Below header

ଚିଲିକାରେ ଆସନ୍ତା କାଲିଠାରୁ ଆରମ୍ଭ ହେବ ଡଲଫିନ୍‌ ଗଣନା; ସାମିଲ୍‌ ହେବେ ୧୮ଟି ଟିମ୍‌

ଟାଙ୍ଗି (କେନ୍ୟୁଜ): ଆସନ୍ତା କାଲି ଠାରୁ ୩ଦିନ ଧରି ଚିଲିକାରେ ଡ଼ଲଫିନ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ପାଇଁ ଆଜି ସନ୍ଧ୍ୟାରେ ବାଲୁଗାଁ ସ୍ଥିତ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଗଣନା ସକାଳ ୬ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ବାଲୁଗାଁ ବନ୍ୟ ପ୍ରାଣୀ ବିଭାଗ କର୍ମଚାରୀ, ସ୍ଵେଚ୍ଛାସେବୀ, ଓୟଏଟି ଛାତ୍ରଛାତ୍ରୀ ସମେତ ମୋଟର ବୋଟ ଆସୋସିଏସନ କର୍ମଚାରୀମାନେ ସାମିଲ ରହିବେ।

ଆସ୍ତନ୍ତା କାଲି ୨୧ତାରିଖରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇ ୨୩ତାରିଖ ପର୍ଯ୍ୟନ୍ତ ତିନି ଦିନ ପର୍ଯ୍ୟନ୍ତ ଚାଲିବ । ଏହା ପ୍ରତିଦିନ ସକାଳ ୬ ଘଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୪ଟାରେ ସରିବ । ଏହି ଗଣନା କାର୍ଯ୍ୟ ରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ର ଆସିଷ୍ଟାଣ୍ଡ କଞ୍ଜରଭେଟର ଅଫ ଫରେଷ୍ଟ ବିନୋଦ ଆଚାର୍ଯ୍ୟ, ବରିଷ୍ଠ ବୈଜ୍ଞାନିକ ପ୍ରଦୀପ୍ତ ରଂଜନ ମୁଦୁଲିଙ୍କ ସହ ଚିଲିକା ବନ୍ୟ ପ୍ରାଣୀ ବିଭାଗ କର୍ମଚାରୀ, ଅଭିଜ୍ଞ ସ୍ଵେଚ୍ଛାସେବୀ, ଓୟଏଟି ଛାତ୍ରଛାତ୍ରୀ ସମେତ ସ୍ଥାନୀୟ ମୋଟର ବୋଟ ଆସୋସିଏସନ କର୍ମଚାରୀମାନେ ସାମିଲ ରହିବେ। ସମୁଦାୟ ୧୮ଟି ଟିମ ନିୟୋଜିତ ହୋଇଥିବା ବେଳେ ବାଲୁଗାଁ ବନ୍ୟ ପ୍ରାଣୀ ରେଞ୍ଜ ରେ ୧୦ଟି ଓ ପୁରୀ ଜିଲ୍ଲାର ସାତପଡ଼ା ରେଞ୍ଜ ରେ ୮ଟି ଟିମ ଗଣନା କାର୍ଯ୍ୟ ରେ ନିୟୋଜିତ ହେବେ । ପ୍ରତି ଟିମରେ ୫ ଜଣ ସଦସ୍ୟ ରହିବାନେଇ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଚିଲିକା ନୀଳ ଜଳରାଶିରେ ବିରଳ ଇରାବାଡୀ ପ୍ରଜାତିର ଡ଼ଲଫିନ ଦେଖାଯାଉଥିବା ବେଳେ ସାତପଡ଼ା ମୁହାଁଣ ଅଂଚଳରେ ବଟର ରୋଜ ପ୍ରଜାତିର ଡ଼ଲଫିନ ଦେଖାଦେଇଥାନ୍ତି। ଗତବର୍ଷ ଚିଲିକାରେ ୧୬୪ଟି ଡ଼ଲଫିନ ଦେଖାଦେଇଥିବା ବେଳେ ଚଳିତ ବର୍ଷ ଜିପିଏସ ମାଧ୍ୟମରେ ଗଣନା କାର୍ଯ୍ୟ କରାଯିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥର ଚିଲିକାରେ ଡ଼ଲଫିନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.