ମୋବାଇଲ ଡାଟାକୁ ସବୁବେଳେ ଅନ୍ ରଖିଲେ ମିଳିଥାଏ ଏହି ଫାଇଦା, କେବେବି କରନ୍ତୁ ନାହିଁ ଅଫ୍

କିଛି ଲୋକ ନିଜ ମୋବାଇଲ ଡାଟା ଉପଯୋଗ କରିବା ପରେ ତାକୁ ବନ୍ଦ କରିଦିଅନ୍ତି କାହିଁକିନା ସେମାନଙ୍କ ଧାରଣା ଯେ ଡାଟା ଅନ୍ ରଖିବାରେ ଫୋନର ବ୍ୟାଟେରୀ ଖରାପ ହୋଇଯାଇଥାଏ। କିନ୍ତୁ କଣ ଆପଣଙ୍କୁ ଜଣା ଅଛି ମୋବାଇଲରେ ଇଣ୍ଟରନେଟ ଅନ୍ ରଖିବାର ଅନେକ ଫାଇଦା ରହିଛି। ଯାହା ଆପଣଙ୍କ ପାଇଁ ବହୁତ ଉପଯୋଗୀ ପ୍ରମାଣିତ ହେବ। ଆଜି ଆମେ ଆପଣଙ୍କୁ ମୋବାଇଲ ଡାଟା ଅନ୍ ରଖିବାର ବହୁତ କିଛି ଫାଇଦା ବିଷୟରେ ଜଣାଇବୁ।
ମୋବାଇଲ ଡାଟା ଅନ୍ ରଖିବାର ଫାଇଦା
ଯଦି ଆପଣ ଭିଡ ସ୍ଥାନକୁ ଯାଉଛନ୍ତି ତାହେଲେ ଚେଷ୍ଟା କରନ୍ତୁ ସେହି ସମୟରେ ନିଜ ମୋବାଇଲ ଡାଟାକୁ ଅନ୍ ରଖିବା ପାଇଁ। କାହିଁକିନା ଯଦି ଆପଣଙ୍କ ଫୋନ୍ କେଉଁଠି ହଜି ଯାଉଛି ତାହେଲେ ଆପଣଙ୍କ ଫୋନର ଲୋକେସନ୍ ଟ୍ରାକ୍ କରିବାରେ ବହୁତ ସହଜ ହେବ।
ମୋବାଇଲ ଡାଟା ଅନ୍ ରଖିବା ଦ୍ୱାରା ଆପଣ ସବୁବେଳେ ନୂଆ ନୂଆ ଖବରର ଅପଡେଟ୍ସ ପାଇପାରିବେ। ଯେତେବେଳେ କୌଣସି ନୂଆ ଅପଡେଟ୍ସ ଆସିଥାଏ, ତାହେଲେ ଆପଣଙ୍କୁ ନୋଟିଫିକେସନ୍ ଜରିଆରେ ସମସ୍ତ ଖବର ଜଣାପଡିଯିବ।
ଅନେକ ଥର ଏମିତି ହୋଇଛି ଯେ ଆପଣ ଏପରି ଜାଗାରେ ଥାନ୍ତି, ଯେଉଁଠି ଫୋନରେ ନେଟଓ୍ଵାର୍କ ଆସିନଥାଏ ଏବଂ ଆବଶ୍ୟକ ସମୟରେ ଲୋକେ ଆପଣଙ୍କୁ ସମ୍ପର୍କ କରିବାକୁ ଚାହାଁନ୍ତି କିନ୍ତୁ ଫୋନର ନେଟଓ୍ଵାର୍କ ନଥିବା କାରଣରୁ କଲ୍ ଲାଗିନଥାଏ। କିନ୍ତୁ ଏପରି ସ୍ଥିତିରେ ଏମିତି ହୋଇଥାଏ ଯେ ଯେତେବେଳେ ଲୋକେ ନର୍ମାଲ କଲ୍ ଲାଗିନଥାଏ ସେତେବେଳେ େଓ୍ଵବ କଲିଙ୍ଗ କରିଥାନ୍ତି ଆଉ ସହଜରେ ଲାଗି ବି ଥାଏ।
ମୋବାଇଲ ଡାଟା ଓପନ ରହିବା କାରଣରୁ ଆପଣଙ୍କ ଟୃକଲର ସଂମ୍ପୂର୍ଣ୍ଣ ରୂପେ ଆକ୍ଟିଭ ରହିଥାଏ। ଟ୍ରୁକଲର ଆକ୍ଟିଭ ରହିବା କାରଣରୁ ଆପଣଙ୍କୁ ଏହି ବିବରଣୀ ମିଳିପାରିବ ଆପଣଙ୍କୁ କିଏ କଲ୍ କରିଛି।