ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍, ବିଟ୍ କଏନ ଦାବି କଲା ହ୍ୟାକର୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍। ତାଙ୍କ ବ୍ୟକ୍ତିଗତ ୱେବସାଇଟ୍ ଓ ମୋବାଇଲ୍ ଆପ୍କୁ ମଧ୍ୟ ଆଜି ସକାଳେ ହ୍ୟାକ୍ କରାଯାଇଥିବା ସୋସିଆଲ ମିଡିଆ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।
ଆକାଉଣ୍ଟକୁ ସୁରକ୍ଷିତ କରିବା ପାଇଁ ଓ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଟ୍ଵିଟର ପକ୍ଷରୁ ସ୍ପଷ୍ଟ କରିଯାଇଛି। ହ୍ୟାକ୍ ପରେ ବିଟ୍ କଏନ ଦାବି କରିଥିଲେ ହ୍ୟାକର୍ସ । ପିଏମ୍ ନ୍ୟାସନାଲ ରିଲିଫ୍ ପାଣ୍ଠିରୁ ହ୍ୟାକର୍ସ କୋଭିଡ-୧୯ ପାଇଁ କ୍ରିପ୍ଟୋ ମୁଦ୍ରା ଦାନ ମାଗିଥିଲେ । ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ କୁ ନେଇ ଅଗଷ୍ଟ ୩୧ ତାରିଖରେ ମୋଦି ତାଙ୍କ ଟ୍ଵିଟରରେ ଶେଷ ଟ୍ଵିଟ୍ କରିଥିଲେ। ଗତ ଜୁଲାଇ ମାସରେ ବିଶ୍ୱର ଅନେକ ପ୍ରମୁଖ ବ୍ୟକ୍ତିଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍ ହେବାପରି ଘଟଣା ସାମନାକୁ ଆସିଥିଲା।
ସୂଚନା ଥାଉକି, ଗତ କିଛି ଦିନ ତଳେ ବାରାକ ଓବାମା, ବିଲ୍ ଗେଟ୍ସ ଓ ଏଲୋନ୍ ମସ୍କଙ୍କ ପରି ଶକ୍ତିଶାଳୀ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଣ୍ଟ ସମାନ ଢଙ୍ଗରେ ହ୍ୟାକ୍ ହୋଇଥିଲା । ଯାହା ହେଉଛି ଏକ ହାଇ-ପ୍ରୋଫାଇଲ୍ ସୁରକ୍ଷାର ଉଲ୍ଲଂଘନ।