ଭାଇରାଲ ଇନଫେକ୍ସନରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଏବେକା ସମୟରେ ବାୟୁ ମଣ୍ଡଳରେ ପ୍ରଦୂଷଣର ମାତ୍ରା ଏତେ ବଢି ଯାଇଛି ଯେ ଏକ ସୁସ୍ଥ ଜୀବନ ଯାପନ କରିବା ଖୁବ କଷ୍ଟକର ହୋଇପଡିଲାଣି । ଏହାରି ପ୍ରଭାବରେ ସାଧାରଣ ଲୋକଙ୍କୁ ଆଉ ସର୍ଦ୍ଦି, ଥଣ୍ଡା, କାଶ, ଜର ଯେମିତି ପିଛା ହିଁ ଛାଡ଼ୁନି । ଏହାବାଦ ମୁଣ୍ଡ ବିନ୍ଧିବା, ଗଳା ଦରଜ, ଶରୀରପୀଡା ପରି ସମସ୍ୟା ମାନ ମଧ୍ୟ ଲାଗି ରହୁଛି । ଏମିତି ପରିସ୍ଥିତିରେ ଆଗୁଆ ସତର୍କ ରହିଯିବା ହିଁ ସର୍ବୋତ୍ତମ । ନଚେତ ଥରେ ଇନଫେକ୍ସନ ହେଲେ ତାର ଚିକିତ୍ସା କରିବା ବି ଖୁବ କଷ୍ଟକର ହୋଇପଡେ । ତେଣୁ ଆଗତୁରା ଶରୀରର ଇମ୍ୟୁନିଟି ସିଷ୍ଟମକୁ ଷ୍ଟ୍ରନଂଗ କରାଇନେବା ଉଚିତ ।

ଆୟୁର୍ବେଦ ଚିକିତ୍ସା ଦ୍ୱାରା ଶରୀର ଭିତର ଶକ୍ତି ବଢିବା ସମେତ ବଦଳୁଥିବା ଋତୁରେ ରୋଗ ଆକ୍ରମଣ ଆଶଙ୍କାକୁ ମଧ୍ୟ କମ କରିଥାଏ । ଦିନ ସାରା କଣ ଖାଇବେ, କଣ ପିଇବେ, ଏସବୁ ବିଷୟ ପ୍ରତି ଧ୍ୟାନ ଦିଆଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କେତେକ ଅତି ସାଧାରଣ ଘରୋଇ ଚିକିତ୍ସା ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଅତି ସହଜରେ ଇନଫେକ୍ସନର ଚିକିତ୍ସା କରିପାରିବେ ।

home ତୁଳସୀ:

ହିନ୍ଦୁ ଶାସ୍ତ୍ରରେ ତୁଳସୀର ଏକ ବିଶେଷ ମହତ୍ୱ ରହିଛି । ସକାଳୁ ଖାଲି ପେଟରେ କିଛି ତୁଳସୀ ପତ୍ର ଚୋବାଇବା ତ ସର୍ବତ୍ତମ । କିନ୍ତୁ ଯଦି ଆପଣ ଘରେ ପ୍ରସ୍ତୁତ କରି ତୁଳସୀ କାଡା ବା ତୁଳସୀ ଚାହା ପ୍ରସ୍ତୁତ କରି ପିଇବେ ଏହା ବି ଏକ ସୁପ୍ରଭାଵ ପକାଇବ । ଏହି ପତ୍ର ଭାଇରଲ ଇନଫେକ୍ସନ ସମେତ, ଫ୍ଲୁ ଓ ଲଙ୍ଗସ କଜେକ୍ସନ ପରି ସମସ୍ୟାରୁ ବି ସୁରକ୍ଷା ଦେଇଥାଏ । 8 ରୁ 10 ଟି ତୁଳସୀ ପତ୍ର ଓ କିଛି ଅଦା ଖଣ୍ଡକୁ ଏକ ଗିଲାସ ପାଣିରେ ଭଲଭାବେ ଫୁଟାନ୍ତୁ । ପରେ ଛାଣି ପିଇଦିଅନ୍ତୁ ।

home

ହଳଦୀ;

ଏମିତିରେ ତ ହଳଦୀକୁ ମହୌସଧି ବୋଲି ଧରାଯାଏ । ଏହାକୁ ରୋଷେଇ ଘର ମାନଙ୍କରେ ମସଲା ଭାବେ ବ୍ୟବହାର କରାଯାଉଥିବା ବେଳେ ଅନେକ ଇନଫେକ୍ସନ ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏଥିରେ ମହଜୂତ ଥିବା କକ୍ୟୁମିନ ତତ୍ତ୍ୱ ଶରୀରର ଇମ୍ୟୁନିଟି ସିଷ୍ଟମକୁ ଖୁବ
ଷ୍ଟ୍ରଙ୍ଗ କରିଥାଏ । ଶୀତ ଦିନେ କ୍ଷୀରରେ କିଛି ହଳଦୀ ମିଶାଇ ପିଇଲେ ଶରୀର ଉଷୁମ ରହିବା ସହ ଭାଇରଏଲ ଇନଫେକ୍ସନରୁ ରକ୍ଷା ମିଳିଥାଏ ।

home

ଅଶ୍ଵଗନ୍ଧା;

ଏହାକୁ ସୁପର ଫୁଡ଼ ଭାବେ ମଧ୍ୟ ଜଣାଯାଏ । ଏହି ସାଧାରଣ ଜିନିଷଟି କୌଣସି ପ୍ରକାର ଇନଫେକ୍ସନ ସହ ଲଢ଼ିବାର କ୍ଷମତା ରଖିଥାଏ । ଏହାକୁ ନିୟମିତ ସେବନ କରିବା ଉଚିତ ।

home

ଅଦା:

ଶରୀର ପାଇଁ ଅଦା ଏକ ଅମୃତ ପରି କାମ କରେ । ଗଳା ଦରଜରେ ପୀଡିତ ଥିଲେ ଅଦାର ଗରମ ପାଣି ବା ସୁପ ପିଅନ୍ତୁ | ଏହାବାଦ ବିଭିନ୍ନ ପ୍ରକାର ପେଟ ସମସ୍ୟା ପାଇଁ ମଧ୍ୟ ଏହା ଲାଭ ଦାୟୀ ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ପରିମାଣରେ ପ୍ରତିଦିନ କିଛି କିଛି ଅଦା ସେବନ କରନ୍ତୁ ।

ତେଲ ମାଲିସ:

ଶରୀରରୁ ଥକ୍କା ପଣ ମେଣ୍ଟାଈ ଫୁର୍ତ୍ତି ଯୋଗାଇବା ପାଇଁ ନିୟମିତ ତେଲ ମାଲିସ କରିବା ଉଚିତ । ଅନେକ ସମୟରେ ବାହ୍ୟପ୍ରଦୂଷଣ ସ୍କିନରେ ଏକ ପ୍ରକାର ଉତ୍ତେଜନା ସୃଷ୍ଟି କରିଥାଏ । ତେଣୁ ବିଭିନ୍ନ ପ୍ରକାର ଓଉଷଧୀୟ ତେଲରେ ମାଲିସ କରିବା ଦ୍ୱାରା ତ୍ୱଚା ସଂକ୍ରମଣରୁ ରକ୍ଷା ମିଳିବା ସହ ଶରୀର ମଧ୍ୟ ମଜବୂତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.