ଘରେ ଯଦି ବାରମ୍ବାର ଖରାପ ହେଉଛି ବିଦ୍ୟୁତ୍‌ ଉପକରଣ, ଏହି ଗ୍ରହ ଆପଣଙ୍କର ହୋଇପାରନ୍ତି ଦୁର୍ବଳ

ବାସ୍ତୁ ଶାସ୍ତ୍ର ସକାରତ୍ମକ ଓ ନକାରତ୍ମକ ଶକ୍ତି ଉପରେ ଆଧାରିତ । ବାସ୍ତୁ ଅନୁସାରେ ଘରର କିଛି ଜିନିଷ ଘରର ସଦସ୍ୟଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ଏହି ଜିନିଷ ସଂକେତ ଦେଇଥାଏ ଯେ ଆପଣଙ୍କ ଜୀବନରେ କିଛି ବଡ଼ ଅସୁବିଧା ଆସିପାରେ ।

ଯଦି ଆପଣଙ୍କ ଘରେ ବାରମ୍ବାର ବିଦ୍ୟୁତ୍‌ ଉପକରଣ ଖରାପ ହେଉଛି ତେବେ ଧରିନେବାକୁ ହେବ ଯେ ଆପଣଙ୍କ କୌଣସି ଗ୍ରହ ଖରାପ ଅଛନ୍ତି । ଆସନ୍ତୁ ଜାଣିବା ବିଦ୍ୟୁତ ଉପକରଣ କେଉଁ ଗ୍ରହ ସହ ସମ୍ବନ୍ଧିତ ଓ ଏହାର ନିବାରଣ କିପରି କରାଯାଏ ।

ବିଦ୍ୟୁତ୍‌ ଉପକରଣ କେଉଁ ଗ୍ରହ ସହ ସମ୍ବନ୍ଧିତ

ଅବ୍ୟବସ୍ଥିତ ଭାବେ ରଖାଯାଇଥିବା ବିଜୁଳି ଉପକରଣ ବାସ୍ତୁ ଦୋଷ ନେଇକରି ଆସିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରେ ବିଦ୍ୟୁତ୍‌ ଉପକରଣ ବାରମ୍ବାର ଖରାପ ହେଉଛି, ତାହେଲେ ଏହାର ଅର୍ଥ ଆପଣଙ୍କ ଉପରେ ରାହୁଙ୍କ ପ୍ରଭାବ ପଡିଛି ।

ରାହୁଙ୍କ ନକାରତ୍ମକ ପ୍ରଭାବ କାରଣରୁ ବିଦ୍ୟୁତ୍‌ ଉପକରଣ ବାରମ୍ବାର ଖରାପ ହୁଏ । ରାହୁ ଖରାପ ହେବା କାରଣରୁ ଘରର ସଦସ୍ୟଙ୍କ ମାନସିକ ଚାପ ବଢ଼ିଥାଏ । କୁହାଯାଏ ଘରେ ଖରାପ ବିଜୁଳି ଉପକରଣ ରହିଲେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ।

ଏହି ଉପାୟରେ କରନ୍ତୁ ଦୋଷ ଦୂର

ଯଦି ଆପଣଙ୍କ ଘରେ ସର୍ବଦା ବିଜୁଳି ଉପକରଣ ଖରାପ ହେଉଛି, ତେବେ ଶନିବାର ଦିନ କୌଣସି ମନ୍ଦିରରେ ବିଜୁଳି ବଲ୍ଵ ବା କିଛି ଇଲେକ୍ଟ୍ରୋନିକ୍ସ ଜିନିଷ ଦାନ କରନ୍ତୁ । ପ୍ରତିଦିନ ଭଗବାନ ଶିବଙ୍କୁ ଜଳ ଚଢ଼ାଇବା ସହ ମନ୍ଦିରରେ ଜଳ ଚଢ଼ାଇଲେ ରାହୁଙ୍କ ନକାରତ୍ମକ ପ୍ରଭାବ ନଷ୍ଟ ହୋଇଥାଏ । ରାହୁଙ୍କ ଦୁଷ୍ପ୍ରଭାବରୁ ରକ୍ଷା ପାଇବା ପାଇଁ ବିଦ୍ୟୁତ ଉପକରଣ ଠିକ ଭାବେ ରଖନ୍ତୁ । ଯେଉଁ ଜିନିଷ ଘରେ ବ୍ୟବହାର କରୁନାହାଁନ୍ତି ତାକୁ ହଟାଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.