ଶୀତ ଦିନର ୪ ସୁପର ଫୁଡ୍! ନିହାତି ଭାବେ କରନ୍ତୁ ସେବନ, ଶରୀର ରହିବ ଉଷ୍ମ

ଶୀତ ଋତୁରେ ଲୋକମାନଙ୍କୁ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଅାଁ ପୁଇଁବା ସହିତ ଗରମ ପୋଷାକର ସାହାରା ନେଇ ଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ନିଜକୁ ଏହି ଥଣ୍ଡାରୁ ରକ୍ଷା କରିବା ପାଇଁ କେବଳ ଗରମ ପୋଷାକ ହିଁ ଯଥେଷ୍ଟ ନୁହେଁ, ବରଂ କିଛି ଗରମ ଖାଦ୍ୟ ଜିନିଷ ମଧ୍ୟ ସେବନ କରିବା ଉଚିତ। ବାସ୍ତବରେ, ଶୀତ ଋତୁରେ ଶରୀରକୁ ଉଷ୍ମ ରଖିବା ପାଇଁ ଲୋକମାନେ ଗରମ ପ୍ରଭାବ ଯୁକ୍ତ ବିଭିନ୍ନ ପ୍ରକାର ଡ୍ରାଏଫ୍ରୁଟ୍ସ ଏବଂ ଅନ୍ୟାନ୍ୟ ଜିନିଷର ସାହାଯ୍ୟ ନେଇ ଥାଆନ୍ତି। ଏଥିପାଇଁ ଆପଣ ମଧ୍ୟ ଗରମ ପ୍ରଭାବ ଯୁକ୍ତ ଫଳ ଏବଂ ପନିପରିବା ସେବନ କରି ପାରିବେ।
ଖଜୁରୀ: ଖଜୁରୀର ପ୍ରଭାବ ବହୁତ ଗରମ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଆପଣଙ୍କ ଶରୀରକୁ ଉଷ୍ମତା ଦେବା ସହିତ ହାଡକୁ ମଜବୁତ ରଖିବା ଏବଂ ରକ୍ତ ଅଭାବକୁ ପୂରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହାକୁ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ଅଦା: ଏମିତିରେ ଶୀତଦିନେ ଅନେକ ଲୋକଙ୍କ ଘରେ ଚା’ ଏବଂ କାଢ଼ା ଜରିଆରେ ଅଦା ବ୍ୟବହାର ହୋଇଥାଏ। କିନ୍ତୁ ଏହାକୁ ଆପଣ ପନିପରିବା, ସାଲାଡ, କ୍ଷୀର ଭଳି ଜିନିଷରେ ମଧ୍ୟ ସହଜରେ ବ୍ୟବହାର କରି ପାରିବେ। ଅଦା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଅନେକ ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ, ଯାହା ଆପଣଙ୍କ ଶରୀରକୁ କେବଳ ଉଷ୍ମତା ଦେଇ ନ ଥାଏ, ବରଂ ଆହୁରି ଅନେକ ଲାଭ ଦେବାରେ ମଧ୍ୟ ସାହାଯ୍ୟ କରିଥାଏ।
ରସୁଣ: ରସୁଣର ପ୍ରଭାବ ମଧ୍ୟ ବହୁତ ଗରମ ହୋଇଥାଏ, ଏଥିପାଇଁ ଶୀତଦିନେ ଶରୀରରେ ଉଷ୍ମତାକୁ ବଜାୟ ରଖିବା ପାଇଁ ଆପଣ ରସୁଣକୁ ଡାଏଟରେ ନିଶ୍ଚୟ ଅନ୍ତର୍ଭୁକ୍ତ କରନ୍ତୁ। ଯଦି ଆପଣ ଏହାକୁ ଖାଦ୍ୟରେ ସାମିଲ କରିବେ, ତା’ ହେଲେ ଏହା ଶରୀରକୁ ଗରମ ରଖିବା ସହିତ ଆପଣଙ୍କ ରକ୍ତ ସଞ୍ଚାଳନକୁ ଠିକ୍ କରିବ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ମଧ୍ୟ ସାହାଯ୍ୟ କରିବ।
ନାଲି ଲଙ୍କା: ନାଲି ଲଙ୍କା ବହୁତ ଗରମ ହୋଇଥାଏ, ଏଥିପାଇଁ ଏହା ଶୀତ ଋତୁରେ ଆପଣଙ୍କ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ। କାରଣ, ଏଥିରେ ପୋଟାସିୟମ ଏବଂ ମାଙ୍ଗାନିଜ ଭଳି ପୋଷକ ତତ୍ତ୍ୱ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥି ସହିତ ଏହା ରକ୍ତ ଜମାଟ ବାନ୍ଧିବାକୁ ଦେଇ ନ ଥାଏ।