Below header

ସ୍ତ୍ରୀ ପିଲାଙ୍କୁ ଦେଢ଼ ମାସ ହେଲା ଘରେ ତାଲା ଦେଇ ସ୍ବାମୀ ଫେରାର ହୋଇଗଲା, କେତେ ସତ ?

ସାଲେପୁର (କେନ୍ୟୁଜ୍‌) : ନିଜ ସ୍ତ୍ରୀ ପିଲା ଅଛନ୍ତି ହେଲେ ସ୍ବାମୀ ଜଣକ ଖୁଡି ପ୍ରେମରେ ଉବୁଟୁବୁ ହେଉଛି । ଆଉ କୁଆଡ଼େ କହୁଛି ମୁଁ ଖୁଡିକୁ ରଖିବି ତୁ ମୋର କଣ କରିବୁ? ଏଭଳି ଘଟଣା ଶୁଣି ଆପଣ ବି ମୁଣ୍ଡରେ ହାତ ଦେବେଣି, କି ଯୁଗ ଏଇଟା ଭାବିବେଣି। ବିଶ୍ବାସ କରନ୍ତୁ ଏଭଳି ଖବର ପ୍ରକାଶ କରିବାକୁ ଆମେ ଆଦୌ ଚାହୁଁ ନାହୁଁ ହେଲେ ଏଥିପାଇଁ ପତ୍ନୀ ଅଯଥା ନିର୍ଯାତନା ପାଉଛନ୍ତି । ତେଣୁ ସେହି ମହିଳାର ଦୁଃଖ ଆପଣଙ୍କ ସାମ୍ନାକୁ ଆଣିବାକୁ ଆମେ ବାଧ୍ୟ ହେଉଛୁ ।

ନ୍ୟାୟ ପାଇଁ ଡହଳ ବିକଳ ହେଇ ଯାଉଥିବା ଏହି ମହିଳାଙ୍କ ସହ କୁନି ପିଲାଟିଏ ବି ରହିଛି । ହେଲେ ଏମାନେ ଜେଲ୍ ରେ ରହିବା ଭଳି ତାଲା ଭିତରେ ଅଛନ୍ତି । ଗାଁ ସାରା ଲୋକ ବି ଚାହୁଁଛନ୍ତି ମହିଳାଙ୍କୁ ନ୍ୟାୟ ମିଳୁ । ଦେଢ଼ ମାସ ହେଲା ଏହି ଘରେ ପିଲାକୁ ନେଇ ଏକା ରହୁଛନ୍ତି ମହିଳା । ପାଣି ମଟର ବନ୍ଦ୍ କରା ଯାଇଛି, ଖାଇବା ପାଇଁ କିଛି ନାହିଁ, ଗାଁ ଲୋକ ଯାହା ଦେଉଛନ୍ତି ସେଇଥିରେ ନିଜକୁ ବଞ୍ଚାଇ ରଖିଛନ୍ତି।
କଟକ ଜିଲ୍ଲା କିଶୋର ନଗର ଥାନା ବରଦା ପଞ୍ଚାୟତ ଦାମଦୋରପୁର ଗାଁର ରାଜେନ୍ଦ୍ର ରାୟ ନିଜ ପୁଅ ବିଭୁ ନେମାଳ ଅଞ୍ଚଳର ସରୋଜ ଦାସଙ୍କ ଝିଅ ଧରିତ୍ରୀ ଦାସଙ୍କ ସହ ବୈଦିକ ରୀତିରେ ବିବାହ କରାଇ ଥିଲେ । ବିବାହ ସମୟରେ ଶଶୁର ଘର ଲୋକଙ୍କ ଦାବି ମୁତାବକ ଯୌତୁକ ନେଇ ଧରିତ୍ରୀ ଶାଶୂ ଘରେ ପ୍ରବେଶ କଲେ । ହେଲେ ସ୍ବାମୀ ଖୁଡି ଶାଶୁଙ୍କ ପ୍ରତି ଲୋଭ ରଖିଥିବା ଜାଣି ପାରି ନଥିଲେ।

ବିବାହର ବର୍ଷେ ପରେ ଧରିତ୍ରୀଙ୍କ ଦୁଇ ବର୍ଷର ପୁଅଟିଏ ହେଲା । ତେବେ ପରବର୍ତ୍ତୀ ସମୟରେ ତାଙ୍କ ସ୍ଵମୀ ଶାଶୁ ଶଶୁର ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲେ । ସ୍ବାମୀ ଙ୍କ ର ଖୁଡି ଙ୍କ ସହ ସଂପର୍କ ଥିବା ପରିବାରରେ ସମସ୍ତେ ଜାଣି ଥିଲେ ବି କେହି ପ୍ରତିବାଦ କଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ଧରିତ୍ରୀ। ନିଜ ସ୍ବାମୀଙ୍କୁ ଖୁଡି ଙ୍କ ଠାରୁ ଦୂରେଇ ରହିବାକୁ କହିବାରୁ, ତାଙ୍କୁ ଘରେ ବାହାରୁ ତାଲା ପକାଇ ସମସ୍ତେ କଟକ ପଳାଇ ଥିବା କହିଛନ୍ତି ଧରିତ୍ରୀ ।
ଅନ୍ୟପଟେ ପାରିବାରିକ କଳହର ତୁରନ୍ତ ଆପୋଷ ସମାଧାନ କରି, କିଛି ନିର୍ଯାସ ବାହାର କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ତେବେ ଘଟଣାରେ ଦୋଷୀ କୁହାଯାଉଥିବା ସ୍ୱାମୀ ମିଳିଲେ ଯାଇ ସେ ତାଙ୍କ କଥା କହି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.