Below header

ଶରୀରକୁ ନମନୀୟ ରଖେ ଦେଶୀ ଘିଅ, ଏହାକୁ ଖାଇବା ଦ୍ୱାରା ମିଳିଥାଏ ଏପରି ଅଦ୍ଭୁତ ଫାଇଦା

ସମସ୍ତେ ନିଜକୁ ସ୍ଲିମ ଓ ଫିଟ ରଖିବାକୁ ଚାହାଁନ୍ତି । ଏଥିସହିତ ଶରୀରକୁ ଫ୍ଲେକସିବଲ (ନମନୀୟ) ମଧ୍ୟ କରିବାକୁ ଚାହିଁଥାନ୍ତି । ଯାହାଦ୍ୱାରା ରୁଟିନ ଲାଇଫକୁ ଠିକ୍‌ ଭାବରେ ଉପଭୋଗ କରିପାରିବେ । ତେଣୁ ଏଥିପାଇଁ ଅଧିକ ଚିନ୍ତା କରିବା ଦରକାର ନାହିଁ । ଏହି ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ଆପଣ ଦେଶୀ ଘିଅର ସହାୟତା ନେଇପାରିବେ । ଆଜି ଜାଣନ୍ତୁ ଘିଅ ଖାଇବା ଦ୍ୱାରା କ’ଣ ବେନିଫିଟ ସବୁ ମିଳିଥାଏ ।

ଶରୀରକୁ ମିଳିଥାଏ ଦୁଇ ପ୍ରକାର ପୋଷଣ – ଶରୀରକୁ ଫ୍ଲେକସିବିଲିଟି କରିବା ପାଇଁ ଆପଣଙ୍କ ମାଂସପେଶୀକୁ ତୈଳ ଅଧିକ ଦରକାର ହୋଇଥାଏ । ଏଥି ସହିତ ଆପଣଙ୍କ ହାଡ଼ ମଧ୍ୟ ମଜବୁତ ରହିବା ଆବଶ୍ୟକ । ଏହି ଦୁଇଟି ଆବଶ୍ୟକତାକୁ ପୁରଣ କରିବା ପାଇଁ ଦେଶୀ ଘିଅର ବହୁତ ଭୂମିକା ରହିଛି । ମନେ ରଖିବା ଉଚିତ ଯେ ଦେଶୀ ଘିଅ ସର୍ବଦା ଗାଇ ଘିଅରେ ହେବା ଦରକାର ।

ମାଂସପେଶୀକୁ ନମନୀୟ କରିଥାଏ – ମାଂସପେଶୀକୁ ନମନୀୟ (ଫ୍ଲେକସବିଲ) କରିବା ପାଇଁ ଆୟୁର୍ବେଦ ଶାସ୍ତ୍ରରେ ଦେଶୀ ଘିଅର ଆବଶ୍ୟକତା ଅଧିକ ରହିଛି । ଦେଶୀ ଘିଅ ଶରୀରର ଭିତର ଅଂଶକୁ ମଜବୁତ କରିଥାଏ । ଗାଇ ଘିଅ ମସ୍ତିସ୍କ ଓ ଶରୀର ଉଭୟକୁ ପୋଷଣ ଦେଇଥାଏ । ଶରୀରକୁ ଅଧିକ ନମନୀୟ କରିବା ପାଇଁ ଗରମ ଦୁଧରେ ଗାଇ ଘିଅ ମିଶାଇ ସେବନ କରିବା ଉଚିତ୍‌ ।

ଶରୀରର ଆନ୍ତରିକ କୋଷିକାକୁ ମିଳିଥାଏ ପୋଷଣ – ଆୟୁର୍ବେଦ ଅନୁସାରେ ଗାଇ ଦୁଧରେ ଘିଅ ମିଶାଇ ପିଇଲେ ଏହା ଶରୀର ପାଇଁ କୌଣସି ସୁପର ଫୁଡ ଠାରୁ କମ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.