ଘରେ ବସି ଆପ୍ଲାଏ କରନ୍ତୁ ଡ୍ୟୁପ୍ଲିକେଟ RC ଫର୍ମ, ଜାଣନ୍ତୁ ସହଜ ଷ୍ଟେପ

ଏହା ସମସ୍ତଙ୍କୁ ଜଣା ଯେ ବିନା ଡ୍ରାଇଭିଂ ଲାଇସେନ୍ସରେ ଡ୍ରାଇଭ କଲେ ଦଣ୍ଡ ମିଳିବାର ବ୍ୟବସ୍ଥା ରହିଛି। ଏଥିପାଇଁ ଆପଣଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାସହ ଗାଡ଼ି ଚଲାଇବା ସମୟରେ ପାଖରେ ଜରୁରୀ ଡକ୍ୟୁମେଣ୍ଟସ ଥିବା ଆବଶ୍ୟକ। ଯେମିତିକି ଆରସି ମାନେ ରେଜିଷ୍ଟ୍ରେସନ ସାର୍ଟିଫିକେଟ, ପଲ୍ୟୁସନ ସାର୍ଟିଫିକେଟ, ଇନସୁରାନ୍ସ ଓ ଡ୍ରାଇଭିଂ ଲାଇସେନ୍ସ।

ତେବେ ରେଜିଷ୍ଟ୍ରେସନ ସାର୍ଟିଫିକେଟ ସବୁ ପ୍ରକାର ଗାଡ଼ି ପାଇଁ ଆବଶ୍ୟକ ହୋଇଥାଏ। ଯଦି ଆପଣଙ୍କ ଗାଡ଼ି ଚୋରୀ ହୋଇଯାଏ ତେବେ ଆପଣ ନିଜ ରେଜିଷ୍ଟ୍ରେସନ ନମ୍ବରରେ FIR କରିପାରିବେ। ଏହା ଆପଣଙ୍କ ଗାଡ଼ିର ପ୍ରମାଣ ପତ୍ର। ତେଣୁ ଏହାର ଆବଶ୍ୟକତା ନିହାତି ରହିଥାଏ।

ଯଦି ଆପଣଙ୍କ ଗାଡ଼ିର RC ହଜିଯାଇଛି। ତେବେ ଆପଣ ଡ୍ୟୁପ୍ଲିକେଟ ବା ନକଲି RC ମଧ୍ୟ ଆପ୍ଲାଏ କରିପାରିବେ। ଯଦି ଆପଣଙ୍କର ଏହି ସମସ୍ୟା ରହିଛି। ତେବେ ଏହି ଖବର ଆପଣଙ୍କ ପାଇଁ। ଡୁପ୍ଲିକେଟ ନମ୍ବର ପାଇଁ ଆପଣଙ୍କୁ କିଛି ଜରୁରୀ ଷ୍ଟେପକୁ ମାନିବାକୁ ହେବ। ଆପଣ ଏହି ସାର୍ଟିଫିକେଟକୁ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଆପ୍ଲାଏ କରିପାରିବେ।

rc
pc: gomechanic

ଅଫଲାଇନ ପାଇଁ ଏହି ଷ୍ଟେପକୁ ଫଲୋ କରନ୍ତୁ:-

-ନକଲି RC ସାର୍ଟିଫିକେଟ ପାଇଁ ପ୍ରଥମେ ଆପଣ ପୋଲିସ ଷ୍ଟେସନରେ FIR ଦିଅନ୍ତୁ। ଏଥିରେ ଗାଡ଼ି ମାଲିକଙ୍କ ନାମ, ନମ୍ବର, ଇଞ୍ଜିନ ନମ୍ବର ଏବଂ RC ନମ୍ବରକୁ ଲେଖନ୍ତୁ। ଏହାକୁ ପାଇବା ପାଇଁ ଆପଣ RTO ଅଫିସକୁ ଯାଆନ୍ତୁ , ଯେଉଁଠି ଆପଣଙ୍କ ଗାଡ଼ି ପ୍ରଥମେ ରେଜିଷ୍ଟ୍ରର ହୋଇଥିଲା।
-ଅଫିସରୁ RC-Extract ଫର୍ମକୁ ଆଣନ୍ତୁ। ଏହି ଫର୍ମରେ ଆପଣଙ୍କୁ ଗାଡ଼ି ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ଭରିବାକୁ ହେବ। ଏଥିରେ ଆପଣଙ୍କୁ ଡୁପ୍ଲିକେଟ ଆପ୍ଲିକେସନ ଫର୍ମକୁ ପୂରଣ କରିବାକୁ ହେବ । ୨୬. ଫର୍ମ ସହିତ ଯାଞ୍ଚ କରି ପେପରଓ୍ଵାର୍କକୁ ଶେଷଳ କରନ୍ତୁ। ଅଫିସରୁ ରିସିପ୍ଟ ଆଣନ୍ତୁ।

rcto
pc: insurancedekho

ଅନଲାଇନରେ ଏହି ଷ୍ଟେପକୁ ଫଲୋ କରନ୍ତୁ:-

-ପ୍ରଥମେ ଅଫିିସିଆଲ େଓ୍ଵବସାଇଟକୁ ଯାଆନ୍ତୁ । ଡ୍ୟୁପ୍ଲିକେଟ ଆରସି ଫର୍ମକୁ ପୂରଣ କରନ୍ତୁ। ସମସ୍ତ ତଥ୍ୟକୁ ଭରନ୍ତୁ।
-ଏଥିପାଇଁ ଆପଣଙ୍କୁ କିିଛି ଟଙ୍କା ଦେବାକୁ ପଡ଼ିବ। ପେମେଣ୍ଟ ପରେ ଆପଣ ସେହି କପିକୁ ସେଭ କରନ୍ତୁ । ପରେ ସମସ୍ତ ଡକ୍ୟୁମେଣ୍ଟକୁ ଆରଟିଓ ଅଫିସରେ ସବମିଟ କରନ୍ତୁ।
-ପରେ ଫର୍ମ ନମ୍ବର ୨୬. , ଏଫଆଇଆର ର ଅରିିଜିନାଲ କପି, ପିୟୁସିର କପି , ଇନସୁ ରାନ୍ସ କପି, ସ୍ଥାନ, ଟ୍ରାଫିକ ପୋଲିସ ଚାଲାଣ କ୍ଲିୟରାନ୍ସ, ପାନ କାର୍ଡ ସହ ଭେରିଫାଏ କପି ଫର୍ମ ୬୦ ଓ ୬୧, ଗାଡ଼ି ନମ୍ବର ଆଦି। ଏହାସହ ଗାଡ଼ି ମାଲିକଙ୍କ ଦସ୍ତଖତ ଦରକାର।
-ଏସବୁକୁ ସବମିଟ କରନ୍ତୁ। ପରେ ଡ୍ୟୁପ୍ଲିକେଟ ଆରସି ଫର୍ମକୁ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.