ଏହି ସବୁ ପତ୍ରରେ ଲୁଚି ରହିଛି ବିଶେଷ ଗୁଣ, ଏହାକୁ ଖାଇବା ଦ୍ୱାରା ଭଲ ହୁଏ ଅନେକ ରୋଗ

ଆୟୁର୍ବେଦରେ ଅନେକ ଘରୋଇ ଉପଚାର ବିଷୟରେ କୁହାଯାଇଛି, ଯାହା ଶରୀରରେ ଥିବା ଗମ୍ଭୀର ରୋଗରୁ ରକ୍ଷା କରିପାରେ। ଏହା ସହିତ ଶରୀରକୁ ଅଧିକ ସମୟ ପର୍ଯ୍ୟନ୍ତ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏପରି ପତ୍ରରେ ଲୁଚି ରହିଛି ବିଶେଷ ଗୁଣ, ଯାହା ଆପଣଙ୍କ ଶରୀରରେ ଥିବା ବିଭିନ୍ନ ରୋଗକୁ ଦୂର କରିଥାଏ।

– ନିମ୍ବକୁ ଆୟୁର୍ବେଦରେ ସୁସ୍ଥତାର ଖଣି କୁହାଯାଏ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ସଂକ୍ରାମକ ରୋଗରୁ ଶରୀରକୁ ରକ୍ଷା କରିଥାଏ। ଏହାର ୧୦ ରୁ ୧୨ଟି ପତ୍ରକୁ ଗୁଣ୍ଡ କରି ସକାଳୁ ଖାଲି ପେଟରେ ଖାଇବା ଦ୍ୱାରା ତ୍ୱଚାରୁ ସବୁ ରୋଗ ଦୂର ହୋଇଥାଏ।

– ଯଦି ଆପଣଙ୍କ କେଶ ପ୍ରବଳ ମାତ୍ରାରେ ଝଡୁଛି କିମ୍ବା ଶରୀରରୁ ଝାଳ ଦୁର୍ଗନ୍ଧ ବାହାରୁଛି ତେବେ ନିମ୍ବ ପାଣିରେ ଗାଧାନ୍ତୁ। ଏହି ସମସ୍ୟାରୁ ନିଶ୍ଚିତ ଭାବେ ମୁକ୍ତି ମିଳିବ।

33

– ତୁଳସୀ ପତ୍ରରେ ଆଣ୍ଟି ଇମ୍ପ୍ଲାମେଣ୍ଟାରୀ ଗୁଣ ରହିଛି। ତୁଳସୀରୁ ୮-୧୦ ଟି ପତ୍ରକୁ ଗୁଣ୍ଡ କରି ଚିନି ମିଶାଇ ଖାଇଲେ ଲାଭ ମିଳିଥାଏ।

– ଯଦି ଆପଣଙ୍କ ପେଟ ସବୁବେଳେ ଗରମ ରହୁଥିଲେ, ପ୍ରତିଦିନ ଖାଲି ପେଟରେ ତୁଳସୀ ପତ୍ର ଖାଆନ୍ତୁ ଏଥିରୁ ମୁକ୍ତି ମିଳିବ।

– ଅଳାଁ ପତ୍ର ମଧ୍ୟ ଆପଣଙ୍କ କେଶ ପାଇଁ ବେଶ୍‌ ଉପଯୋଗୀ।

43

– ଯଦି ଆପଣଙ୍କ ପାଦ ପୋଡାଜଳା ହେଉଥାଏ ତେବେ ୪୦ ଗ୍ରାମ କୋଳି ପତ୍ର, ଗୁଜରାତି ଏବଂ ୨୦ ଗ୍ରାମ ମିଶ୍ରି ନେଇ ଗୁଣ୍ଡ କରିଦିଅନ୍ତୁ। ଏହି ପେଷ୍ଟକୁ ତଳି ପାଦରେ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଜଳାପୋଡା କମ୍‌ ହୋଇଥାଏ।

– ଯଦି ଆପଣଙ୍କର ତରଳ ଝାଡା ହେଉଛି ତେବେ ୧୦ ରୁ ୧୫ଟି କୋଳି ପତ୍ରକୁ ଚୋବାଇ ଚୋବାଇ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।