ଯକୃତ ସଂକ୍ରମଣର କାରଣ ହେପାଟାଇଟିସ ଏ ଭୂତାଣୁ, ଜାଣନ୍ତୁ କିପରି ବଞ୍ଚିବେ ଏହି ରୋଗରୁ

କାହିଁକି ହୁଏ ଯକୃତ ସଂକ୍ରମଣ ? ହେପାଟାଇଟିସ ଏ ସାଜୁଛି କି ଯକୃତ ସଂକ୍ରମଣର କାରଣ! ଯକୃତ ସଂକ୍ରମଣ ନ ହୋବା ପାଇଁ କଣ କରି କରିବେ ? ଆମର ଏହି ଲେଖାଟିକୁ ପଡ଼ିଲେ ଆପଣ ଯକୃତ ସଂକ୍ରମଣରୁ ରକ୍ଷା ପାଇ ପାରିବେ ।

ହେପାଟାଇଟିସ ଏ ଯୋଗୁଁ ଯକୃତରେ ବଢୁଛି ସଂକ୍ରମଣ । ହେପାଟାଇଟିସ ଏ ନାମକ ଭୂତାଣୁ ଯକୃତର ବହୁ ମାତ୍ରାରେ କ୍ଷତି ଘଟାଇଥାଏ । ସମୟରେ ଯଦି ଚିକିତ୍ସା ନକରିବେ ଆପଣଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିବ । ହେପାଟାଇଟିସ ଏ ଭୂତାଣୁ ଜନୀତ ସଂକ୍ରମଣ ୧୦ରୁ ୩୦ ପ୍ରତିଶତ ରୋଗ ଛୋଟ ଛୁଆଁଙ୍କୁ ହେଉଛି ।

ଏକ ଆରଏନଏ ଭୂତାଣୁ ହୋଇ ଥିବାରୁ, ଏହାର ଗୁପ୍ତକାଳ ୩୦ ଦିନ ରହିଛି । ବେଳେବେଳେ ଏହା ୪୯ ଦିନ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ଫଳରେ ଶରୀରରେ ଭୂତାଣୁର ମାତ୍ରା ବୃଦ୍ଧି ପାଇବାରେ ଲାଗିଥିବ କିନ୍ତୁ ଲକ୍ଷଣ ଜଣା ପଡ଼ିବ ନାହିଁ । ଛୋଟ ଛୁଆଙ୍କ କ୍ଷେତ୍ରରେ ଏହାର ଲକ୍ଷଣ ୨ ସପ୍ତାହ ପର୍ଯ୍ୟନ୍ତ ରହୁଥିବା ବେଳେ ବଡ଼ ମାନଙ୍କ କ୍ଷେତ୍ରରେ ଏହା ୨ ସପ୍ତାହରୁ ଅଧିକ ସମୟ ରହିଥାଏ ।

୮୦ ପ୍ରତିଶତଙ୍କ କ୍ଷେତ୍ରରେ ଯକୃତର ଆକାରରେ ବୃଦ୍ଧି ହୋଇଥାଏ ।

ଏହି ରୋଗରେ ଆପଣଙ୍କୁ ହସପିଟାଲରେ ଭର୍ତ୍ତି ହେବାକୁ ପଡ଼ିବ ନାହିଁ । ସବୁଠୁ ଭଲ ଉପାୟ ହେଲା ଆପଣ କେତେ ସମୟ ବିଶ୍ରାମ ନେଉଛନ୍ତି । ଅଧିକ ପାଣି ପିଇବା ଓ ପୋଷଣ ଯୁକ୍ତ ଖାଦ୍ୟ ଖାଇଲେ ଏହି ରୋଗରୁ ମୁକ୍ତି ପାଇ ପାରିବେ । ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କଲେ ଭଲ ହେବାର ସମ୍ଭାବନା ରହିଛି ।

ଆମର ଜୀବନଶୈଳୀ ଓ ଅସମୟରେ ଖାଦ୍ୟ ଖାଇବାର ଖରାପ ଅଭ୍ୟାସ ଏଥିପାଇଁ ମୁଖ୍ୟତଃ ଦାୟୀ । ପରିବେଶ ଦୂଷିତ ହେବା ଏହି ରୋଗର ମୁଖ୍ୟ କାରଣ । ଦୂଷିତ ପାଣିରେ ଏହି ରୋଗର ଭୂତାଣୁ ବଢିଥାଏ । ଏହି ରୋଗର ଭୂତାଣୁ ମୁତ୍ର ଓ ମଳଦ୍ୱାର ଦେଇ ଶରୀରରେ ପ୍ରବେଶ କରିଥାଏ । ଏହି ରୋଗରୁ ବଞ୍ଚିବା ପାଇଁ ଟିକା ହେଉଛି ସବୁଠୁ ବଡ଼ ଉପାୟ । ୬ରୁ ୧୮ ମାସ ଭିତରେ ଦୁଇଟି ଡୋଜ୍‌ ଦିଆଯାଇଥାଏ । ଏଣୁ ଭଲ ଜୀବନ ଶୈଳୀ ଏହି ରୋଗରୁ ବଞ୍ଚାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.