ଫ୍ଲାଇଂ ସ୍କ୍ଵାଡ୍‌

ପୁରୀ : ନିର୍ବାଚନ ବେଳେ ବିଡ଼ା ବିଡ଼ା ଟଙ୍କା ଜବତ। ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳରୁ ୧୪ ଲକ୍ଷ ୬୮ ହଜାର ୫ଶହ ଟଙ୍କା ଧରିଲା ଫ୍ଲାଇଂ ସ୍କ୍ଵାଡ୍‌। ପୁରୀ-ସାତପଡ଼ା ରାସ୍ତାର ଗୋପିନାଥପୁର ଛକ ନିକଟରୁ ଜବତ କରିଛି ଫ୍ଲାଇଂ ସ୍କ୍ଵାଡ୍‌। ଏହି ଘଟଣାରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଟଙ୍କା କେଉଁଠୁ ଆସୁଥିଲା ଓ କେଉଁ ଆଡ଼େ ଯାଉଥିଲା ସେନେଇ ତନାଘନା ଚଳାଇଛି ବ୍ରହ୍ମଗିରି ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.