୪୦୦ ବର୍ଷ ଧରି ଚାଲିଆସୁଛି ଏହି ଅଜବ ପରମ୍ପରା, ଜାପାନର ମହିଳାମାନେ ‘ଗୀଶା’ ହୋଇ କରିଥାନ୍ତି ଏପରି କାମ

ଦୁନିଆର କୋଣ ଅନୁକୋଣରେ ଏମିତି ଅନେକ ପ୍ରକାରର ପ୍ରଥା, ପରମ୍ପରା ପ୍ରଚଳିତ ରହିଛି, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଆପଣଙ୍କୁ ଏକ ଅଦ୍ଭୁତ ପରମ୍ପରା ବିଷୟରେ କହିବାକୁ ଯାଉଛୁ। ଏହି ପରମ୍ପରାରେ ମହିଳାମାନଙ୍କୁ ସଜବାଜ ହୋଇ ପୁରୁଷଙ୍କ ସାମ୍ନାରେ ନିଜର ଟ୍ୟାଲେଣ୍ଟ ପ୍ରଦର୍ଶନ କରିବାକୁ ପଡ଼ିଥାଏ। ଏ ସବୁ କରିବା ପାଇଁ ସେମାନଙ୍କୁ ପଇସା ମିଳିଥାଏ। ଏହି ମହିଳାମାନଙ୍କୁ ‘ଗୀଶା’ କୁହାଯାଇଥାଏ।

ddx

ଏମାନେ କଠିନ ଟ୍ରେନିଂ ନେଇ ଏମିତି କରିଥାନ୍ତି। ଜାପାନରେ ଏହି ପରମ୍ପରା ବିଗତ ୪୦୦ ବର୍ଷ ଧରି ଚାଲିଆସୁଛି। ମହିଳାମାନେ ନିଜର ପାରମ୍ପରିକ ପୋଷାକ ପିନ୍ଧିଥାନ୍ତି। ଏହାଛଡ଼ା ଚେହେରାରେ ହ୍ଵାଇଟ ମେକଅପ, ଡାର୍କ ଆଇଲାଇନର ଏବଂ ଓଠରେ ଲାଲ ଲିପଷ୍ଟିକ ଲଗାଇଥାନ୍ତି।

dssr

ପରମ୍ପରା ଅନୁସାରେ ଯୁବତୀ ଏବଂ ମହିଳାମାନଙ୍କୁ ଏ ନେଇ ଟ୍ରେନିଂ ଦେବା ସମୟରେ ସେମାନଙ୍କୁ ‘ଗୀଶା’ ହାଉସରେ ହିଁ ରହିବାକୁ ପଡ଼ିଥାଏ। ପ୍ରଥମେ ସେମାନଙ୍କୁ ମ୍ୟୁଜିକ, ଡ୍ୟାନ୍ସ ଏବଂ ଗ୍ରାହକଙ୍କୁ ଖୁସି କଲା ଭଳି କଥାବାର୍ତ୍ତା ଶିଖାଇବାକୁ ପଡ଼ିଥାଏ। ‘ଗୀଶା’ ହେବା ସହଜ କାମ ନୁହେଁ। କିନ୍ତୁ ଏହାକୁ ଏକ ସଫଳତା ରୂପେ ନିଆଯାଇଥାଏ ଏବଂ ମହିଳାମାନଙ୍କୁ ବହୁତ ସମ୍ମାନ ମିଳିଥାଏ। ତେବେ ଟ୍ରେନିଂ ଏତେ କଠିନ ହୋଇଥାଏ ଯେ କେହି କେହି ମହିଳା ଏହାକୁ ଅଧା ଛାଡ଼ି ଚାଲିଯାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.