ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ନୂଆ ରେକର୍ଡ, ୧୧ . ୨୮ ସେକେଣ୍ଡରେ ଅତିକ୍ରମ କଲେ ୧୦୦ ମିଟର

ପୁଣି ଏକ ରେକର୍ଡ ସୃଷ୍ଟି କଲେ ଦୂତି ଚାନ୍ଦ। ଶହେ ମିଟର ଦୌଡ଼ରେ ନିଜର ଜତୀୟ ରେକର୍ଡ ଭାଙ୍ଗିଲେ। ଦୋହାର ଖଲିଫା ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ୨୩ ତମ ଏସିଆନ ଆଥଲେଟିକ୍ସ ଚାମ୍ପିଅନ୍‌ସିପରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ ହିଁ ୧୧.୨୮ ସେକେଣ୍ଡରେ ଶହେ ମିଟର ଦୌଡ଼ି ସେମିଫାଇନାଲକୁ କ୍ୱାଲିଫାଏ କରିଛନ୍ତି। ୧୧.୨୮ ଏକ ଜାତୀୟ ରେକର୍ଡ। ପୂର୍ବରୁ ଏହି ରେକର୍ଡ ଦୂତିଙ୍କ ନାଁରେ ହିଁ ଥିଲା। ଗତବର୍ଷ ଗୌହାଟୀରେ ୧୧.୨୯ ସେକେଣ୍ଡରେ ଶହେ ମିଟର ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଥିଲେ। ଆଜି ସେ ତାଙ୍କ ନିଜ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ଦୂତିଙ୍କ ସଫଳତାକୁ ନେଇ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ମଧ୍ୟ ଦୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.