Below header

ମୁହଁର ଅନାବଶ୍ୟକ ରୁମ ସମସ୍ୟା ଦୂର କରିବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ, ଉଜ୍ୱଳ ହେବ ତ୍ୱଚା

ଆଜିକାଲି ହରମୋନ୍‌ ଇମ୍‌ବାଲାନ୍ସ ଯୋଗୁ ଝିଅଙ୍କ ମୁହଁରେ ବି ଛୋଟ ଛୋଟ ରୁମ ଉଠୁଥିବା ଦେଖାଯାଇଛି। ଏହି ଅନାବଶ୍ୟକ ବାଳ ଯୋଗୁ ଝିଅମାନେ ପାର୍ଲର ଯାଇ ଟ୍ରିଟ୍‌ମେଣ୍ଟ କରୁଛନ୍ତି। କିନ୍ତୁ ବାହାରେ ବିୟୁଟି ଟ୍ରିଟ୍‌ମେଣ୍ଟରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ଆପଣ ଚାହିଁଲେ କେତେକ ଘରୋଇ ଜିନିଷ ବ୍ୟବହାର କରି ମଧ୍ୟ ଏହି ଅନାବଶ୍ୟକ ବାଳରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କେମିତି…

  • ମୁହଁରେ ରୁମ ଉଠୁଥିଲେ ଲେମ୍ବୁ ରସ ଲଗାନ୍ତୁ। ତୁଳାରେ ଲେମ୍ବୁରସ ନେଇ ମୁହଁରେ ଲଗାନ୍ତୁ। ୧୫ ମିନିଟ୍‌ ପରେ ମୁହଁକୁ ଧୋଇ ଦିଅନ୍ତୁ।
  • ହଳଦୀକୁ ଲେମ୍ବୁ ସହ ମିଶାଇ ମୁହଁରେ ଲଗାଇବା ଦ୍ୱାରା ଅନାବଶ୍ୟକ ରୁମ ସମସ୍ୟାରୁ ମୁକ୍ତି ମିଳିଥାଏ।
  • ଆପଣ ଚାହିଁଲେ ମୁହଁରେ ଟମାଟୋ ରସ ମଧ୍ୟ ଲଗାଇପାରିବେ। ଏହାକୁ ଲଗାଇବାର ୧୫ ମିନିଟ୍‌ ପରେ ମୁହଁ ଧୁଅନ୍ତୁ। ଧୀରେ ଧୀରେ ରୁମ ସମସ୍ୟା ଦୂର ହେବ।
  • ଅଟାକୁ ଘୋଳ କରି ମୁହଁରେ ଲଗାଇବା ଦ୍ୱାରା ମଧ୍ୟ ଅନାବଶ୍ୟକ ରୁମ ବାହାରିଯିବ ଓ ତ୍ୱଚା ଉଜ୍ଜ୍ୱଳ ଦିଶିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.