Below header

ଖତରନାକ ରୋଗ ଆଡକୁ ଟାଣିନିଏ ନକଲି ଜୀରା, ଏପରି ଜାଣନ୍ତୁ କେଉଁଟା ଅସଲି କେଉଁଟା ନକଲି

କୌଣସି ବି ତରକାରୀକୁ ଛୁଙ୍କ ଦେବା ପାଇଁ ଜୀରାକୁ ଖାସ କରି ବ୍ୟବହାର କରାଯାଏ। ଏହା ଖାଇବାର ସ୍ୱାଦକୁ ବଢ଼ାଇବା ସହିତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। ସକାଳୁ ଖାଲି ପେଟରେ ଜୀରାକୁ ପାଣି ସହିତ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ। ଏହାଦ୍ୱାରା ବ୍ଲଡପ୍ରେସର ନିୟନ୍ତ୍ରଣରେ ରହିବା ସହିତ ହୃଦୟ ସହ ଜଡିତ ରୋଗର ଭୟକୁ କମ୍‌ କରିଥାଏ। କିନ୍ତୁ ଆଜିକାଲି ବଜାରରେ ନକଲି ଜୀରା ବିକ୍ରି ହେଉଛି। ଏମିତିରେ ନକଲି ଜିରାରେ ପ୍ରସ୍ତୁତ ଜିନିଷକୁ ଖାଇବା ଦ୍ୱାରା କ୍ୟାନସର ଭଳି ଗମ୍ଭୀର ରୋଗକୁ ସାମ୍ନା କରିବାକୁ ପଡିଥାଏ। ତାହେଲେ ଆସନ୍ତୁ ଆଜି ଆମେ ଆପଣଙ୍କୁ ନକଲି ଜୀରା ବନାଇବାର ତରିକା ଏବଂ ଏହାଦ୍ୱାରା ହେଉଥିବା କ୍ଷତି ବିଷୟରେ ଜଣାଇବୁ।

cuminନକଲି ଜୀରାରେ ଏହି ଜିନିଷର ହୋଇଥାଏ ବ୍ୟବହାର

  • ନକଲି ଜୀରା ବନାଇବା ପାଇଁ ଜିରାରେ ପଥରର ଛୋଟ ଛୋଟ ଦାନା ମିଶାଇ ଦିଆଯାଏ।
  • ଗୁଡର ଶିରାକୁ ମିଶ୍ରଣ କରାଯାଏ।
  • ଘରକୁ ସଫା-ସୁତରା କରାଯାଉଥିବା ଝାଡୁର ଭୂରାକୁ ବ୍ୟବହାର କରାଯାଏ।

jiraଏହିଭଳି ପ୍ରସ୍ତୁତ ହୋଇଥାଏ ନକଲି ଜୀରା

– ନକଲି ଜୀରା ପ୍ରସ୍ତୁତ କରିବା ପାଇଁ ଜଙ୍ଗଲ ଘାସର ପତ୍ରକୁ ଗୁଡ ପାଣିରେ ମିଶାଇ ଦିଆଯାଏ। ଶୁଖିଯିବା ପରେ ଏହାର ରଙ୍ଗ ଏକଦମ୍‌ ଜୀରାର ରଙ୍ଗ ଭଳି ହୋଇଯାଏ। ଏହାପରେ

– ଏଥିରେ ପଥରର ପାଉଡର ମିଶାଇ ଲୁହା ଛଙ୍କାରେ ଛାଣି ଦିଆଯାଏ। ଏହାବ୍ୟତୀତ ଏଥିରେ ଜିରା ଭଳି ରଙ୍ଗ ଦେବା ପାଇଁ ସ୍ଲରୀ (ସିମେଣ୍ଟର ପତଳା ମିଶ୍ରଣ) ପାଉଡର ମଧ୍ୟ ମିକ୍ସ କରାଯାଏ।

jeeraସ୍ୱାସ୍ଥ୍ୟ ଉପରେ ପଡିଥାଏ ଭାରି ପ୍ରଭାବ

  1. ନକଲି ଜୀରାରୁ ପ୍ରସ୍ତୁତ ଖାଦ୍ୟର ସେବନ କରିବା ଦ୍ୱାରା ଇମ୍ୟୁନିଟି ଦୁର୍ବଳ ହେବାକୁ ଲାଗିଥାଏ।
  2. ପାଚନ ତନ୍ତ୍ର ଦୁର୍ବଳ ହେବାକୁ ଲାଗେ।
  3. କିଡନୀ ଷ୍ଟୋନ ସମସ୍ୟା ହୋଇପାରେ।
  4. ସ୍କିନ ଆଲର୍ଜିକୁ ମଧ୍ୟ ସାମ୍ନା କରିବାକୁ ପଡିପାରେ।
  5. ଲମ୍ବା ସମୟ ପର୍ଯ୍ୟନ୍ତ ନକଲି ଜିରାର ବ୍ୟବହାର କରିବା ଦ୍ୱାରା କ୍ୟାନସର ଭଳି ରୋଗ ହୋଇପାରେ।

ଏମିତି ଚିହ୍ନନ୍ତୁ ନକଲି ଜୀରା

seedନକଲି ଜୀରା ଚିହ୍ନିବା ପାଇଁ ଏକ ପାତ୍ରରେ ପାଣି ଭରି ସେଥିରେ ଜୀରା ଭରନ୍ତୁ। ନକଲି ଜୀରା ପାଣି ଭିତରେ ଭାଙ୍ଗିଯିବା ସହିତ ରଙ୍ଗ ପରିବର୍ତ୍ତନ କରେ। ସେହିପରି ଅସଲି ଜୀରା ପାଣିରେ ଯେମିତି ସେମିତି ରହିଥାଏ। ଏହାବ୍ୟତୀତ ଅସଲି ଜୀରା ର ସୁଗନ୍ଧରୁ ମଧ୍ୟ ଏହାକୁ ଚିହ୍ନିହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.